ETV Bharat / bharat

ଅନ୍ତରୀଣ ଜାମିନ ଦେଲେନି ହାଇକୋର୍ଟ, EDକୁ ମାଗିଲେ ଜବାବ, ଏପ୍ରିଲ 3ରେ ଚୂଡାନ୍ତ ଶୁଣାଣି - Delhi HC Denies Interim Relief

author img

By ETV Bharat Odisha Team

Published : Mar 27, 2024, 9:06 PM IST

Delhi HC Denies Interim Relief to Kejriwal: ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ ନିରାଶ ହେଲେ କେଜ୍ରିଓ୍ବାଲ । ମିଳିଲା ନାହିଁ କୌଣସି ଅନ୍ତରୀଣ ଜାମିନ । ଏପ୍ରିଲ 2 ତାରିଖ ସୁଦ୍ଧା ବିସ୍ତୃତ ତଥ୍ୟ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 3 ତାରିଖରେ ଚୂଡାନ୍ତ ଶୁଣାଣି । ଅଧିକ ପଢନ୍ତୁ

ଅନ୍ତରୀଣ ଜାମିନ ଦେଲେନି ହାଇକୋର୍ଟ, EDକୁ ମାଗିଲେ ଜବାବ, ଏପ୍ରିଲ 3ରେ ଚୂଡାନ୍ତ ଶୁଣାଣି
ଅନ୍ତରୀଣ ଜାମିନ ଦେଲେନି ହାଇକୋର୍ଟ, EDକୁ ମାଗିଲେ ଜବାବ, ଏପ୍ରିଅନ୍ତରୀଣ ଜାମିନ ଦେଲେନି ହାଇକୋର୍ଟ, EDକୁ ମାଗିଲେ ଜବାବ, ଏପ୍ରିଲ 3ରେ ଚୂଡାନ୍ତ ଶୁଣାଣିଲ 3ରେ ଚୂଡାନ୍ତ ଶୁଣାଣି

ନୂଆଦିଲ୍ଲୀ: ମିଳିଲା ନାହିଁ ବେଲ, ଜେଲରେ ରହିବେ କେଜ୍ରିଓ୍ବାଲ । ଆଜି ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ନିରାଶ ହେବାକୁ ପଡିଛି । ଆଜି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରି କୋର୍ଟ କୌଣସି ଅନ୍ତରୀଣ ଜାମିନ ଦେବାକୁ ମନା କରିଛନ୍ତି । ଏହା ସହ ମାମଲାରେ ସବିଶେଷ ତଥ୍ୟ ରଖିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ 2ତାରିଖ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା କୋର୍ଟ ନିକଟରେ ମାମଲା ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବ । 3 ତାରିଖରେ ମାମଲାର ପରବର୍ତ୍ତୀ ତଥା ଚୂଡାନ୍ତ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରାଯାଇଛି ।

ଏବେ କେଜ୍ରିଓ୍ବାଲ ଇଡି ରିମାଣ୍ଡରେ ଅଛନ୍ତି । 28 ତାରିଖରେ ତାଙ୍କ ପ୍ରଥମ ପର୍ଯ୍ୟାୟର 6 ଦିନିଆ ରିମାଣ୍ଡ ଶେଷ ହେବାକୁ ଯାଉଛି । ଏହା ପରେ ମଧ୍ୟ ତଦନ୍ତକାରୀ ସଂସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ଯ ରିମାଣ୍ଡ ଆବେଦନ କରିବାର ସମ୍ଭବନା ରହିଛି । 21 ତାରିଖରେ ଗିରଫ ହେବା ପରେ 22ରେ କେଜ୍ରିଓ୍ବାଲଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ଗିରଫଦାରୀ ଓ ରିମାଣ୍ଡ ନିର୍ଦ୍ଦେଶକୁ ପ୍ରଥମେ ସୁପ୍ରିମକୋର୍ଟ ଓ ପରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ । ଏହି ମାମଲାରେ କୌଣସି ତତ୍କାଳ ଶୁଣାଣି କରିବାକୁ କୋର୍ଟ ମନା କରିଥିଲେ । ଆଜି କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ହେଲେ ତୁରନ୍ତ ଆଶ୍ବସ୍ତି ପାଇବାକୁ ଲକ୍ଷ୍ୟ ରଖି ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିବା କେଜ୍ରିଓ୍ବାଲଙ୍କୁ ଆଜି ମଧ୍ୟ ନିରାଶ ହେବାକୁ ପଡିଛି । ଏବେ ସେ ରିମାଣ୍ଡ ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ କିମ୍ବା ବିଚାର ବିଭାଗୀୟ ହାଜତକୁ ଯିବେ ଏକପ୍ରକାର ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ‘ଏୟାର ଇଣ୍ଡିଆ’ ବିମାନ ସହ ପିଟି ହେଲା ‘ଇଣ୍ଡିଗୋ’ - IndiGo hits Air India Express

କେନ୍ଦ୍ରୀୟ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ କ୍ରମାଗତ ତାଙ୍କୁ 9ଥର ନୋଟିସ ଜାରି କରିଥିଲା । ହେଲେ ପ୍ରତ୍ୟେକ ସମନକୁ କେଜ୍ରିଓ୍ବାଲ ଏଡାଇ ଯାଇଥିଲେ । ଏହା ବିରୋଧରେ ରାଉଜ ଆଭିନ୍ୟୁ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଇଡି । ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଅନ୍ତରୀଣ ସୁରକ୍ଷା ପାଇଁ କେଜ୍ରିଓ୍ବାଲ ଆବେଦନ କରିଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରିଦେବା ପରେ 21 ତାରିଖ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ ଓ୍ବାରେଣ୍ଟ ସହ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା । କିଛି ଘଣ୍ଟାର ଜେରା ପରେ ଗିରଫ ହୋଇଥିଲେ କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.