ETV Bharat / bharat

ମଧ୍ୟପ୍ରଦେଶରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, 14 ମୃତ

author img

By ETV Bharat Odisha Team

Published : Feb 29, 2024, 8:04 AM IST

Updated : Feb 29, 2024, 8:23 AM IST

Madhya Pradesh Accident
Madhya Pradesh Accident

Madhya Pradesh Accident: ଭାରସାମ୍ୟ ପିକଅପ ଭ୍ୟାନ ଓଲଟିବାରୁ 14 ଜଣଙ୍କର ମୃତ୍ୟୁ । ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ । 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଡିଣ୍ଡୋରି ଜିଲ୍ଲାର ବାଡଝାଜାରୀ ଘାଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଶାହପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ୟୁପିରେ ଟ୍ରାକ୍ଟରକୁ ଧକ୍କା ଦେଲା ବସ, 6 ଶ୍ରମିକ ମୃତ ଅନେକ ଆହତ

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡଲରୁ ଟ୍ବିଟ କରି କୁହାଯାଇଛି, ''ଡିଣ୍ଡୋରି ଜିଲ୍ଲାରେ ଏକ ଗାଡି ଦୁର୍ଘଟଣା ଗସ୍ତ ହେବାରୁ ବହୁ ମୂଲ୍ୟବାନ ଜୀବନର ଅକାଳ ବିୟୋଗ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗଭୀର ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ 4 ଲକ୍ଷ ଟଙ୍କା ୟହାୟତା ରାଶି ପ୍ରଦାନ କରାଯିବ । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । "

ଏହା ମଧ୍ୟ ପଢନ୍ତୁ- ବିହାରରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକ-ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ 9 ମୃତ

ସ୍ଥାନୀୟ ଜଣେ ପୋଲିସ ଅଧିକାରୀ କହିଛନ୍ତି, ''ଦୁର୍ଘଟଣା ଜିଲ୍ଲାର ଶାହାପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା । ଏକ ଗୋଦଭରାଇ କାର୍ଯ୍ୟକ୍ରମରେ ସାମିଲ ହୋଇ ପିକଅପ ଭ୍ୟାନରେ ବସିଥିବା ଯାତ୍ରୀ ଫେରୁଥିବା ବେଳେ ଗାଡିଟି ହଠାତ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ନିମିଷକ ମଧ୍ୟରେ 14 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ 20 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ଆହତ ମାନେ ଶାହପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।''

Last Updated :Feb 29, 2024, 8:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.