ETV Bharat / bharat

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ITCMର ସଫଳ ପରୀକ୍ଷଣ - flight test of ITCM

author img

By ETV Bharat Odisha Team

Published : Apr 18, 2024, 4:26 PM IST

Indigenous Technology Cruise Missile
Indigenous Technology Cruise Missile

Indigenous Technology Cruise Missile: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସ୍ବଦେଶୀ ଜ୍ଞାନକୌଶଳ ନିର୍ମିତ କ୍ରୁଜ ମିଶାଇଲର ପରୀକ୍ଷଣ ସଫଳ । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

ବାଲେଶ୍ବର: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଂସ୍ଥା (DRDO)କୁ ଆଉ ଏକ ସଫଳତା । ବାଲେଶ୍ୱର ଓଡିଶା ଉପକୂଳର ଚାନ୍ଦିପୁରରେ ଥିବା ସମନ୍ବିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଆଇଟିସିଏମର( Indigenous Technology Cruise Missile) ପରୀକ୍ଷଣ ସଫଳ ହୋଇଛି । ଆଇଟିସିଏମ ହେଉଛି ସ୍ବଦେଶୀ ଜ୍ଞାନକୌଶଳ ନିର୍ମିତ କ୍ରୁଜ ମିଶାଇଲ । ଏନେଇ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଡିଆରଡିଓର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକ ମଧ୍ୟ ଉପସ୍ଥିତ ଥିଲେ । ପରୀକ୍ଷଣ ସମ୍ପୂର୍ଣ୍ଣ ସଠିକତାର ସହିତ ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିଛି ।

ପରୀକ୍ଷଣ ସମୟରେ ସମସ୍ତ ଯନ୍ତ୍ରପାତି ଆଶନୁରୂପକ କାର୍ଯ୍ୟ କରିଥିଲେ। ଆଇଟିଆର ଦ୍ବାରା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (EOTS) ଏବଂ ଟେଲିମେଟ୍ରି ଦ୍ବାରା ଏହି ମିସାଇଲ୍ କାର୍ଯ୍ୟଦକ୍ଷତାକୁ ନିରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲା । ଏହାସହ ଏହି କ୍ଷେପଣାସ୍ତ୍ର ଉପରେ ସ୍ବତନ୍ତ୍ର ନଜର ରଖିଥିଲା IAF Su-30-Mk-I ଏୟାରକ୍ରାଫ୍ଟ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଂସ୍ଥାର ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡିଶା ଉପକୂଳରୁ ସ୍ବଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ

Agni Prime Ballistic Missile: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ପ୍ରକାଶଥାଉକି, ଗତ 14 ତାରିଖରେ ସ୍ବଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ (VSHORADS) ମିସାଇଲର ପରୀକ୍ଷଣ କରାଯାଇଥିଲା । ଓଡିଶା ଉପକୂଳର ଚାନ୍ଦିପୁରରେ ଥିବା ସମନ୍ବିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଏହାର କ୍ରମାଗତ ଦୁଇଟି ପରୀକ୍ଷଣ କରାଯାଇଥିଲା । ଉଭୟ ପରୀକ୍ଷଣ ସମ୍ପୂର୍ଣ୍ଣ ସଠିକତାର ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିଛି । ଏହାକୁ କୌଣସି ପ୍ରକାର ବାୟୁ ଟାର୍ଗେଟ ବା ଏରିଏଲ ଟାର୍ଗେଟକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଭୂପୃଷ୍ଠରୁ ଆକାଶ ପଥକୁ ନିକ୍ଷେପ କରିହେବ । ଏହା କେବଳ ସ୍ଥିର ଟାର୍ଗେଟ ନୁହେଁ, ବରଂ ଦୃତଗତିରେ ବାୟୁମଣ୍ଡଳରେ ଗତି କରୁଥିବା କୌଣସି ଗତିଶୀଳ ବସ୍ତୁ କିମ୍ବା ଲଢୁଆ ବିମାନକୁ ମଧ୍ୟ ଅତି ସହଜରେ ହିଟ୍‌ କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.