ETV Bharat / bharat

Agni Prime Ballistic Missile: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

author img

By

Published : Oct 21, 2022, 3:39 PM IST

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ ବାଲାଷ୍ଟିକ୍‌ ମିସାଇଲର(Agni Prime New Generation Ballistic Missile) ସଫଳ ପରୀକ୍ଷଣ । ଅଧିକ ପଢନ୍ତୁ

Agni Prime New Generation Ballistic Missile successfully testfired off the coast of Odisha
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ ବାଲାଷ୍ଟିକ୍‌ ମିସାଇଲର(Agni Prime New Generation Ballistic Missile) ସଫଳ ପରୀକ୍ଷଣ ହୋଇଛି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣଳାୟ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳ ୯.୪୫ ମିନିଟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ ଏହି ମିସାଇଲ୍‌ର ପରୀକ୍ଷାମୂଳକ ଭାବରେ ଉତକ୍ଷେପଣ କରାଯାଇଛି ।

  • Agni Prime New Generation Ballistic Missile was today successfully testfired by India off the coast of Odisha at around 0945 hrs: Defence officials pic.twitter.com/WMLyCzNwpQ

    — ANI (@ANI) October 21, 2022 " class="align-text-top noRightClick twitterSection" data=" ">

ଏହି ମିସାଇଲ ଉତକ୍ଷେପଣ ବେଳେ ଏହାର ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲା ପ୍ରତିରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ । ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ ବାଲାଷ୍ଟିକ୍‌ ମିସାଇଲ ପରୀକ୍ଷଣ ବେଳେ ଏହାର ଦୀର୍ଘତମ ଦୂରତା ଅତିକମ୍ର ଦକ୍ଷତାକୁ ପ୍ରତିପାଦନ କରିଛି । ତୃତୀୟ ଥର ପାଇଁ ଏହି ମିସାଇଲର ସଫଳ ପରୀକ୍ଷଣ ହୋଇଛି । ମିସାଇଲର ତୃତୀୟ ପରୀକ୍ଷଣ ବେଳେ ଏହାର ବିଶ୍ବସନୀୟତା ସିଷ୍ଟମର ସଠିକ କାର୍ଯ୍ୟ ଅନୁଧ୍ୟାନ କରାଯାଇଛି ।

ମିସାଇଲ ସିଷ୍ଟମର ଦକ୍ଷତା ଯାଞ୍ଚ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା । ଘାଟିର ବିଭିନ୍ନ ସ୍ଥାନରେ ରାଡାର, ଟେଲିମେଟ୍ରି ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟାକ୍ରିଂ ସିଷ୍ଟମ ଆଦି ଲଗାଯାଇଥିଲା । ସେହିଭଳି ଦୁଇଟି ଡାଉନ ରେଞ୍ଜ୍‌ ସିପ୍‌ ମଧ୍ୟ ଟର୍ମିନାଲ୍‌ ପଏଣ୍ଟରେ ରଖାଯାଇଥିଲା । ଯାହାଦ୍ବାରା ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ ବାଲାଷ୍ଟିକ୍‌ ମିସାଇଲର ଗତିପଥର ତଦାରଖ ହୋଇ ପାରିଥିଲା ।

ଅଗ୍ନି ପ୍ରାଇମ୍ ଏକ ଦ୍ବିପର୍ଯ୍ୟାୟ କ୍ୟାନିଷ୍ଟାଇଜ୍‌ଡ୍ ସଲିଡ୍‌ ପ୍ରୋପେଲାଣ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର(Agni Prime two-stage canisterised solid propellant ballistic missile) । ଯେଉଁଥିରେ ଅତ୍ୟାଧୁନିକ ଡୁଆଲ ରେଡୁଣ୍ଡାଣ୍ଟ୍‌ ଦିଗବୋଧକ ସିଷ୍ଟମ ରହିଛି । ଏହାପୂର୍ବରୁ ୨୦୨୧ ଡିସେମ୍ବର ମାସରେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ପକ୍ଷରୁ ଚାନ୍ଦିପୁରର ଡକ୍ଟର ଏପିଜେ ଅବଦୁଲ କାଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଅଗ୍ନି ପ୍ରାଇମ୍‌ ପରୀକ୍ଷଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.