ETV Bharat / bharat

ୟୁପିରେ ଟ୍ରାକ୍ଟରକୁ ଧକ୍କା ଦେଲା ବସ, 6 ଶ୍ରମିକ ମୃତ ଅନେକ ଆହତ

author img

By ETV Bharat Odisha Team

Published : Feb 26, 2024, 9:53 AM IST

Uttar Pradesh Accident: ବିଳମ୍ବିତ ରାତି ଶ୍ରମିକ ଥିବା ଟ୍ରାକ୍ଟରକୁ ଧକ୍କା ଦେଲା ବସ । ଚାଲିଗଲା 6 ଶ୍ରମିକଙ୍କ ଜୀବନ । ଅଧିକ ପଢ଼ନ୍ତୁ

6 ଶ୍ରମିକ ମୃତ
6 ଶ୍ରମିକ ମୃତ

ଲକ୍ଷ୍ନୌ: ବିଳମ୍ବିତ ରାତିରେ ଭୟଙ୍କର ସଡକ ଦୁର୍ଘଟଣା । ଶ୍ରମିକ ବସିଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଲା ରୋଡୱେଜ ବସ । ଆଖି ପିଛୁଳାକେ ଚାଲିଗଲା 6 ଶ୍ରମିକଙ୍କ ଜୀବନ । ରବିବାର ରାତିରେ ଉତ୍ତରପ୍ରଦେଶ ଜୌନପୁର ଜିଲ୍ଲା ସିକରାରା ଅଞ୍ଚଳ ସମାଧଗଞ୍ଜ ବଜାର ପାଖରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିବାର ଖବର ଆସିଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ପୋଲିସର ସୂଚନା ଅନୁସାର, ଗତକାଲି (ରବିବାର) ରାତି ପ୍ରାୟ 12.30 ସମୟରେ ୟୁପି ରୋଡୱେଜର ଏକ ବସ ପ୍ରୟାଗରାଜରୁ ଗୋରଖପୁର ଯାଉଥିଲା । ଏହି ସମୟରେ ଢଳେଇ କାମ ସାରି ଏକ ଟ୍ରାକ୍ଟର ଶ୍ରମିକମାନଙ୍କୁ ନେଇ ଫେରୁଥିଲା । ଏହା ମଧ୍ୟରେ ସିକରାରା ଅଞ୍ଚଳ ସମାଧଗଞ୍ଜ ବଜାର ପାଖରେ ବସ ଓ ଶ୍ରମିକ ଥିବା ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଟ୍ରାକ୍ଟରରେ ଥିବା 7 ଜଣ ଶ୍ରମିକଙ୍କ ମଧ୍ୟରୁ 5 ଜଣଙ୍କ ମୃତ୍ୟୁ ଘଟିଥିଲା । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଥିବା ବେଳେ ଟ୍ରାକ୍ଟର ତଲେ ଚାପି ହୋଇ ମୃତ୍ୟୁ ହୋଇଥିବା 2 ଜଣ ଶ୍ରମିକଙ୍କ ମୃତଦେହକୁ ବାହାର କରିବା ସହ ଅନ୍ୟ ତିନୋଟି ମୃତଦେହ ଉଦ୍ଧାର କରିଥିଲା । ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ; ଚାଲିଗଲା 9 ଜୀବନ, 5 ଗୁରୁତର

ଏହା ମଧ୍ୟ ପଢ଼ନ୍ତୁ...ବିହାରରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକ-ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ 9 ମୃତ

ସେପଟେ ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି । ମୃତକମାନେ ହେଉଛନ୍ତି ଅଲିଶାହପୁର ବାସିନ୍ଦା ନିରଜ ସରୋଜ (28), ରାଜେଶ ସରୋଜ (45), ସଂଗ୍ରମ ସରୋଜ (25), ଚାଇଁ ମୁସହର (20) ଓ ବିଳାସପୁର ବସିନ୍ଦା ଅତୁଲ ସରୋଜ (30), ଏବଂ ବଥୁବାବର ନିବାସୀ ଗୋବିନ୍ଦା ବିନ୍ଦ (30) ବୋଲି ପରିଚୟ ମିଳିଛି । ସେପଟେ କେଉଁ ପିରସ୍ଥିତିରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.