ETV Bharat / bharat

କ୍ଷମତା ନୁହେଁ ଅର୍ଥ ବଳରେ ଜିତୁଛନ୍ତି ନେତା, ସୁପ୍ରିମକୋର୍ଟରେ ମାମଲା

author img

By

Published : Jan 13, 2023, 9:20 PM IST

ଦେଶରେ ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚାନକୁ ନଜରେ ରଖି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ । ଅଧିକ ପଢ଼ନ୍ତୁ

ଅର୍ଥ ବଳରେ ଜିତୁଛନ୍ତି ନେତା !
ଅର୍ଥ ବଳରେ ଜିତୁଛନ୍ତି ନେତା !

ନୂଆଦିଲ୍ଲୀ: ସ୍ବଚ୍ଛ ପ୍ରଣାଳୀରେ ନିର୍ବାଚନକୁ ନେଇ ଚିନ୍ତାରେ ନିର୍ବାଚନ ଆୟୋଗ । କ୍ଷମତା ପରିବର୍ତ୍ତେ ଅର୍ଥ ବଳରେ ନିର୍ବାଚନ ଜିତିବା ଆଜିକାଲିର ଟ୍ରେଣ୍ଡ ପାଲଟିଛି । ବିତ୍ତଶାଳୀ ଅର୍ଥ ବଳରେ ନିର୍ବାଚନ ହାତଉଛନ୍ତି । ଏହା ଗଣତନ୍ତ୍ର ପାଇଁ ଏକ ବିପଦପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ନିର୍ବାଚନ ଆୟୋଗ ।

ଦେଶରେ ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚାନକୁ ନଜରରେ ରଖି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଥିଲା । ଏହି ଜନସ୍ୱାର୍ଥ ମାମଲାର ଜବାବରେ ନିର୍ବାଚନ ଆୟୋଗ ଏକ ଆଫିଡେଭିଟ୍ ଦାଖଲ କରିଛି । ଆଫିଡେଭିଟ୍‌ରେ ଇସି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି କି, ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଉଥିବା ଅର୍ଥ ସୀମାଠାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଏଭଳି ଧାରା ଅତ୍ୟନ୍ତ ଉଦବେଗଜନକ । ନିର୍ବାଚନରେ ପ୍ରାର୍ଥୀ ଟଙ୍କାର ପ୍ରଲୋଭନ ଦେଖାଇ ଭୋଟ ହାତଉଛି ।

୨୦୧୦ରେ ହୋଇଥିବା ବିହାର ବିଧାନସଭା ନିର୍ବାଚନ ପରଠୁ, ନିର୍ବାଚାନରେ ମାତ୍ରାଧିକ ଅର୍ଥର ବ୍ୟବହାରକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ମନି ମନିଟରିଂ ମେକାନିଜିମକୁ କାର୍ଯ୍ୟକାରୀ କରିଛନ୍ତି । IIT ଗ୍ରାଜୁଏଟ ପ୍ରଭାକର ଦେଶପାଣ୍ଡେ ସେଣ୍ଟର ଫର ମିଡିଆ ଷ୍ଟଡିଜ୍, ଦିଲ୍ଲୀ ବେସ୍ ଥିଙ୍କ୍‌ ଟ୍ୟାଙ୍କ୍‌ର ପ୍ରକାଶିତ ଏକ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ ବର୍ତ୍ତମାନ ସୁଦ୍ଧା ନର୍ବାଚନଗୁଡ଼ିକରେ ପ୍ରାର୍ଥୀମାନେ ନିୟମ ଅନୁଯାୟୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଖର୍ଚ୍ଚ କରିଛନ୍ତି ।

ଆବେଦନକାରୀ ନିର୍ବାଚନ ଆୟୋଗଙ୍କୁ ଏକ କଡ଼ା ଓ ନିର୍ଦ୍ଦିଷ୍ଟ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି । ଯେଉଁ ନିୟମ ଦ୍ବାରା ନିର୍ବାଚନରେ ଅତିରିକ୍ତ ଖର୍ଚ୍ଚକୁ ରୋକାଯାଇ ପାରିବ । ତା ସହିତ ଦୋଷୀ ପ୍ରାର୍ଥୀ ଓ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ।


"ନିର୍ବାଚନରେ ଖର୍ଚ୍ଚ ସୀମାକୁ ନେଇ ୧୯୬୧ରେ ନିୟମ ଲାଗୁ ହୋଇଥିଲା । ୧୯୬୧ରେ ପ୍ରଣୋଦିତ ନିୟମ ୯୦ ଅନୁଯାୟୀ ନିର୍ବାଚନ ଆୟୋଗଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ସୀମା ମଧ୍ୟରେ ପ୍ରାର୍ଥୀମାନେ ନିର୍ବାଚନରେ ଖର୍ଚ୍ଚ କରିପାରିବେ । ନିର୍ବାଚନ ସମୟରେ ଖର୍ଚ୍ଚର ତଦାରଖ ପାଇଁ ଏକ ସ୍ବତନ୍ତ୍ର ମେକାନିଜିମ୍‌ ପ୍ରସ୍ତୁତ କରିଛନ୍ତି ।" ଆବେଦନକାରୀ ଦାଖଲ କରିଥିବା ଜନସ୍ବାର୍ଥ ମାମଲାକୁ ନେଇ ସୁପ୍ରିମକୋର୍ଟ ଏଭଳି ଉତ୍ତର ରଖିଛନ୍ତି ନିର୍ବାଚନ ଆୟୋଗ । ଆବେଦନକାରୀ ଅସ୍ପଷ୍ଟ ଓ ଅଧାଅଧୁରା ସୂଚନା ଦର୍ଶାଇ ଥିବାରୁ ଏହି ଜନସ୍ବାର୍ଥ ମାମଲାକୁ ଖାରଜ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ନିର୍ବାଚନ ଆୟୋଗ । ସୁପ୍ରିମକୋର୍ଟଙ୍କ ଅଜୟ ରସ୍ତୋଗୀ ଓ ବେଲା ଏମ୍‌ ତ୍ରୀବେଦୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାମଲାକୁ ୪ ସପ୍ତାହ ପାଇଁ ସ୍ତଗିତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.