ETV Bharat / state

ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ! - Rowdyism By MLA Prasant Jagdev

author img

By ETV Bharat Odisha Team

Published : Apr 11, 2024, 10:58 PM IST

Rowdyism By MLA Prasant Jagdev: ପୁଣିଥରେ ସାଧାରଣ ଲୋକ ଓ ସାମ୍ବାଦିକଙ୍କୁ ଆକ୍ରମଣ କରି ବିବାଦରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଛଣଗିରି ଗ୍ରାମରେ ଘଟିଥିବା ଘଟଣାକୁ ନେଇ ଜଙ୍କିଆ ଥାନାରେ ଏତଲା । ଅଧିକ ପଢନ୍ତୁ

ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାରିଦେବାକୁ ବିଧାୟକଙ୍କ ଧମକ
ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାରିଦେବାକୁ ବିଧାୟକଙ୍କ ଧମକ

ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାରିଦେବାକୁ ବିଧାୟକଙ୍କ ଧମକ

ଖୋର୍ଦ୍ଧା: ପୁଣି ଥରେ ନିଜର ଦାଦାଗିରି ଦେଖାଇଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ଜଙ୍କିଆ ଅଞ୍ଚଳରେ ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଶୋଭାଯାତ୍ରା କରୁଥିବା ବେଳେ ଏଭଳି ଘଟଣା ଘଟିଛି । ବାରମ୍ବାର ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଠାରୁ ମୋବାଇଲ ଛଡେଇ ନେବା ସହ ଗାଳି କରିବା ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଭଳି ଘଟଣା ଘଟାଇଛନ୍ତି । ଯାହାକୁ ନେଇ ଜଙ୍କିଆ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଛଣଗିରି ଗ୍ରାମରେ ଭୁବନେଶ୍ବର ସାଂସଦଙ୍କ ଜନ ସମ୍ପର୍କ ପଦଯାତ୍ରାରେ ଗ୍ରାମବାସୀଙ୍କ ସହିତ ହାତାହାତି ହୋଇଛନ୍ତି ଜଗଦ୍ଦେବ। ଚିତ୍ର ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ବିଧାୟକ ଦେଇଛନ୍ତି ଧମକ ବୋଲି ଅଭିଯୋଗ ହୋଇଛି ।

ସାମ୍ବାଦିକ ପ୍ରକାଶ ହାତୀଙ୍କ ହାତରୁ ମୋବାଇଲ ଛଡାଇ ନେବା ସହ ଆଶ୍ରବ୍ୟ ଭାଷାରେ ଗାଳି କରିବା ଏବଂ ଜୀବନରୁ ମାରିଦେବାକୁ ଜଗଦ୍ଦେବ ଧମକ ଦେଇଛନ୍ତି । ରାଜ୍ୟ କର୍ମଜୀବୀ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲାର ସଭାପତି ତଥା ଏକ ଇଲେକ୍ଟ୍ରୋନିକ୍ ମିଡିଆର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଅଛନ୍ତି ପ୍ରକାଶ । କାର୍ଯ୍ୟରତ ସାମ୍ବାଦିକଙ୍କୁ ପ୍ରକାଶଙ୍କ ଦୁର୍ବ୍ୟବହାରକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସାମ୍ବାଦିକଙ୍କ ପକ୍ଷରୁ ବିଧାୟକଙ୍କ ବିରୁଦ୍ଧରେ ଜଙ୍କିଆ ଥାନାରେ ଏତଲା ଦିଆଯାଇଛି । ପୋଲିସ ବିଧାୟକଙ୍କ ବିରୋଧରେ ସେକ୍ସନ ୨୯୪, ୩୪୧, ୪୨୭ ଭଳି ବିଭିନ୍ନ ଦଫା ଲଗାଇଛି ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏ ନେଇ ଜଙ୍କିଆ ଥାନା ଅଧିକାରୀ କହିଛନ୍ତି, " ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବିଧାୟକଙ୍କ ବିରୋଧରେ ସେକ୍ସନ ୨୯୪, ୩୪୧, ୪୨୭ ଭଳି ବିଭିନ୍ନ ଦଫା ଲଗାଇଛି ।"

ଏହା ମଧ୍ୟ ପଢନ୍ତୁ... ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ 'ସୁରକ୍ଷା ଦେବାରେ ଫେଲ୍ ନବୀନ ସରକାର'

ଉପକୂଳ ଓଡ଼ିଶାର ଜଣେ ଟାଣୁଆ ଓ ବିବାଦୀୟ ବାହୁବଳୀ ନେତା ଭାବେ ପରିଚିତ ପ୍ରଶାନ୍ତ ଜଗଦ୍ଦେବ । ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ କରି ରାଜନୀତିରେ ପ୍ରବେଶ କରିଥଲେ ପ୍ରଶାନ୍ତ । କେତେବେଳେ ବିରୋଧୀଙ୍କୁ ଆକ୍ରମଣ ତ ଆଉ କେତେବେଳେ ସର୍ବସାଧାରଣରେ ଅଶ୍ଳୀଳ ଭାଷା ପ୍ରୟୋଗ କରି ଚର୍ଚ୍ଚାରେ ରହିଛନ୍ତି । ଖାଲି ସେତିକି ନୁହେଁ ନିଜର ରାଜନୈତିକ ବିରୋଧୀଙ୍କୁ ଶାରୀରିକ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ତାଙ୍କ ନାମରେ ରହିଛି ।

ତେବେ 2022 ମାର୍ଚ୍ଚ 12 ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଫଳରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍‌ କର୍ମଚାରୀ ଏଥିରେ ଗୁରୁତର ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ମାଡ଼ ମାରିଥିଲେ । ଏହି ଘଟଣାରେ ଜେଲ ଯାଇଥିଲେ ପ୍ରଶାନ୍ତ । ପରେ ଅଗଷ୍ଟ 5 ତାରିଖରେ ନିୟମିତ ଜାମିନ ପାଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.