ETV Bharat / bharat

ଆଜି କୋର୍ଟରେ ହାଜର ହେବେ କେଜ୍ରିଓ୍ବାଲ, ବଢିପାରେ ରିମାଣ୍ଡ ଅବଧି - DELHI LIQUOR POLICY CASE

author img

By ETV Bharat Odisha Team

Published : Apr 1, 2024, 11:05 AM IST

Kejriwal
Kejriwal

Excise Policy Case: ଆଜି ସରିବ କେଜ୍ରିଓ୍ବାଲଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ କରିବାରେ ଇଡି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ଇଡି ହେପାଜତରେ ରହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହେବେ କେଜ୍ରିଓ୍ବାଲ । 4 ଦିନିଆ ରିମାଣ୍ଡରେ ମଦ ଦୁର୍ନୀତି ସମ୍ପର୍କରେ କେଜ୍ରିଓ୍ବାଲଙ୍କୁ ଗୁଡାଇ ତୁଡାଇ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ଆଜି ପୁଣିଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ-ଅନ୍ତରୀଣ ଜାମିନ ଦେଲେନି ହାଇକୋର୍ଟ, EDକୁ ମାଗିଲେ ଜବାବ, ଏପ୍ରିଲ 3ରେ ଚୂଡାନ୍ତ ଶୁଣାଣି - Delhi HC Denies Interim Relief

28 ତାରିଖରେ କୋର୍ଟରେ ହାଜର ହୋଇଥିଲେ କେଜ୍ରିଓ୍ବାଲ: ମାର୍ଚ୍ଚ 21 ତାରିଖରେ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିବା ପରେ 22ରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ 6 ଦିନିଆ ରିମାଣ୍ଡରେ ନେଇଥିଲା ଇଡି । 28 ତାରିଖରେ ପ୍ରଥମ ପର୍ଯ୍ୟନ୍ତ ରିମାଣ୍ଡ ଅବଧି ଶେଷ ହେବା ପରେ ସେହି ଦିନ ପୁଣିଥରେ କୋର୍ଟରେ କେଜ୍ରିଓ୍ବାଲଙ୍କୁ ହାଜର କରାଯାଇଥିଲା । ଅଧିକ ଜେରାର ଆବଶ୍ୟକ ଥିବା ଦର୍ଶାଇ ପୁଣି 7ଦିନ ରିମାଣ୍ଡ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ ଆଉ 4ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ । ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମେଶ ଗୁପ୍ତା ପକ୍ଷ ରଖି ଏହି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଓ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ । ସଲିସେଟର ଜେନେରାଲ ଏସ.ଭି ରାଜୁ ଇଡି ପକ୍ଷରୁ ମାମଲା ପରିଚାଳନା କରି ପ୍ରତିପକ୍ଷଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ପ୍ରାଥମିକ ତଦନ୍ତରେ ଦୁର୍ନୀତି ପ୍ରମାଣ ମିଳିବା ପରେ ହିଁ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଥିବା ସେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-‘ଇଣ୍ଡିଆ’ ମେଣ୍ଟର ସଭାମଞ୍ଚରେ କେଜ୍ରିଓ୍ବାଲଙ୍କ ବାର୍ତ୍ତା ପଢିଲେ ପତ୍ନୀ ସୁନୀତା, ଘୋଷଣା କଲେ 6 ଗ୍ୟାରେଣ୍ଟି - Sunita Reads Kejriwal message

ବିଜେପି ବିରୋଧରେ ରଣହୁଙ୍କାର: ଅନ୍ୟପଟେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ କରି ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ମହାରାଲି କରିଥିଲା । ‘ଗଣତନ୍ତ୍ର ବଞ୍ଚାଓ’ ରାଲିରେ ଶକ୍ତି ପ୍ରଦର୍ଶନ କରିଥିଲା ବିରୋଧିଙ୍କ ମିଳିତ ମେଣ୍ଟ । କଂଗ୍ରେସ ସମେତ ତମାମ ବିରୋଧୀ ଦଳର ନେତା ଏକାଠି ହୋଇ ବିଜେପି ବିରୋଧରେ ରଣହୁଙ୍କାର ଦେଇଥିଲେ । ପ୍ରଥମ ଥର ପାଇଁ ରାଜନୈତିକ ସଭାମଞ୍ଚରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୁନୀତା ସ୍ବାମୀ ଅରବିନ୍ଦ ଜେଲରୁ ପଠାଇଥିବା ବାର୍ତ୍ତା ପାଠ କରିଥିଲେ । ଏହା ସହ ସେ ‘ଇଣ୍ଡିଆ’ ମେଣ୍ଟକୁ ଭୋଟ ଦେଇ ଦେଶର କ୍ଷମତା ହସ୍ତାନ୍ତର କରିବାକୁ ସମଗ୍ର ଦେଶବାସୀଙ୍କୁ ନିବେଦନ ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.