ETV Bharat / state

ମୁଡ଼କି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ଗ୍ୟାସ ସିଲିଣ୍ଡର - fire broke out in snacks factory

author img

By ETV Bharat Odisha Team

Published : Mar 28, 2024, 9:38 PM IST

ମୁଡ଼କି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ଗ୍ୟାସ ସିଲିଣ୍ଡର
ମୁଡ଼କି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ଗ୍ୟାସ ସିଲିଣ୍ଡର

FIRE BROKE OUT IN SNACKS FACTORY: ରାଜଧାନୀରେ ଏକ ମୁଡ଼କି ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ବ୍ୟାପକ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ମୁଡ଼କି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଫାଟିଲା ଗ୍ୟାସ ସିଲିଣ୍ଡର

ଭୁବନେଶ୍ବର: ରାଜଧାନୀରେ ବଡ ଧରଣର ଅଗ୍ନିକାଣ୍ଡ । ମୁଡ଼କି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ପଳାଶପାଲ୍ଲୀର ପୁନାମାଗେଟ ଅରବିନ୍ଦ ନଗରରେ ଥିବା ଏକ ମୁଡ଼କି ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ତେଲ କଡେଇରୁ ନିଆଁ ବ୍ୟାପି ଥିବାବେଳେ ଗ୍ୟାସ ସିଲିଣ୍ଡରେ ଲାଗିଥିଲା ନିଆଁ । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଘଟଣାରେ କେହି ମୃତାହାତ ହୋଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଭୁବନେଶ୍ବର ପଳାଶପାଲ୍ଲୀ ଅଞ୍ଚଳରେ ଥିବା ଏକ ମୁଡ଼କି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିଲା । ହଠାତ ଫ୍ୟାକ୍ଟ୍ରିରୁ ନିଆଁ ସହ ଧୁଆଁ ଉଠିଥିଲା । ଭୟଙ୍କର ବିସ୍ପୋରଣ ସହ ଏହି ନିଆଁ ଉଠିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କେହି କିଛି ବୁଝିବା ପୂର୍ବରୁ ଏଭଳି ଅଚାନକ ବିସ୍ପୋରଣକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।ତେବେ ତେଲ କଡେଇରୁ ନିଆଁ ଲାଗି ଥିବାବେଳେ ଫ୍ୟାକ୍ଟ୍ରିରେ ଥିବା ୪ଟି ଗ୍ୟାସ ସିଲିଣ୍ଡର ମଧ୍ୟରୁ ଗୋଟିଏ ସିଲିଣ୍ଡରରେ ନିଆଁ ଲାଗି ଫାଟି ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ସାରା ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା ।

ସେପଟେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା କାହାର କିଛି ଅସୁବିଧା ହୋଇନଥିବା ସୂଚନା ମିଳିଛି । ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ କାହାର ଜୀବନ ପ୍ରତି ସେଭଳି କିଛି କ୍ଷତି ହୋଇନଥିବା କହିଛି ଅଗ୍ନିଶମ ବିଭାଗ । ମୁଡ଼କି ତିଆରି ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ.....ବଢୁଛି ତାପମାତ୍ରା, ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ରୋକିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଜାରି - Health Ministry Advisory

ପ୍ରକାଶଯୋଗ୍ୟ, ସେହିପରି ଗତ ୨୨ ତାରିଖ ଦିନ ଭୁବନେଶ୍ଵର ସ୍ଥିତ କିଟ୍ ଛକ ନିକଟରେ ଘଟିଥିଲା ଅଗ୍ନିକାଣ୍ଡ । କିଟ୍ ଛକ ନିକଟରେ ଥିବା ଏକ କର୍ପୋରେଟର ଅଫିସରେ ଲାଗିଥିଲା ନିଆଁ । ଏହି ବିଲ୍ଡିଂରେ ଥିବା ଚତୁର୍ଥ ମହଲାରେ ହୋଇଥିଲା ଅଗ୍ନିକାଣ୍ଡ । ପ୍ରାଥମିକ ତଦନ୍ତରୁ ରେଷ୍ଟ୍ରୁରାଣ୍ଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଇଥିଲା । ଅଗ୍ନିକାଣ୍ଡ ଘଟିଥିବା ଚତୁର୍ଥ ମହଲାରେ ଅନେକ ଲୋକ ଫସି ରହିଥିଲେ । ସେହିପରି ନିଆଁ ଲାଗିବା ଦ୍ଵାରା ଅନେକ କାଗଜପତ୍ର ଏବଂ କିଛି ଅସବାପତ୍ର ପୋଡ଼ି ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.