ETV Bharat / bharat

ଆଡଭାନୀଙ୍କ ସମେତ ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି - President confers Bharat Ratna

author img

By ETV Bharat Odisha Team

Published : Mar 30, 2024, 11:39 AM IST

Updated : Mar 30, 2024, 12:35 PM IST

Bharat Ratna awards
Bharat Ratna awards

President Confers Bharat Ratna Awards: ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ସମାରୋହ । ଅଧିକ ପଢନ୍ତୁ

President Droupadi Murmu confers Bharat Ratna awards to five luminaries

ନୂଆଦିଲ୍ଲୀ: ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଚୌଧୁରୀ ଚରଣ ସିଂ, ସବୁଜ ବିପ୍ଳବର ଜନକ ଏମ୍ ଏସ. ସ୍ୱାମୀନାଥନ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଭାରତ ରତ୍ନରେ ଆଜି ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କୀୟ ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଛନ୍ତି ।

ଚଳିତ ବର୍ଷ ଆରମ୍ଭରୁ ଜାନୁଆରୀ 23 ତାରିଖରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଥିଲା । ଫେବୃଆରୀ 3 ତାରିଖରେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପରେ ଫେବୃଆରୀ 9 ତାରିଖରେ ନରସିଂହରାଓ, ଚରଣ ସିଂହ ଏବଂ ସ୍ବାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ-ଆଉ 3 ଜଣଙ୍କୁ 'ଭାରତ ରତ୍ନ': ନରସିଂହରାଓ, ଚରଣ ସିଂହ ଏବଂ ସ୍ବାମୀନାଥନ

ଲାଲକୃଷ୍ଣ ଆଡଭାନୀ: ଆଡଭାନୀ, ଅଟଳ ସରକାର ସମୟରେ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ ଦେଶସେବାରେ ନିୟୋଜିତ ହୋଇଥିଲେ । ଏହାବାଦ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଆନ୍ଦୋଳନରେ ମଧ୍ୟ ଆଡ଼ଭାନୀଙ୍କ ବଳିଷ୍ଠ ଭୂମିକା ରହିଥିଲା । ମାତ୍ର 14 ବର୍ଷ ବୟସରେ RSSରେ ସାମିଲ ହୋଇଥିଲେ । 1980ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିବା ବେଳେ, ଏହାର ପ୍ରତିଷ୍ଠାତା ସଦସ୍ୟ ଥିଲେ ସେ । ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହିତ ମିଶି ବିଜେପିକୁ ନେତୃତ୍ବ ଦେଇଥିଲେ ଆଡଭାନୀ । 1998 ରୁ 2004 ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । 2015 ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

ଚୌଧରୀ ଚରଣ ସିଂ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକମାନଙ୍କର ଜଣେ ଜଣାଶୁଣା ନେତା ହେଉଛନ୍ତି ଚୌଧରୀ ଚରଣ ସିଂ । 23 ଡିସେମ୍ବର 1902 ରେ ଉତ୍ତରପ୍ରଦେଶର ମେଟର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରରେ ଅର୍ଥମନ୍ତ୍ରୀ ଭାବରେ ସେ ଚାଷୀଙ୍କୁ ପ୍ରାଥମିକତା ଦେଇ ଏକ ବଜେଟ ପ୍ରସ୍ତୁତ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୃଷି କ୍ଷେତ୍ରର ଉନ୍ନତିରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତୀୟ କୃଷକଙ୍କ କଲ୍ୟାଣ ପାଇଁ ଅନେକ ପରିଶ୍ରମ କରିଛନ୍ତି ।

ଚୌଧରୀ ଚରଣ ସିଂ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକମାନଙ୍କର ଜଣେ ଜଣାଶୁଣା ନେତା ହେଉଛନ୍ତି ଚୌଧରୀ ଚରଣ ସିଂ । 23 ଡିସେମ୍ବର 1902 ରେ ଉତ୍ତରପ୍ରଦେଶର ମେଟର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରରେ ଅର୍ଥମନ୍ତ୍ରୀ ଭାବରେ ସେ ଚାଷୀଙ୍କୁ ପ୍ରାଥମିକତା ଦେଇ ଏକ ବଜେଟ ପ୍ରସ୍ତୁତ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୃଷି କ୍ଷେତ୍ରର ଉନ୍ନତିରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତୀୟ କୃଷକଙ୍କ କଲ୍ୟାଣ ପାଇଁ ଅନେକ ପରିଶ୍ରମ କରିଛନ୍ତି ।

ଏମ୍.ଏସ୍. ସ୍ବାମୀନାଥନ: ଦେଶରେ କୃଷି ଏବଂ କୃଷକଙ୍କ କଲ୍ୟାଣରେ ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନ ଉଲ୍ଲେଖନୀୟ ଅବଦାନ ରହିଛି । କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ । ଭାରତୀୟ କୃଷିକୁ ଆଧୁନିକୀକରଣ ଦିଗରେ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ ।

କର୍ପୂରୀ ଠାକୁର: କର୍ପୁରୀ ଠାକୁର ବରିଷ୍ଠ ରାଜନେତା ସହ ଜଣେ ପ୍ରଖ୍ୟାତ ସମାଜ ସଂସ୍କାରକ । ବିହାରର ଥରେ ଉପମୁଖ୍ଯମନ୍ତ୍ରୀ ଓ 2 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ଭେଟେରାନ ସାମାଜବାଦୀ ରାଜନେତା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଉତଥାନ ପାଇଁ ସାମାଜିକ ଆନ୍ଦୋଳନ ଆରମ୍ଭ କରିଥିଲେ । 1977 ରୁ 1979 ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଙ୍ଗେରୀ ଲାଲ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ସେ ଅନ୍ୟାନ୍ୟ ପଛୁଆ ବର୍ଗକୁ ସଂରକ୍ଷଣ ସୁବିଧା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 30, 2024, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.