ETV Bharat / state

କଠୋର ହେଲା କେନ୍ଦ୍ର:୧୬ ବର୍ଷରୁ କମ ବୟସର ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା

author img

By ETV Bharat Odisha Team

Published : Jan 18, 2024, 8:50 PM IST

Govt strict to coaching centers: ସ୍କୁଲ ପାଠପଢା ନସରିଲେ କୋଚିଂ ସେଣ୍ଟର ଯିବା ମନା । ନୂଆ ଗାଇଡଲାଇନ ଆଣିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳାୟ । ଅଧିକ ପଢନ୍ତୁ

କଠୋର ହେଲା କେନ୍ଦ୍ର: ୧୬ ବର୍ଷରୁ କମ ବୟସ ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା
କଠୋର ହେଲା କେନ୍ଦ୍ର: ୧୬ ବର୍ଷରୁ କମ ବୟସ ପିଲାଙ୍କୁ କୋଚିଂ ସେଣ୍ଟର ମନା

କଠୋର ହେଲା କେନ୍ଦ୍ର: ୧୬ ବର୍ଷରୁ କମ ବୟସ ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା

ଭୁବନେଶ୍ବର: ଶିକ୍ଷାଦାନ ଆଳରେ କୋଚିଂ ସେଣ୍ଟର ଗୁଡିକର ବ୍ୟବସାୟିକ ଓ ଲାଭଖୋର ମନୋଭାବ ପ୍ରତି କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି ୧୬ ବର୍ଷରୁ କମ ବୟସ ପିଲା କୋଚିଂ ସେଣ୍ଟର ଯାଇପାରିବେ ନାହିଁ । କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ୍ କରିଛନ୍ତି କେନ୍ଦ୍ର ସରକାର । ଭଲ ରାଙ୍କ କିମ୍ବା ଭଲ ମାର୍କ ପାଇଁ ପିଲାଙ୍କୁ କୋଚିଂ ସେଣ୍ଟର ଗୁଡିକ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କଡା ନିର୍ଦ୍ଦେଶ ।


ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁସାରେ, ସ୍ନାତକୋତ୍ତର ଠାରୁ କମ୍ ଯୋଗ୍ୟତା ରହିଥିବା ଶିକ୍ଷକମାନେ କୋଚିଂ ସେଣ୍ଟରରେ ଶିକ୍ଷାଦାନ ପାଇଁ ନିଯୁକ୍ତ ହେବେ ନାହିଁ । କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ପାଇଁ କୌଣସି ମତେ ପିତାମାତାଙ୍କୁ କୌଣସି ପ୍ରଲୋଭନ ଦେଖାଇ ପାରିବେ ନାହିଁ । ଯେଭଳି କି ଭଲ ମାର୍କ ଏବଂ ଭଲ ରାଙ୍କ ରଖିବା ନେଇ ପ୍ରଲୋଭନ ମଧ୍ୟ ଦେଖାଇ ପାରିବେନାହିଁ । ପିଲାଙ୍କର ସ୍କୁଲ ଶିକ୍ଷା ଶେଷ ହେବା ପରେ ହିଁ ସେମାନେ କୋଚିଂ ସେଣ୍ଟରରେ ନାମ ଲେଖାଇ ପାରିବେ ।

ପୂର୍ବ ବର୍ଷରୁ କୋଚିଂ ସେଣ୍ଟରରୁ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ନାଁକୁ ନେଇ କୌଣସି ପ୍ରକାର ଦାବି କରିପାରିବେ ନାହିଁ କୋଚିଂ ସେଣ୍ଟର । ଏପରିକି କୌଣସି ପିଲାଙ୍କର ଫଟୋ ବ୍ୟବହାର କରି କୌଣସି ପ୍ରକାର ବିଜ୍ଞାପନ କରିପାରିବେ ନାହିଁ । କୋଚିଂ ସେଣ୍ଟରରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା କରିବାକୁ ନିର୍ଦ୍ଦେଶାବଳିରେ କୁହାଯାଇଛି । ଛାତ୍ରଛାତ୍ରୀମାନଙ୍କ ସମସ୍ତ ପ୍ରକାରର ବିକାଶ ପାଇଁ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପକୁ ପ୍ରାଥମିକତା ଦେବା ପାଇଁ କୋଚିଂ ସେଣ୍ଟର ଗୁରୁତ୍ୱ ଦେବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କର ମାନସିକ ସୁସ୍ଥତା ରଖିବା ପାଇଁ କ୍ୟାରିୟର ମାର୍ଗଦର୍ଶନ ଏବଂ ମାନସିକ ପରାମର୍ଶ ପ୍ରଦାନ କରିବାକୁ କୋଚିଂ ସେଣ୍ଟର ଗୁଡିକକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :-IIT କାନପୁରରେ ମହିଳା ରିସର୍ଚ୍ଚ ସ୍କଲାରଙ୍କ ସନ୍ଦେହଜନକ ମୃତ୍ୟୁ, 2 ମାସରେ ତୃତୀୟ ଘଟଣା

16 ବର୍ଷ ତଳକୁ କୌଣସି ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବା ନାମରେ ଯେପରି କୌଣସି ଶୋଷଣ ବା ମିଥ୍ୟା ପ୍ରତିଶୃତି ପ୍ରଦାନ ନ କରାଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଏହି ଜାରି ଗାଇଡ଼ ଲାଇନରେ କୁହାଯାଇଛି । କୋଚିଂ ସେଣ୍ଟର ମିଥ୍ୟା ପ୍ରତିଶୃତି, ପାଠପଢ଼ା ସମୟ ଅବଧି, ଫିସ ଷ୍ଟ୍ରକ୍ଚର ଆଦି ଉପରେ ବିଶେଷ ଧ୍ୟାନ ଦେବା ଦରକାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପୂର୍ବରୁ ପିଲାମାନେ ଯେପରି କୋଚିଂ ନେବା ଉପରେ ଚାପରେ ନରହିବେ ଏବଂ ଅଭିଭାବକମାନେ ଅଯଥା ଆର୍ଥିକ ଓ ମାନସିକ ଚାପରେ ନପଡ଼ିବେ ସେଥିପାଇଁ ଏହି ଗାଇଡ଼ ଲାଇନରେ ବିଶେଷ ପ୍ରବଧାନ ରହିବ । ଏନେଇ ଅଭିଭାବକ ମହାସଂଘ ଏହି ପଦକ୍ଷେପକୁ ସ୍ବାଗତ କରିଛି । ପୂର୍ବରୁ ଓଡିଶା ଅଭିଭାବକ ମହାସଂଘ କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଆଇନ ଆଣିବାକୁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.