ETV Bharat / bharat

ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର - Kerala moves SC against President

author img

By ETV Bharat Odisha Team

Published : Mar 24, 2024, 10:22 AM IST

Etv Bharat
Etv Bharat

Kerala moves SC against President: 4ଟି ବିଲକୁ ମଞ୍ଜୁରୀ ନମିଳିବାରୁ ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର । କାରଣ ନ ଦର୍ଶାଇ ବିଲ ଗୁଡିକୁ ଅସାମ୍ବିଧାନକ କୁହାଯାଇଥିବା ପିଟିସନରେ ଉଲ୍ଲେଖ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର । ବିଧାନସଭାରେ ପାରିତ ହୋଇଥିବା 4ଟି ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ନଦେବାରୁ ସୁପ୍ରିମକୋର୍ଟରେ ରାଷ୍ଟ୍ରପତିଙ୍କ ବିରୋଧରେ ଏକ ପିଟିସନ ଦାୟର କରିଛନ୍ତି କେରଳ ସରକାର । କୌଣସି କାରଣ ନ ଦର୍ଶାଇ ଏହି ବିଲ ଗୁଡିକୁ ଅସାମ୍ବିଧାନକ କୁହାଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି । ଏଥିସହ ରାଜ୍ୟପାଳ ସାତୋଟି ବିଲକୁ “ଦୁଇ ବର୍ଷ ପର୍ଯ୍ୟନ୍ତ ବିଚାରାଧୀନ” ରଖିବା ପରେ ସେଗୁଡିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ମନମୁଖୀ କାର୍ଯ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ, ଆଜି ହୋଇପାରେ ଶୁଣାଣି - Kejriwal Moves Supreme Court

ସମ୍ବିଧାନର ଧାରା 32 ଅନୁଯାୟୀ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ରାଜ୍ୟପାଳଙ୍କ ଦ୍ବାରା ପଠାଯାଇଥିବା 7 ବିଲ ମଧ୍ୟରୁ 4ଟିକୁ ରାଷ୍ଟ୍ରପତି ମଞ୍ଜୁରୀ ନଦେବାର କୌଣସି କାରଣ କୁହାଯାଇନାହିଁ । ଏହା ମନମୁଖୀ କାର୍ଯ୍ୟ ଅଟେ । ଏହା ସମ୍ବିଧାନର ଧାରା 14, ଧାରା 200 ଏବଂ 201ର ଉଲ୍ଲଘଂନ ଅଟେ । ଦୁଇ ବର୍ଷ ପର୍ଯ୍ୟନ୍ତ ବିଲକୁ ବିଚାରାଧୀନ ରଖିବାରେ ରାଜ୍ୟପାଳଙ୍କ କାର୍ଯ୍ୟକଳାପ ରାଜ୍ୟ ବିଧାନସଭାର କାର୍ଯ୍ୟକାରିତାକୁ ବଦଳାଇ ଦେଇଛି । ଏହାର ଅସ୍ତିତ୍ୱକୁ ପ୍ରଭାବହୀନ ଓ ନିରର୍ଥକ କରିଛି । ଏହି ବିଲ୍ ଗୁଡିକ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ । ରାଜ୍ୟପାଳ ବିଲ ଗୁଡିକ ଉପରେ ବିଚାର ନକରି ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Birth Control in Animals: ଜଙ୍ଗଲୀ ଜୀବଙ୍କ ବନ୍ଧ୍ୟାକରଣ ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ କେରଳ ସରକାର

ଆବେଦନରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ତାଙ୍କ ଅତିରିକ୍ତ ସଚିବ,କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଏଲଡିଏଫ ସରକାର । ଏହି ବିଲ ଗୁଡିକୁ ବିନା କାରଣରେ ଅନୁମତି ନଦେବାକୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଧାରା 14ର ଉଲ୍ଲଘଂନ ଅଟେ । 4 ବିଲ ମଧ୍ୟରେ ରହିଛି ୟୁନିଭରସିଟି ଲ (ସଂଶୋଧନ) (ନମ୍ବର2) ବିଲ 2021, ଦ କେରଳ କୋ ଅପରେଟିଭ ସୋସାଇଟିଜ(ସଂଶୋଧନ) ବିଲ 2022, ଦ ୟୁନିଭରସିର୍ଟି ସ (ସଂଶୋଧନ) ବିଲ 2022, ଦ ୟୁନିଭରସିର୍ଟି ସ (ସଂଶୋଧନ) (ନମ୍ବର3) ବିଲ ରହିଛି । କେରଳ ସରକାରଙ୍କ ଅବେଦନ ଅନୁଯାୟୀ ଏହି ବିଲ ଗୁଡିକ ସମ୍ପୂର୍ଣ୍ଣ ଭାବେ କେରଳ ରାଜ୍ୟର ଅଧିକାର କ୍ଷେତ୍ରରେ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.