ETV Bharat / politics

ସୀମା ଟପୁଛନ୍ତି ପ୍ରଶାନ୍ତ ଜଗଦେବ; ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ନେଇ ସିଇଓଙ୍କ ଦ୍ବାରସ୍ଥ ବିଜେଡି - BJD meet CEO

author img

By ETV Bharat Odisha Team

Published : Apr 12, 2024, 7:51 PM IST

BJD meet CEO
BJD meet CEO

BJD meet CEO: ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି । ପ୍ରଶ୍ନ ପଚାରିବାରୁ ଦାଦାଗିରିର ସବୁ ସୀମା ଟପି ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

BJD meet CEO

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ସୀମା ଟପୁଛନ୍ତି ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଆଇନ ଉଲ୍ଲଙ୍ଘନ କରିବା ସହ ହିଂସାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ ଆଣିଲା ବିଜେଡି । ସବୁ ସୀମା ଅତିକ୍ରମ କରି ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ ।

ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି, "ଓଡିଶା ବିଜେପିର ନେତାମାନେ ସବୁବେଳେ ଆଇନର ଉଲ୍ଲଙ୍ଘନ କରୁଛନ୍ତି । ଏହା ସହିତ ଆଚରଣ ବିଧି ଅବମାନନା କରୁଛନ୍ତି । ହିଂସାତ୍ମକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । କିନ୍ତୁ ଗତକାଲି ଏକ ଘଟଣା ଘଟିଛି, ଯାହା ବଳିଯାଇଛି ସବୁ ସୀମା । ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରେ ଛଣଗିରି ଭାରତୀୟ ଜନତା ପାର୍ଟିର ନେତା ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଯେଉଁ ଆଚରଣ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶ୍ନ ଉଠୁଛି, ହିଂସାତ୍ମକ ଆଚରଣ କରିବାକୁ କଣ ଲାଇସେନ୍ସ ପାଇଛନ୍ତି କି ପ୍ରଶାନ୍ତ ଜଗଦେବ ? ଶୋଭାଯାତ୍ରା ଚାଲିଥିବା ସମୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ।"

ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଉଛନ୍ତି ପ୍ରକାଶ ହାତୀ । ପ୍ରକାଶଙ୍କ ଉପରେ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ଜଗଦେବ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିଜେଡିର ଏକ ଟିମ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତୀୟ ଜନତା ପାର୍ଟିର ଏକ ଶୋଭାଯାତ୍ରା ଚାଲିଥିବାବେଳେ ସେଠାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସେହି ସମୟରେ ପ୍ରକାଶ ପ୍ରଶ୍ନ ପଚାରିଥିଲେ । ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇଥିଲେ ପ୍ରଶାନ୍ତ । ଉଗ୍ର ରୂପ ଦେଖାଇବା ଆରମ୍ଭ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସବୁ ଘଟଣା ଘଟିଥିଲା । ଯଦି ଜଣେ ସାମ୍ବାଦିକ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ପ୍ରଶ୍ନ ପଚାରିବେ, ତାହେଲେ କଣ ବିଜେପି ନେତାମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ସ୍ବୟଂ ପ୍ରକାଶ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ! - Rowdyism By MLA Prasant Jagdev

ଘଟଣାବେଳେ ନୀରବ ରହିଥିବା ବିଜେପିର ସାଂସଦଙ୍କୁ ଜନ ସାଧାରଣ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବିଜେଡିର ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସୁଲୋତା ଦେଓ, ସସ୍ମିତ ପାତ୍ର, ମଧୁସ୍ମିତା ନାୟକ, ପ୍ରିୟବ୍ରତ ମାଝୀ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ମିହିର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.