ETV Bharat / bharat

ସିଲିଣ୍ଡର ଫାଟି ପୋଡ଼ିଗଲା ଘର, ନିଆଁ ଆଁରେ ଜଳିଗଲେ ପୂରା ପରିବାର - Fire in Jaipur

author img

By ETV Bharat Odisha Team

Published : Mar 21, 2024, 11:22 AM IST

Updated : Mar 21, 2024, 11:39 AM IST

5 People Burnt Alive: ରାଜସ୍ଥାନ ଜୟପୁରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଘରେ ନିଆଁ ଲାଗି 5 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Fire in Jaipur
Fire in Jaipur

ଜୟପୁର: ସିଲିଣ୍ଡରରେ ନିଆଁ ଲାଗି ଛାରଖାର ହେଲା ପୂରା ପରିବାର । ଅଧରାତିରେ ନିଆଁ ଆଁରେ ଜଳିଗଲେ ପୂରା ପରିବାର । ଏକ ଘରେ ନିଆଁ ଲାଗିବା ଯୋଗୁଁ ଦମ୍ପତିଙ୍କ ସମେତ 3 ଛୁଆଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ ଜୟପୁରରର ବିଶ୍ବକର୍ମା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବିଶ୍ବକର୍ମା ଅଞ୍ଚଳର ଜେସଲ୍ୟା ଗ୍ରାମର ଏକ ଘରେ ନିଆଁ ଲାଗିବା କାରଣରୁ 5ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରାଣ ହରାଇଥିବା ଦମ୍ପତିମାନେ ବିହାରର ବୋଲି ଜଣାପଡିଛି । ତେବେ ସିଲିଣ୍ଡରରେ ନିଆଁ ଲାଗିବା କାରଣରୁ ଏଭଳି ଭୟାବହ ଅଗ୍ନିକାଣ୍ଡ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସର FSL(ଫରେନ୍ସିକ ସାଇନ୍ସ ଲାବ୍ରୋଟୋରୀ) ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୋଲିସକୁ ସୂଚନା ଦେଇଥିଲେ ପଡୋଶୀ: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ କାରଣରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଖେଳିଯାଇଥିଲା । ତେବେ ଏନେଇ ମୃତକଙ୍କ ପଡୋଶୀଙ୍କ ପକ୍ଷରୁ ପ୍ରଥମେ ପୋଲିସକରୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ବିଶ୍ବକର୍ମା ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ସେତେବେଳେ ପରିବାର ଲୋକେ ନିଆଁ ଆଁରେ ଜଳିପୋଡି ଛାରଖାର ହୋଇଯାଇଥିଲେ । 5ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଚାରି ମହଲା ବିଲ୍ଡିଂରେ ଲାଗିଲା ନିଆଁ, 4 ଜୀବନ୍ତ ଦଗ୍ଧ

ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ତେବେ ବିଶ୍ବକର୍ମା ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ସେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଚ କରି କହିଛନ୍ତି, "ବିଶ୍ବକର୍ମାରେ ହୋଇଥ୍ବା ଅଗ୍ନିକାଣ୍ଡରେ 5ଜଣଙ୍କ ମୃତ୍ୟୁ ଖବସ ଅତ୍ୟନ୍ତ ହୃଦୟ ବିଦାରକ । ଏହି ଦୁଃଖ ସହିବା ପାଇଁ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ । ମୁଁ ଇଶ୍ବରଙ୍କୁ ପ୍ରାର୍ଥନା କରୁଛି ।

ପ୍ରକାଶଥାଉକି, ଗତ ଫେବୃଆରୀ 16 ତାରିଖରେ ନୋଖା ଥାନା ଅଞ୍ଚଳର ଏକ୍ସପ୍ରେସ ଓ୍ବେରେ ଏକ ଟ୍ରକ ଏବଂ ଟାଭେରା ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟାଭେରା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁନା ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଟାଭେରାରେ ଯାତ୍ରା କରୁଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2024, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.