ETV Bharat / bharat

ସଂସାର ଉଜାଡି ଦେଲା ସିଲିଣ୍ଡର, ଗ୍ୟାସ ଫାଟି ମାଆ ଓ 3 ଛୁଆ ଜୀବନ୍ତ ଦଗ୍ଧ - CYLINDER BLAST IN UP

author img

By ETV Bharat Odisha Team

Published : Mar 30, 2024, 10:01 AM IST

Cylinder blast in Uttar Pradesh: ସଂସାର ଉଜାଡିଲା ଗ୍ୟାସ୍ ସିଲିଣ୍ଡର । ଘରେ ସିଲିଣ୍ଡର ଫାଟି ମାଆ ସହିତ ଚାଲିଗଲା ୩ ଶିଶୁଙ୍କ ଜୀବନ । ଅଧିକ ପଢନ୍ତୁ

ଘରେ ଫାଟିଲା ଗ୍ୟାସ୍ ସିଲିଣ୍ଡର; ମାଆ ଓ ୩ ଛୁଆ ଜୀବନ୍ତ ଦଗ୍ଧ
ଘରେ ଫାଟିଲା ଗ୍ୟାସ୍ ସିଲିଣ୍ଡର; ମାଆ ଓ ୩ ଛୁଆ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହୃଦୟ ବିଦାରକ ଘଟଣା । ଘର ଲୋକଙ୍କ ପାଇଁ ଚା' ଜଳଖିଆ ବନାଉଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ନିଆଁରେ ଜଳି ଚାଲିଗଲା ମାଆ ଓ ୩ ଛୁଆଙ୍କ ଜୀବନ । ଆଜି (ଶନିବାର) ସକାଳେ ୟୁପି ଦେଓରିଆ ଜିଲ୍ଲାର ଗୋଟିଏ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ସିଲିଣ୍ଡର ବିସ୍ଫୋରଣରେ ଛାରଖାର୍ ହୋଇଯାଇଛି ଏକ ହସଖୁସିର ସଂସାର । ବିସ୍ଫୋରଣରେ ମହିଳା ଓ ତାଙ୍କର ଛୁଆଙ୍କୁ ମିଶାଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେହି ଆହତ ହୋଇନାହାନ୍ତି ।

ସୂଚନା ମୁତାବକ, ଆଜି ଭୋର୍‌ ସମୟରେ ମହିଳା ଜଣକ ପରିବାର ଲୋକଙ୍କ ପାଇଁ ଗ୍ୟାସ୍‌ରେ ଚା' ଜଳଖିଆ ପ୍ରସ୍ତୁତ କରୁଥିଲେ । ପାଖରେ ତାଙ୍କର ୩ ଛୁଆ ଖେଳୁଥିଲେ । ଠିକ୍ ଏତିକି ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ସେ ରୋଷେଇ କରୁଥିବା ଗ୍ୟାସ୍ ସିଲିଣ୍ଡରଟି ଫାଟି ଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସମଗ୍ର ଅଞ୍ଚଳର ଥରି ଉଠିଥିଲା । ଆଖପାଖର ଲୋକମାନେ ଭୟରେ ନିଦରୁ ଉଠି ପଡିଥିଲେ । ପ୍ରଚଣ୍ଡ ଶବ୍ଦ ଶୁଣି ଗାଁ ଲୋକମାନେ କ'ଣ ହୋଇଛି ଦେଖିବାକୁ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ମହିଳାଙ୍କ ସହ ତାଙ୍କର ୩ ଜଣ ସନ୍ତାନ ନିଆଁରେ ଜୀବନ ଦଗ୍ଧ ହୋଇଯାଇଥିଲେ । ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଏହି ଖବର ପାଇ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏନେଇ ଦେଓରିଆ ଏସପି ସଂକଳ୍ପ ଶର୍ମା କହିଛନ୍ତି, ''ମହିଳା ଚା' ଓ ଜଳଖିଆ ତିଆରି କରୁଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏଥିରେ ସେ ଓ ତାଙ୍କର ୩ ଜଣ ଛୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏବେ ନିଆଁକୁ ଆୟତ୍ତ କରାଯାଇଛି । ଘଟଣାରେ କେହି ଆହତ ହୋଇନାହାନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।'' ପୋଲିସ ସହିତ ଫରେନସିକ ଟିମ୍ ଘଠଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି । ସେପଟେ ଏହି ଅଘଟଣ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ସିଲିଣ୍ଡର ଫାଟି ପୋଡ଼ିଗଲା ଘର, ନିଆଁ ଆଁରେ ଜଳିଗଲେ ପୂରା ପରିବାର - Fire In Jaipur

ଏହା ମଧ୍ୟ ପଢନ୍ତୁ: ମୁଡ଼କି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ଗ୍ୟାସ ସିଲିଣ୍ଡର - Fire Broke Out In Snacks Factory

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.