ETV Bharat / bharat

Birth Control in Animals: ଜଙ୍ଗଲୀ ଜୀବଙ୍କ ବନ୍ଧ୍ୟାକରଣ ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ କେରଳ ସରକାର

author img

By

Published : Jan 13, 2023, 11:01 PM IST

କେରଳରେ ବୃଦ୍ଧି ପାଇବାରେ ଲାଗିଛି ମନୁଷ୍ୟ-ପଶୁ ବିବାଦ । ଜଙ୍ଗଲର କ୍ଷମତାଠାରୁ ଅଧିକ ବନ୍ୟଜନ୍ତୁ ରହିବା ଦ୍ବାରା କିଛି ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ଏଥିଲାଗି କେରଳ ସରକାର ଜଙ୍ଗଲୀ ଜୀବଙ୍କ ବନ୍ଧ୍ୟାକରଣ ଲାଗି ନିର୍ଦ୍ଦେଶନାମା ଜାରି କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଥିରୁଅନନ୍ତପୁରମ: କେରଳରେ ବଢି ଚାଲିଛି ମନୁଷ୍ୟ-ପଶୁ ବିବାଦ । ଜଙ୍ଗଲୀ ପ୍ରାଣୀ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ଫସଲ ନଷ୍ଟ କରୁଛନ୍ତି । ଏଥିଲାଗି ପ୍ରତିଶୋଧ ପରାୟଣ ହୋଇ ଲୋକେ ଜଙ୍ଗଲୀ ଜନ୍ତୁଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ କରୁଛନ୍ତି । ତେବେ ମଣିଷ ପଶୁଙ୍କ ମଧ୍ୟରେ ଲାଗିଥିବା ଏହି ବିବାଦକୁ ରୋକିବା ଲାଗି ଜଙ୍ଗଲୀ ଜନ୍ତୁଙ୍କ ବନ୍ଧ୍ୟାକରଣ ଲାଗି ଯୋଜନା କରୁଛି କେରଳ । ଏନେଇ ନିର୍ଦ୍ଦେଶନାମା ଜାରି କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଜଙ୍ଗଲୀ ଜନ୍ତୁଙ୍କ ବନ୍ଧ୍ୟାକରଣ ଲାଗି ନିର୍ଦ୍ଦେଶନାମା ଲାଗୁ କରିବା ଲାଗି କେରଳ ସରକାର ସୁପ୍ରିମକୋର୍ଟଙ୍କ ସହାୟତା ଲୋଡ଼ିଛନ୍ତି । ଏନେଇ କେରଳ ଜଙ୍ଗଲ ବିଭାଗ ମନ୍ତ୍ରୀ ଏ.କେ ସସିନ୍ଦ୍ରାନ କହିଛନ୍ତି, " ମନୁଷ୍ୟ-ପଶୁ ମଧ୍ୟରେ ଚାଲିଥିବା ବିବାଦକୁ ରୋକିବା ଲାଗି କେରଳ ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛନ୍ତି । ମନୁଷ୍ୟଙ୍କ ଉପରେ ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଓ କୃଷି ଜାତୀୟ ଫସଲ ନଷ୍ଟ କରିବା ଭଳି ମାମଲା ବଢି ଚାଲିଛି । ଏଥିଲାଗି ଆମେ ଜଙ୍ଗଲୀ ଜୀବଙ୍କ ବନ୍ଧ୍ୟାକରଣ ଲାଗି ସୁପ୍ରିମକୋର୍ଟଙ୍କ ସହାୟତା ଲୋଡିବୁ ।"

ଏହା ବି ପଢନ୍ତୁ- କ୍ଷମତା ନୁହେଁ ଅର୍ଥ ବଳରେ ଜିତୁଛନ୍ତି ନେତା, ସୁପ୍ରିମକୋର୍ଟରେ ମାମଲା

ରାଜ୍ୟର ୱାୟାନାଡ଼ ଅଞ୍ଚଳରେ ଜଙ୍ଗଲୀ ଜୀବଙ୍କ ଆକ୍ରମଣରେ ଅନେକ ଚାଷୀଙ୍କ ଅକାଳରେ ପ୍ରାଣ ହାନି ଘଟୁଛି । ଗତ କିଛି ଦିନ ତଳେ ବାଘ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିଲା । ଏଥିଲାଗି ସରକାର ମୃତ ପରିବାରକୁ କ୍ଷତିପୂରଣ ଭାବେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଜଙ୍ଗଲରେ ଯେତିକି ପରିମାଣରେ ଜୀବ ରହିବା କଥା ବର୍ତ୍ତମାନ ଢେର ଅଧିକ ରହିଛନ୍ତି । ଫଳରେ ସେମାନେ ଜନ ବସତି ମୁହାଁ ହେଉଛନ୍ତି । ଏଣୁ ସେମାନଙ୍କ ବନ୍ଧ୍ୟାକରଣ ଲାଗି ସରକାର ଯୋଜନା କରିଛନ୍ତି ।

ଖାଲି ସେତିକି ନୁହେଁ, ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଲାଗି ରାଜ୍ୟରେ ଜଙ୍ଗଲ ଜମିର ବୃଦ୍ଧି ମଧ୍ୟ କରାଯାଉଛି । ଏହାସହିତ ଉକ୍ତ ଜଙ୍ଗଲରୁ କିଛି ଜଙ୍ଗଲୀ ଜନ୍ତୁଙ୍କୁ ଅନ୍ୟ ଜଙ୍ଗଲକୁ ସ୍ଥାନାନ୍ତର କରିବା ଲାଗି ଯୋଜନା କରାଯାଉଛି । ଏହାସହ ଜଙ୍ଗଲୀ ଜୀବଙ୍କ ବନ୍ଧ୍ୟାକରଣ ଲାଗି ସରକାର ଯୋଜନା କରିଛନ୍ତି । ଅନ୍ୟପଟେ ସରକାର ମୃତ ଚାଷୀଙ୍କ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି ଦେବା ଲାଗି ସ୍ଥିର କରିଛନ୍ତି । ଚାଷୀଙ୍କ ମୃତ୍ୟୁର କାରଣ ସାଜିଥିବା ବାଘକୁ ମଧ୍ୟ ସିସିଟିଭି ଫୁଟେଜ ଯାଞ୍ଚ କରି କାବୁ କରିବା ଲାଗି ପ୍ରୟାସ କରାଯାଉଛି । ଏହି କାର୍ଯ୍ୟରେ କର୍ଣ୍ଣାଟକ ବନ୍ୟ ବିଭାଗ ମଧ୍ୟ ସହଯୋଗ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.