ETV Bharat / bharat

ଲାଲକୃଷ୍ଣ ଆଡଭାନୀଙ୍କୁ 'ଭାରତ ରତ୍ନ', ବାସଭବନକୁ ଯାଇ ରାଷ୍ଟ୍ରପତି କଲେ ସମ୍ମାନିତ - BHARAT RATNA TO LK ADVANI

author img

By ETV Bharat Odisha Team

Published : Mar 31, 2024, 1:02 PM IST

Bharat Ratna to L K Advani
Bharat Ratna to L K Advani

Bharat Ratna to LK Advani: ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର 'ଭାରତ ରତ୍ନ' । ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ରାଷ୍ଟ୍ରପତି ନିଜେ ତାଙ୍କୁ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏହି ସମୟରେ ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପୂର୍ବତନ ଉପରାଷ୍ଟ୍ରପତି ଏମ, ଭେଙ୍କିୟା ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାପୂର୍ବରୁ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପିଭି ନରସିଂହା ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚୌଧୁରୀ ଚରଣ ସିଂହ, କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ସ୍ୱର୍ଗତ ଏମ୍ ଏସ୍ ସ୍ୱାମୀନାଥନ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରିଥିଲେ । ତାଙ୍କ ସମ୍ପର୍କୀୟମାନେ ଏକ ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଆଡଭାନୀଙ୍କ ସମେତ ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି - President confers Bharat Ratna

ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କ ପାଇଁ ତାଙ୍କ ପୁଅ ପିଭି ପ୍ରଭାକର ରାଓ ଏହି ସମ୍ମାନ ଗ୍ରହଣ କରିଥିଲେ । ସେହିଭଳି ଚୌଧୁରୀ ଚରଣ ସିଂହଙ୍କ ପାଇଁ ତାଙ୍କ ନାତି ତଥା ରାଷ୍ଟ୍ରୀୟ ଲୋକ ଦଳର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସ୍ୱାମୀନାଥନଙ୍କ ପାଇଁ ତାଙ୍କ ଝିଅ ନିତ୍ୟା ରାଓ ଓ କର୍ପୂରୀ ଠାକୁରଙ୍କ ପାଇଁ ତାଙ୍କ ପୁଅ ରାମନାଥ ଠାକୁର ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ ।

ଲାଲକୃଷ୍ଣ ଆଡଭାନୀ 1927 ମସିହା ନଭେମ୍ବର 8 ତାରିଖରେ ପାକିସ୍ତାନର କରାଚିରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 1947 ଦେଶ ବିଭାଜନ ସମୟରେ ଆଡଭାନୀଙ୍କ ପରିବାର ପାକିସ୍ତାନ ଛାଡି ମୁମ୍ବାଇରେ ରହିଥିଲେ । ସେଠାରେ ସେ ମୁମ୍ବାଇ ଆଇନ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢିଥିଲେ । ଆଡଭାନୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜରିଆରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ଧରି ଆରଏସଏସ ସହ ଜଡିତ ଥିଲେ ।

1980ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିବା ବେଳେ, ଏହାର ପ୍ରତିଷ୍ଠାତା ସଦସ୍ୟ ଥିଲେ ଆଡଭାନୀ । ଆଡଭାନୀ 3 ଥର (1986ରୁ 1990, 1993ରୁ 1998 ଓ 2004ରୁ 2005) ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ । ସେ 1998ରୁ 2004 ପର୍ଯ୍ୟନ୍ତ ଏନଡିଏ ମେଣ୍ଟରେ ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଆଉମଧ୍ୟ ଅଟଳ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ 2002ରୁ 2004 ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ରାମ ମନ୍ଦିର ନିର୍ମାଣରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.