ETV Bharat / bharat

1990 ବାୟୁସେନା ଅଧିକାରୀ ହତ୍ୟା ମାମଲା: ୟାସିନ ମଲ୍ଲିକକୁ ଚିହ୍ନଟ କଲେ ପ୍ରତ୍ୟକ୍ଷଦର୍ଶୀ

author img

By ETV Bharat Odisha Team

Published : Jan 18, 2024, 5:22 PM IST

1990 ବାୟୁସେନା ଅଧିକାରୀ ହତ୍ୟା ମାମଲା: ୟାସିନକୁ ଚିହ୍ନଟ କଲେ ପ୍ରତ୍ୟେକ୍ଷଦର୍ଶୀ
1990 ବାୟୁସେନା ଅଧିକାରୀ ହତ୍ୟା ମାମଲା: ୟାସିନକୁ ଚିହ୍ନଟ କଲେ ପ୍ରତ୍ୟେକ୍ଷଦର୍ଶୀ

killing of 4 IAF men in 1990: 1990 ବାୟୁସେନା ଅଧିକାରୀ ହତ୍ୟା ମାମଲାରେ ୟାସିନ ମଲ୍ଲିକ ଗୁଳି ଚଳାଇଥିବା ଚିହ୍ନଟ କଲେ ପ୍ରତ୍ୟକ୍ଷଦର୍ଶୀ । ଅଧିକ ପଢନ୍ତୁ

ଶ୍ରୀନଗର: ବହୁଚର୍ଚ୍ଚିତ 1990 ବାୟୁସେନା ଅଧିକାରୀ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ଆତଙ୍କବାଦୀ ୟାସିନ ମଲ୍ଲିକକୁ ଚିହ୍ନଟ କଲେ ଘଟଣାର ପ୍ରତ୍ୟକ୍ଷଦର୍ଶୀ । ଆଜି ସିବିଆଇ ସ୍ବତନ୍ତ୍ର କୋର୍ଟରେ ୟାସିନକୁ ଚିହ୍ନଟ କରିବା ସହ ସେ ୟାସିନ ନିଜେ ହିଁ 4 ବାୟୁସେନା ଅଧିକାରୀଙ୍କୁ ଗୁଳି ଚଳାଇଥିବା ଘଟଣାର ମୁଖ୍ୟ ସାକ୍ଷୀ ତଥା ପ୍ରତ୍ୟେକ୍ଷଦର୍ଶୀ ରଜଓ୍ବାର ଉମେଶ୍ବର ସିଂ କହିଛନ୍ତି । ଏହା ପରେ ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ୟାସିନକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ କୋର୍ଟରେ ଦାବି କରିବାକୁ ଯାଉଛି ।

ଟେରର ଫଣ୍ଡିଂ ମାମଲାରେ ଆଜୀବନ କାରାଦଣ୍ଡ ପାଇଛି ୟାସିନ:-

ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲ୍ଲିକ ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ‘ଏନଆଇଏ’ ଦ୍ବାରା ଗିରଫ ହୋଇ ଦୋଷୀ ସାବ୍ୟସ୍ତ ହୋଇସାରିଛି । ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସେ ଏବେ ଦିଲ୍ଲୀର ତିହାର ଜେଲରେ କଡା ସୁରକ୍ଷା ମଧ୍ୟରେ ସଜ୍ଜା କାଟୁଛି । ତାକୁ ମୃତ୍ୟୁଦଣ୍ଡ ଦେବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ କୋର୍ଟରେ ଆବେଦନ ମଧ୍ୟ କରିଛି । ତେବେ 1990 ମହିସାରେ ଘାଟିରେ 4 ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ମାମଲାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ହେଉଛି ୟାସିନ । ଏବେ ଏହି ମାମଲା ବିଚାରାଧୀନ ରହିଛି । ଆଜି ତାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ମାମଲାର ମୁଖ୍ୟ ସାକ୍ଷୀ ତଥା ପ୍ରତ୍ୟେକ୍ଷଦର୍ଶୀ ରାଜଓ୍ବାର ଉମେଶ୍ବର ସିଂ ୟାସିନ ହିଁ ନିଜେ ଗୁଳି ଚଳାଇବାର ସେ ଦେଖିଥିବା ନିଶ୍ଚିତ କରିଛନ୍ତି ।

ପୂର୍ବତନ ବାୟୁସେନା ଅଧକାରୀ ହେଉଛନ୍ତି ମୁଖ୍ୟ ସାକ୍ଷୀ:-

ପ୍ରତ୍ୟକ୍ଷଦର୍ଶୀ ରଜଓ୍ବାର ଉମେଶ୍ବର ସିଂ ହେଉଛନ୍ତି ବାୟୁସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ । ସେ ଏହି ହତ୍ୟାକାଣ୍ଡ ସମୟରେ କାଶ୍ମୀରର ନିୟୋଜିତ ଥିଲେ । ତାଙ୍କ କ୍ୟାମ୍ପର 4 ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟର ନେତା ୟାସିନ ମଲ୍ଲିକ ନେତୃତ୍ବରେ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା ।

କଣ ଥିଲା ମାମଲା:- ‘ନିର୍ବାଚନର ମାତ୍ର 2 ମାସ ପୂର୍ବରୁ ମୋତେ ନୋଟିସ କାହିଁକି': କେଜ୍ରିୱାଲ୍

1990 ମସିହା ଜାନୁଆରୀ 25ରେ ରାଉଲପୋରା ଏରିଆରେ ଭାରତୀୟ ସେନାର 4 ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏଥିରେ ପ୍ରାୟ 22 ରୁ ଅଧିକ ଲୋକେ ଆହତ ମଧ୍ୟ ହୋଇଥିଲେ । ଏହି ଘଟଣାରେ ୟାସିନ ମଲ୍ଲିକ ପରବର୍ତ୍ତୀ ସମୟରେ ଗିରଫ ହୋଇଥିଲା । ହେଲେ ସେ ଟେରର ଫଣ୍ଡିଂ ମାମଲାରେ ଆଜୀବନ କାରାଦଣ୍ଡ ପାଇସାରିଥିବା ବେଳେ ଏହି ଗଣହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.