ETV Bharat / bharat

16 ବର୍ଷ ବୟସରୁ କମ ଛାତ୍ରଛାତ୍ରୀଙ୍କୁ କୋଚିଂ ମନା - Coaching Banned For Below 16

author img

By ETV Bharat Odisha Team

Published : Apr 29, 2024, 10:16 PM IST

COACHING BANNED FOR BELOW 16
COACHING BANNED FOR BELOW 16

COACHING BANNED FOR BELOW 16: ଏଣିକି ଆଉ ଚଳିବନି କୋଚିଂ ସେଣ୍ଟରର ମନମାନି । ଏହି ରାଜ୍ୟରେ 16ବର୍ଷ ବୟସରୁ କମ ଛାତ୍ରଛାତ୍ରୀଙ୍କୁ ଲାଗି କୋଚିଂ ବ୍ୟାନ୍‌ ଘୋଷଣା କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୋପାଳ: ମଧ୍ୟପ୍ରଦେଶରେ 16 ବର୍ଷ ବୟସରୁ କମ ଛାତ୍ରଛାତ୍ରୀଙ୍କୁ ଦିଆଯିବନି କୋଚିଂ । କେନ୍ଦ୍ର ସରକାରଙ୍କ ଆଦେଶ ପରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏହି ନିର୍ଦ୍ଦିଷ୍ଟ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋଚିଂକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ଏହାସହିତ ବିନା ପଞ୍ଜୀକରଣରେ ରାଜ୍ୟରେ ଯେଉଁ କୋଚିଂ ସେଣ୍ଟର ଗୁଡ଼ିକ ଚାଲିଆସୁଥିଲା, ତାହାକୁ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏହି ନିୟମକୁ କାର୍ଯ୍ୟକାରୀ କଲେ, ରାଜ୍ୟରେ ପ୍ରାୟ 40 ହଜାରରୁ ଅଧିକ କୋଚିଂ ସେଣ୍ଟରରେ ତାଲା ଲାଗିବାର ସମ୍ଭାବନା ରହିଛି ।

ରାଜ୍ୟରେ ଅନେକ କୋଚିଂ ପ୍ରତିଷ୍ଠାନ ଗୁଡ଼ିକ ଟଙ୍କା ଆଦାୟ କରିବା ଲାଗି ମନମୁଖୀ ଚଳାଇ ଆସୁଥିଲେ । ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ ଆଉ ଚଳିବ ନାହିଁ କୋଚିଂ ପ୍ରତିଷ୍ଠାନ ଗୁଡ଼ିକର ମନମାନି । ଅର୍ଥାତ କୋଚିଂ ଅପରେଟରମାନେ ଛାତ୍ରଛାତ୍ରୀଙ୍କ ଠାରୁ ଯେଭଳି ଭାବେ ଦେୟ ଆଦାୟ କରୁଥିଲେ, ଆଉ ସେପରି କରିପାରିବେ ନାହିଁ । ଯଦି ସେମାନେ ଏହା କରନ୍ତି, ସେମାନଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । ମଧ୍ୟପ୍ରଦେଶ ସରକାର ବର୍ତ୍ତମାନ କୋଚିଂ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି ।

ଏହା ବି ପଢନ୍ତୁ- କଠୋର ହେଲା କେନ୍ଦ୍ର:୧୬ ବର୍ଷରୁ କମ ବୟସର ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା

ଏଣିକି କୋଚିଂ ସେଣ୍ଟର ଗୁଡ଼ିକ ବିନା ପଞ୍ଜୀକରଣରେ ନିଜ ପ୍ରତିଷ୍ଠାନ ଚଲାଇପାରିବେ ନାହିଁ । ପଞ୍ଜୀକୃତ ହୋଇଥିବା କୋଚିଂ ସେଣ୍ଟରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଗ୍ରେ ରଖାଯିବ । ଅର୍ଥାତ ଏଠାରେ ଛାତ୍ରଛାତ୍ରୀ ଯେପରି ପ୍ରାକୃତିକ ବିପର୍ଯ୍ୟୟ ଭୂମିକମ୍ପରୁ ବର୍ତ୍ତି ପାରିବେ ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯିବ । ଏପରିକି ସ୍ନାତକ ଡିଗ୍ରୀ ହାସଲ କରିନଥିବା କୌଣସି ବ୍ୟକ୍ତି ଏଠାରେ ଶିକ୍ଷାଦାନ କରିପାରିବେ ନାହିଁ । ପାଠ ପଢାଉଥିବା ଶିକ୍ଷକଙ୍କ କୌଣସି ଅପରାଧିକ ମାମଲାରେ ଜଡ଼ିତ ନଥିବେ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ କରାଇଦେବା ଲାଗି କୌଣସି ବିଭ୍ରାନ୍ତମୂଳକ ବିଜ୍ଞାପନ ମଧ୍ୟ ଦେଖା ଯାଇପାରିବ ନାହିଁ ।

ଅଧାରୁ କୋଚିଂ ଛାଡ଼ିଲେ ଅର୍ଥ ଫେରସ୍ତ:- ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଆଦେଶ ଅନୁସାରେ, ପାଠ୍ୟକ୍ରମର ଅବଧି ମଧ୍ୟରେ ଫି ବୃଦ୍ଧି କରାଯାଇପାରିବ ନାହିଁ । ଯଦି କୌଣସି ଛାତ୍ର ପୂର୍ଣ୍ଣଦେୟ ଦେବା ସତ୍ତ୍ବେ ପାଠ୍ୟକ୍ରମ ଛାଡିବାକୁ ଆବେଦନ କରନ୍ତି, ତେବେ ପାଠ୍ୟକ୍ରମର ଅବଶିଷ୍ଟ ସମୟ ପାଇଁ ଥିବା ରାଶିକୁ କୋଚିଂ ପ୍ରତିଷ୍ଠାନ ଫେରସ୍ତ କରିବ । ଫେରସ୍ତରେ ହଷ୍ଟେଲ ଏବଂ ମେସ୍ ଫି ମଧ୍ୟ ଅନ୍ତର୍ଭୂକ୍ତ କରାଯିବ । କୋଚିଂ ସେଣ୍ଟର ପାଇଁ ପର୍ଯ୍ୟାପ୍ତ ସ୍ଥାନ ସହିତ ଅଗ୍ନି ଏବଂ ଭୂକମ୍ପ ଭଳି ବିପଦକୁ ଏଡାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହେବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.