ETV Bharat / politics

ହିଞ୍ଜିଳିରୁ ନବୀନଙ୍କ ବିରୋଧରେ ଲଢିବାକୁ ଇଚ୍ଛା ଥିଲା: ପ୍ରଶାନ୍ତ ଜଗଦ୍ଦେବ - Prashant Jagdev Reaction

author img

By ETV Bharat Odisha Team

Published : Apr 12, 2024, 8:27 PM IST

Prashant Jagdev
Prashant Jagdev

Prashant Jagdev Shows interest To Fight Against Naveen: ନବୀନଙ୍କ ବିରୋଧରେ ଲଢ଼ିବାକୁ ଚାହୁଁଥିଲେ ବୋଲି କହିଛନ୍ତି ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ। ହେଲେ ଏଥର ଦଳ ହିଞ୍ଜିଳିରୁ ପ୍ରାର୍ଥୀ କରିନଥିବାରୁ ସେ ନିର୍ବାଚନ ଲଢିବେନି ବୋଲି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

Prashant Jagdev

ଭୁବନେଶ୍ବର: ହିଞ୍ଜିଳିରୁ ନବୀନଙ୍କ ବିରୋଧରେ ଲଢିବାକୁ ଇଚ୍ଛା ବ୍ୟକ୍ତ କଲେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ । ନବୀନଙ୍କ ବିରୋଧରେ ଲଢ଼ିବାକୁ ଇଛା ଥିବା କହିଛନ୍ତି ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଞ୍ଜିଳିରୁ ଲଢ଼ିବାକୁ ଚାହୁଁଥିଲି । ଦଳ ମୋତେ ହିଞ୍ଜିଳି ପାଇଁ ପ୍ରାର୍ଥୀ କଲାନି, ମୁଁ ଏଥର ଲଢ଼ିବିନି । ନିର୍ବାଚନ ଲଢ଼ିବିନି ସିନା, ହେଲେ ବିଜେଡିକୁ ହଟାଇବାକୁ ଶହୀନ ହେବାକୁ ପ୍ରସ୍ତୁତ", ବୋଲି ବିଜେପି ମିଶ୍ରଣ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ।



ଗତକାଲି (ଗୁରୁବାର) ଖୋର୍ଦ୍ଧା ଛଣଗିରି କାର୍ଯ୍ୟକ୍ରମରେ ଜଣେ ଯୁବକ ସୁଟିଂ କରୁଥିଲେ ମୁଁ ତାଙ୍କୁ ଅଟକାଇଥିଲି । ହେଲେ ମୁଁ ଜାଣିନି ସେ ଜଣେ ସାମ୍ବାଦିକ ବୋଲି। ସାଂସଦ ଅପରାଜିତ ଙ୍କୁ ବିରୋଧ ପାଇଁ କିଛି ଲୋକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଦେଇ କିଛି ଲୋକଙ୍କୁ ଅପରାଜିତାଙ୍କ ସଭା ଭଣ୍ଡୁର ପାଇଁ କୁହାଯାଇଥିଲା । ଜଣେ ଯୁବକ ମୋବାଇଲରେ ସୁଟିଂ କରୁଥିବାବେଳେ ମୁଁ ତାଙ୍କୁ ଅଟକାଇଥିଲି । ହେଲେ ମୁଁ ଜାଣିନଥିଲି ସେ ଜଣେ ସାମ୍ବାଦିକ ବୋଲି । ସେ ମୋ ନାଁରେ କେସ୍ କରିଛନ୍ତି । ମୁଁ ଥାନାକୁ ଯାଇ ଦେଖା କରିଆସିଛି ।"

ଏହା ବି ପଢନ୍ତୁ...ସୀମା ଟପୁଛନ୍ତି ପ୍ରଶାନ୍ତ ଜଗଦେବ; ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ନେଇ ସିଇଓଙ୍କ ଦ୍ବାରସ୍ଥ ବିଜେଡି - BJD Meet CEO

ଏହା ମଧ୍ୟ ପଢନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ! - Rowdyism By MLA Prasant Jagdev

ନିଜର କଡ଼ା ଆଭିମୁଖ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଖୋର୍ଦ୍ଧା ଜିଲ୍ଲାର ତୁଙ୍ଗ ନେତା ପ୍ରଶାନ୍ତ ଜଗଦ୍ଦେବ। ଚିଲିକାରେ ପଞ୍ଚାୟତ ନିର୍ବାଚନ ସମୟରେ ବିବାଦ ଘେରକୁ ଆସିଥିଲେ ପ୍ରଶାନ୍ତ । କିଛି ଦିନ ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ଯୋଗଦେଇଥିଲେ। ତେବେ ବିଜେପିରେ ସାମିଲ ହେବା ପରେ ପ୍ରଶାନ୍ତ ସିଧାସଳଖ ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରୁଛନ୍ତି। ବିଜେଡି ବିରୋଧରେ ବର୍ଷୁଛନ୍ତି ପ୍ରଶାନ୍ତ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଖୋର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ପ୍ରଶାନ୍ତଙ୍କୁ ବିରୋଧର ସମୁଖୀନ ହେବାକୁ ପଡିଥିଲା। ନିକଟରେ ଏକ ସଭାରେ ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ବକୁ ନେଇ ବୟାନ ଦେଇଥିଲେ ଅପରାଜିତା । ଯାହାକୁ ନେଇ ଦଳୀୟ ବିବାଦ ତେଜିଥିଲା । ପ୍ରଶାନ୍ତଙ୍କୁ ଦଳୀୟ କାର୍ୟ୍ୟକର୍ତ୍ତା ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.