ETV Bharat / bharat

IIT କାନପୁରରେ ମହିଳା ରିସର୍ଚ୍ଚ ସ୍କଲାରଙ୍କ ସନ୍ଦେହଜନକ ମୃତ୍ୟୁ, 2 ମାସରେ ତୃତୀୟ ଘଟଣା

author img

By ETV Bharat Odisha Team

Published : Jan 18, 2024, 7:26 PM IST

IIT କାନପୁରରେ ରିସର୍ଚ୍ଚ ସ୍କଲାରଙ୍କ ସନ୍ଦେହଜନକ ମୃତ୍ୟୁ, 2 ମାସରେ 3ୟ ଘଟଣା
IIT କାନପୁରରେ ରିସର୍ଚ୍ଚ ସ୍କଲାରଙ୍କ ସନ୍ଦେହଜନକ ମୃତ୍ୟୁ, 2 ମାସରେ 3ୟ ଘଟଣା

Suicide in IIT Kanpur: ମିଳିଲା ମହିଳା ରିସର୍ଚ୍ଚ ସ୍କଲାରଙ୍କ ମୃତଦେହ । ପୋଲିସର ତଦନ୍ତ ଆରମ୍ଭ । 2 ମାସରେ ତୃତୀୟ ଘଟଣା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଭାରତୀୟ ପ୍ରାଦୌଗିକ ସଂସ୍ଥାନ (IIT)କାନପୁରରେ ଜଣେ ରସର୍ଚ୍ଚ ଛାତ୍ରୀ ଜୀବନ ହାରିଥିବା ଜଣାପଡିଛି । ସେ ରହୁଥିବା ହଷ୍ଟେଲ ପ୍ରକୋଷ୍ଠରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ନାମ ପ୍ରୟଙ୍କା ଜୈଶଓ୍ବାଲ ଓ ତାଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି । ସଂସ୍ଥାନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରେ ମଧ୍ୟ ଫୋରେନସିକ ଟିମ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ, ଝାଡଖଣ୍ଡର 29 ବର୍ଷୀୟା ପ୍ରିୟଙ୍କା ସଂସ୍ଥାନରେ ଜଣେ ପିଏଚଡି ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । ସେ 4 ନମ୍ବର ମହିଳା ହଷ୍ଟେଲରେ 312 ନମ୍ବର କୋଠରୀରେ ରହୁଥିଲେ । ହେଲେ ଆଜି ସେ କୋଠରୀରୁ ବାହାରି ନଥିଲେ । ସନ୍ଦେହ ହେବାରୁ ହଷ୍ଟେଲ କର୍ମଚାରୀ ତାଙ୍କ କୋଠରୀ ନିକଟରେ ପହଞ୍ଚିଥିଲେ । ଡୋର ଭିତରୁ ବନ୍ଦ ଥିବା କାରଣରୁ ସନ୍ଦେହ ବଢିଥିଲା । ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଜନ୍ଦେହଜନକ ଅବସ୍ଥାରେ ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କାରଣ ସମ୍ପର୍କରେ କିଛି ଜଣାପଡିନଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରିୟଙ୍କାଙ୍କ ସହପାଠୀ ଓ ହଷ୍ଟେଲ କର୍ମଚାରୀଙ୍କୁ ପୋଲିସ ପଚରା ଉଚରା କରୁଛି । ମୃତ ପ୍ରିୟଙ୍କାଙ୍କ ପରିବାର ସଦସ୍ୟ ମଧ୍ୟ କାନପୁରରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 1990 ବାୟୁସେନା ଅଧିକାରୀ ହତ୍ୟା ମାମଲା: ୟାସିନ ମଲ୍ଲିକକୁ ଚିହ୍ନଟ କଲେ ପ୍ରତ୍ୟକ୍ଷଦର୍ଶୀ

2 ମାସରେ ତୃତୀୟ ଘଟଣା:-

ଆଇଆଇଟି କାନପୁରରେ ଗତ 2 ମାସ ମଧ୍ୟରେ 3ଟି ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଲାଣି । ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଓଡିଶାର ରିସର୍ଚ୍ଚ ସ୍କଲାର ପଲ୍ଲବୀଙ୍କ ମଧ୍ୟ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଚଳିତବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଉତ୍ତର ପ୍ରଦେଶର ମିରଟ ଅଞ୍ଚଳର ପିଏଚଡି ଛାତ୍ର ବିକାଶ କୁମାର ମୀନାଙ୍କର ମଧ୍ୟ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ସବୁ ମାମଲାର ତଦନ୍ତ ପୋଲିସ ଜାରି ରଖିଛି । ହେଲେ ଆଇଆଇଟି ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.