ETV Bharat / politics

‘ଇଣ୍ଡିଆ’ ମେଣ୍ଟର ସଭାମଞ୍ଚରେ କେଜ୍ରିଓ୍ବାଲଙ୍କ ବାର୍ତ୍ତା ପଢିଲେ ପତ୍ନୀ ସୁନୀତା, ଘୋଷଣା କଲେ 6 ଗ୍ୟାରେଣ୍ଟି - Sunita Reads Kejriwal message

author img

By ETV Bharat Odisha Team

Published : Mar 31, 2024, 4:20 PM IST

Sunita Kejriwal Reads kejirwal message from jail: ରାମଲୀଳା ମୈଦାନରେ ଗର୍ଜିଲା ମୋଦି ସରକାର ବିରୋଧରେ ‘ଇଣ୍ଡିଆ’ ମେଣ୍ଟ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେଜ୍ରିଓ୍ବାଲଙ୍କ ବାର୍ତ୍ତା ସହ 6 ଗ୍ୟାରେଣ୍ଟି ଘୋଷଣା କଲେ ପତ୍ନୀ ସୁନୀତା । ଅଧିକ ପଢନ୍ତୁ

‘ଇଣ୍ଡିଆ’ ମେଣ୍ଟର ସଭାମଞ୍ଚରେ କେଜ୍ରିଓ୍ବାଲଙ୍କ ବାର୍ତ୍ତା ପଢିଲେ ପତ୍ନୀ ସୁନୀତା, ଘୋଷଣା କଲେ 6 ଗ୍ୟାରେଣ୍ଟି
‘ଇଣ୍ଡିଆ’ ମେଣ୍ଟର ସଭାମଞ୍ଚରେ କେଜ୍ରିଓ୍ବାଲଙ୍କ ବାର୍ତ୍ତା ପଢିଲେ ପତ୍ନୀ ସୁନୀତା, ଘୋଷଣା କଲେ 6 ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ଆଜି ‘ଗଣତନ୍ତ୍ର ବଞ୍ଚାଓ’ ରାଲିରେ ଶକ୍ତି ପ୍ରଦର୍ଶନ କରିଛି । କଂଗ୍ରେସ ସମେତ ତମାମ ବିରୋଧୀ ଦଳର ନେତା ଆଜି ଏକାଠି ହୋଇ ବିଜେପି ବିରୋଧରେ ରଣହୁଙ୍କାର ଦେବା ସହ କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ମଧ୍ୟ ବର୍ଷିଛନ୍ତି । ହେଲେ ଏହି ପୁରା କାର୍ଯ୍ୟକ୍ରମରେ ଚର୍ଚ୍ଚାରେ ଥିଲା କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ଅଂଶଗ୍ରହଣ । ବୋଧହୁଏ ସୁନୀତାଙ୍କୁ ଆଜି କୌଣସି ପ୍ରଥମ ରାଜନୈତିକ ସଭାମଞ୍ଚରେ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ସମ୍ବୋଧିତ ସୁନୀତା ସ୍ବାମୀ ଅରବିନ୍ଦ ଜେଲରୁ ପଠାଇଥିବା ବାର୍ତ୍ତା ପାଠ କରିଥିଲେ । ଏହା ସହ ସେ ‘ଇଣ୍ଡିଆ’ ମେଣ୍ଟକୁ ଭୋଟ ଦେଇ ଦେଶର କ୍ଷମତା ହସ୍ତାନ୍ତର କରିବାକୁ ସମଗ୍ର ଦେଶବାସୀଙ୍କୁ ନିବେଦନ ମଧ୍ୟ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ କଡା ସାମାଲୋଚନା କରିବା ସହ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ 6ଟି ଗ୍ୟାରେଣ୍ଟି ମଧ୍ୟ ଘୋଷଣା କରିଥିଲେ । ସଭାମଞ୍ଚରେ ସୁନୀତାଙ୍କ ଏହି ସମ୍ବୋଧନ ବେଶ ଭାବପ୍ରବଣତାପୂର୍ଣ୍ଣ ଥିଲା ।

ସୁନୀତା ପାଠ କରିଥିବା ବାର୍ତ୍ତାରେ କେଜ୍ରିଓ୍ବାଲ କହିଛନ୍ତି, "ମୋର ପ୍ରିୟ ଭାରତବାସୀ, ଦୟାକରି ଜେଲରୁ ଆପଣଙ୍କ ପୁଅ ଓ ଭାଇଙ୍କ ଅଭିବାଦନ ଗ୍ରହଣ କରନ୍ତୁ । ମୁଁ ଆଜି ଆପଣମାନଙ୍କୁ ଭୋଟ ମାଗୁନାହିଁ । ଆଗାମୀ ନିର୍ବାଚନରେ ​​କାହାକୁ ପରାସ୍ତ କରିବା କିମ୍ବା ବିଜୟୀ କରିବା କଥା ମଧ୍ୟ ନୁହେଁ । ଏକ ନୂତନ ଭାରତ ଗଠନ ପାଇଁ ମୁଁ 140 କୋଟି ଭାରତୀୟଙ୍କୁ ନିମନ୍ତ୍ରଣ କରୁଛି । ଭାରତ ଏକ ମହାନ ଦେଶ । ଆମର ସଂସ୍କୃତି ହଜାର ବର୍ଷ ପୁରୁଣା । ଈଶ୍ବରଙ୍କ କୃପାରୁ ସବୁକିଛି ଭାରତକୁ ମିଳିଛି । ତଥାପି ଆମ ଲୋକମାନେ କାହିଁକି ଅଶିକ୍ଷିତ ଏବଂ ପଛୁଆ ? ସେମାନେ କାହିଁକି ଗରିବ ? ଜେଲରେ ଚିନ୍ତା କରିବାର ବହୁତ ସମୟ ମିଳିଛି । ମୁଁ ଭାରତ ମାତା ବିଷୟରେ ଚିନ୍ତା କରୁଛି । ଆଜି ଭାରତ ମାତା ଦୁଃଖୀ । ସ୍ବାଧୀନତାର ଦୀର୍ଘ 75ବର୍ଷ ପରେ ଯେତେବେଳେ ଦେଶବାସୀ ଆଜି ମଧ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟସେବାରୁ ବଞ୍ଚିତ, କିଛିବର୍ଗ ସେମାନଙ୍କ ଖାଦ୍ୟ ମଧ୍ୟ ଯୋଗାଡ କରୁପାରୁନାହାନ୍ତି, ସେତେବେଳେ ଭାରତ ମାତା ଦୁଃଖୀ ହେବା ସ୍ବାଭାବିକ ।"

ଏହା ମଧ୍ୟ ପଢନ୍ତୁ :- ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ, କହିଲେ କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି - Chiranjib Biswal joins BJD

ଏହି ବାର୍ତ୍ତା ସହ ସୁନୀତା ‘ଇଣ୍ଡିଆ’ ମେଣ୍ଚକୁ କ୍ଷମତାକୁ ଆଣିବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ଏସବୁ ସମସ୍ୟା ସେତେବେଳେ ସମାଧାନ ହୋଇପାରିବ, ଯେତେବେଳେ ଦେଶବାସୀ ‘ଇଣ୍ଡିଆ’ ମେଣ୍ଟକୁ କ୍ଷମତାସୀନ କରିବେ । ‘ଇଣ୍ଡିଆ’ ମେଣ୍ଟ କେବଳ ଏକ ନାମ ନୁହେଁ ବରଂ ଏହାର ଭାବନାରେ ଭାରତ ଅଛି । ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ସୁନୀତା 6 ଗ୍ୟାରେଣ୍ଟି ମଧ୍ୟ ଘୋଷଣା କରିଛନ୍ତି । ମେଣ୍ଟ ଦେଶରେ ଶାସନକୁ ଆସିଲେ ଏହି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରାଯିବ ବୋଲି ସୁନୀତା କହିଛନ୍ତି ।

ସୁନୀତାଙ୍କ 6ଟି ଗ୍ୟାରେଣ୍ଟି...

  1. ସମଗ୍ର ଦେଶରେ 24 ଘଣ୍ଟିଆ ବିଦ୍ୟୁତ ଯୋଗାଣ
  2. ସମଗ୍ର ଦେଶରେ ଗରିବଙ୍କୁ ମାଗଣା ବିଦ୍ୟୁତ ଯୋଗାଣ
  3. ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଅଞ୍ଚଳରେ ଉତ୍କୃଷ୍ଠ ବିଦ୍ୟାଳୟ ନିର୍ମାଣ ଓ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରାଯିବ
  4. ପ୍ରତ୍ୟେକ ଗ୍ରାମ ଓ ଅଞ୍ଚଳରେ ମୋହଲା କ୍ଲିନିକ ନିର୍ମାଣ ଓ ପ୍ରତ୍ୟେକ ଜିଲ୍ଲାରେ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା
  5. ଚାଷୀଙ୍କ ପଇଁ ସ୍ବାମୀନାଥନ ଆୟୋଗ ସୁପାରିଶର କାର୍ଯ୍ୟକାରିତା
  6. ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ମାନ୍ୟତା । ଅନ୍ୟରାଜ୍ୟ ପରି ଦିଲ୍ଲୀବାସୀଙ୍କୁ ସମସ୍ତ ପ୍ରଶାସନିକ ଅଧିକାର ନିଶ୍ଚିତ କରିବା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.