ETV Bharat / bharat

ଓଡିଶା ଉପକୂଳରୁ ସ୍ବଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ

author img

By

Published : Mar 14, 2023, 8:52 PM IST

ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ ମିସାଇଲର ସଫଳ ପରୀକ୍ଷଣ । ଚାନ୍ଦିପୁରର ସମନ୍ବିତ ପରୀକ୍ଷଣ କେନ୍ଦ୍ରରୁ ଦୁଇଟି ପରୀକ୍ଷଣ ସଫଳ ନେଇ ଡିଆଆରଡିଓର ସୂଚନା । ଅଧିକ ପଢନ୍ତୁ

VSHORADS ମିସାଇଲର ସଫଳ ପରୀକ୍ଷଣ
VSHORADS ମିସାଇଲର ସଫଳ ପରୀକ୍ଷଣ

ଓଡିଶା ଉପକୂଳରୁ VSHORADS ମିସାଇଲର ସଫଳ ପରୀକ୍ଷଣ

ହାଇଦ୍ରାବାଦ: ସ୍ବଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ (VSHORADS) ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ସଫଳ ହୋଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଜି (ମଙ୍ଗଳବାର) ଅପରାହ୍ନରେ ଓଡିଶା ଉପକୂଳର ଚାନ୍ଦିପୁରରେ ଥିବା ସମନ୍ବିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଏହାର କ୍ରମାଗତ ଦୁଇଟି ପରୀକ୍ଷଣ କରାଯାଇଥିଲା । ଉଭୟ ପରୀକ୍ଷଣ ସମ୍ପୂର୍ଣ୍ଣ ସଠିକତାର ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିଛି । ଏହି ପରୀକ୍ଷଣ ପାଇଁ ଆକାଶ ମାର୍ଗରେ ଟାର୍ଗେଟ ଫିକ୍ସ କରାଯାଇଥିଲା ।

ଏହାକୁ କୌଣସି ପ୍ରକାର ବାୟୁ ଟାର୍ଗେଟ ବା ଏରିଏଲ ଟାର୍ଗେଟକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଭୂପୃଷ୍ଠରୁ ଆକାଶ ପଥକୁ ନିକ୍ଷେପ କରିହେବ । ଏହା କେବଳ ସ୍ଥିର ଟାର୍ଗେଟ ନୁହେଁ, ବରଂ ଦୃତଗତିରେ ବାୟୁମଣ୍ଡଳରେ ଗତି କରୁଥିବା କୌଣସି ଗତିଶୀଳ ବସ୍ତୁ କିମ୍ବା ଲଢୁଆ ବିମାନକୁ ମଧ୍ୟ ଅତି ସହଜରେ ହିଟ୍‌ କରିପାରିବ । ଆଜି ହୋଇଥିବା ଏହି ପରୀକ୍ଷଣ ସ୍ଥଳଭାଗରୁ ତଥା ମନୁଷ୍ୟ ଦ୍ବାରା ସଞ୍ଚାଳିତ ହୋଇପାରୁଥିବା ପୋର୍ଟେବୁଲ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା । କିଛି ସମୟ ବ୍ୟବଧାନରେ ଦୁଇଟି ପୃଥକ ପୃଥକ ପରୀକ୍ଷଣ କରାଯାଇଥିଲା । ଦୁଇଟି ମିସାଇଲ ନିଜ ନିର୍ଦ୍ଧାରିତ ଟାର୍ଗେଟକୁ ଧ୍ବଂସ କରିବାରେ ସଫଳ ରହିଛନ୍ତି । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲା ।

  • Defence Research and Development Organisation (DRDO) conducted two consecutive successful flight tests of Very Short Range Air Defence System (VSHORADS) missile at the Integrated Test Range, Chandipur off the coast of Odisha. pic.twitter.com/rh0B2Yrauz

    — ANI (@ANI) March 14, 2023 " class="align-text-top noRightClick twitterSection" data=" ">

ଉତ୍ତର-ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବରରେ ଥିବା ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଏହି ପରୀକ୍ଷଣ କରାଯାଇଥିଲା । ଏଥିରେ ଡିଆରଡିଓର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକ ମଧ୍ୟ ଉପସ୍ଥିତ ଥିଲେ । କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ହୋଇଥିଲା । ମ୍ୟାନ ପୋର୍ଟେବୁଲ ଲଞ୍ଚରରୁ ଏହି ସ୍ବଳ୍ପ ଦୂରଗାମୀ ହାଲୁକା କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା । ଏହା ବ୍ୟବହାରିକ ଦୃଷ୍ଟିରୁ ବେଶ ସରଳ ଓ ପ୍ରଭାବୀ ମଧ୍ୟ । ଏହାର ଉତକ୍ଷେପଣ ପାଇଁ କୌଣସି ଲଞ୍ଚ ପ୍ୟାଡର ଅବଶ୍ୟକତା ନାହିଁ । ଯେକୌଣସି ପ୍ରଶିକ୍ଷିତ ଯବାନଙ୍କ ଦ୍ବାରା ଏହା ପୋର୍ଟେବୁଲ ଲଞ୍ଚର ମାଧ୍ୟମରେ ମଧ୍ୟ ଉତକ୍ଷେପଣ ହୋଇପାରିବ । ଏହାକୁ ସ୍ଥଳସେନା ଓ ନୌସେନାରେ ମଧ୍ୟ ବ୍ୟବହାର କରିହେବ । ଡ୍ରୋନ, ହେଲିକପ୍ଟର ଓ ଲଢୁଆ ବିମାନକୁ ଏହା ଲକ୍ଷ୍ୟଭେଦ କରି ନଷ୍ଟ କରିବାରେ ବେଶ ପ୍ରଭାବୀ । ନିକଟରେ ଓଡିଶା ଉପକୂଳରୁ ଏକାଧିକ ମିସାଇଲର ସଫଳ ପରୀକ୍ଷଣ କରିସାରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.