ETV Bharat / bharat

ମିଳିଲାନି ଆଶ୍ବସ୍ତି, ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ - DELHI LIQUOR POLICY CASE

author img

By ETV Bharat Odisha Team

Published : Apr 1, 2024, 12:24 PM IST

Updated : Apr 1, 2024, 1:02 PM IST

Arvind Kejriwal
Arvind Kejriwal

Judicial Custody Of Arvind Kejriwal: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଝଟକା । ଆସନ୍ତା ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ନିରାଶ ହେଲେ କେଜ୍ରିଓ୍ବାଲ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲାନି ଆଶ୍ବସ୍ତି । ଆସନ୍ତା 15 ତାରିଖ ଯାଏଁ ଜେଲରେ ରହିବେ ସେ । ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବାକୁ ଥିବା ବେଳେ ରାଉଜ ଆଭେନ୍ୟୁ କୋର୍ଟ 15 ଦିନ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ ମହିଳା ବିଚାରପତି କାବେରୀ ବାଓ୍ବେଜା ଏହି ରାୟ ଶୁଣାଇଛନ୍ତି ।

ପ୍ରକାଶ ଥାଉକି, ପୂର୍ବରୁ ମାର୍ଚ୍ଚ 28 ତାରିଖରେ ମଧ୍ୟ କେଜ୍ରିଓ୍ବାଲଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିନଥିଲା । ଏପ୍ରିଲ 1 ତାରିଖ ଯାଏଁ ଇଡି ରିମାଣ୍ଡରେ ପଠାଇଥିଲେ କୋର୍ଟ । ତେବେ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଇବା ସମୟରେ ପତ୍ନୀ ସୁନୀତା, ଆପ ନେତା ସୌରଭ ଭରଦ୍ବାଜ, ଆତିଶୀ, ଗୋପାଳ ରାୟଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ କେଜ୍ରିଓ୍ବାଲକୁ କୋର୍ଟରେ ହାଜର କରିଥିଲା ଇଡି । କିନ୍ତୁ ଆଉ ରିମାଣ୍ଡ ଅବଧି ବୃଦ୍ଧି କରିବା ପାଇଁ ଆବେଦନ କରିନଥିଲା । ଆବଶ୍ୟକ ପଡିଲେ ରିମାଣ୍ଡ ମାରିବା ନେଇ କୋର୍ଟକୁ କହିଥିଲା ଇଡି । ତେବେ ସମସ୍ତ ପକ୍ଷର ଶୁଣାଣି କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲକୁ ରାଉଜ ଆଭେନ୍ୟୁ କୋର୍ଟ 15 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି କୋର୍ଟରେ ହାଜର ହେବେ କେଜ୍ରିଓ୍ବାଲ, ବଢିପାରେ ରିମାଣ୍ଡ ଅବଧି - DELHI LIQUOR POLICY CASE

ଅଦାଲତକୁ ପ୍ରବେଶ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ଠିକ କାର୍ଯ୍ୟ କରୁନାହାନ୍ତି ବୋଲି କହିଥିଲେ । କୋର୍ଟରେ ହାଜର ହେବା ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କେଜ୍ରିଓ୍ବାଲ କହିଥିଲେ, "ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ ନୁହେଁ ।" କଡା ସୁରକ୍ଷା ବଳୟ ମଧ୍ୟରେ ଇଡି ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟରେ ହାଜର କରିଥିଲା । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ କେଜ୍ରିଓ୍ବାଲଙ୍କ ଓକିଲ କେତେକ ଅନୁମତି ମାଗିଥିଲେ । ନ୍ୟାୟିକ ହେପାଜତରେ ରହିବା ସମୟରେ ମୁଖ୍ୟମନ୍ତ୍ରୀ କେତେକ ଔଷଧ ସାଙ୍ଗରେ ନେବା ପାଇଁ ସେ ଅନୁମତି ମାଗିଥିଲେ । ଏହାସହିତ ଭାଗବତ ଗୀତା, ରାମାୟଣ ଏବଂ ହାଓ ପ୍ରାଇମ ମିନିଷ୍ଟର ଡିସାଇଡ ନାମକ ବହି ନେବା ପାଇଁ ମଧ୍ୟ କହିଥିଲେ ।

Last Updated :Apr 1, 2024, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.