ଓଡିଶା

odisha

ଡାକ୍ତର ଦମ୍ପତିଙ୍କ ନିଆରା ବାହାଘର, ବରଯାତ୍ରୀରେ ଗଲେ ୧୦୮ ସାଧୁ ସନ୍ଥ

By

Published : May 3, 2023, 10:34 PM IST

unique marriage in bhubaneswar

ଭୁବନେଶ୍ବର:ଭୁବନେଶ୍ବରରେ ଡାକ୍ତର ଦମ୍ପତିଙ୍କ ନିଆରା ବାହାଘର । ବରଯାତ୍ରୀରେ ଗଲେ ୧୦୮ ସାଧୁ ସନ୍ଥ। ଭୁବନେଶ୍ୱର ୟୁନିଟ ୮ ରେ ହୋଇଥିବା ଏମିତି ଏକ ନିଆରା ବାହାଘରକୁ ନେଇ ସବୁଠି ଚର୍ଚ୍ଚା। ରାଜଧାନୀ ଭୁବନେଶ୍ବରର ଡାକ୍ତର ଆଶୁତୋଷ ମିଶ୍ର ଓ ଡାକ୍ତରୀ ଛାତ୍ରୀ ଶ୍ରଦ୍ଧା ଶତପର୍ବାଙ୍କ ଏହି ସରଳ ଓ ସାନାତନ ଧର୍ମୀ ବିବାହ ସମସ୍ତଙ୍କୁ ସ୍ତବ୍ଧ କରିଛି । ଓଡ଼ିଆ ଘରର ସଂସ୍କୃତି ପରମ୍ପରା ଯାହା ବହୁ ପୁରୁଣା ଦିନରୁ ରହିଛି ତାହାକୁ ପୁଣି ଲୋକଙ୍କ ପାଖକୁ ପହଞ୍ଚାଇବା ଉଦେଶ୍ୟରେ ହିଁ ଏହି ବାହାଘର ହୋଇଛି । ଯେଉଁଠି ଡିଜେ ବଦଳରେ ପାରମ୍ପରିକ ବାଜା । ଗାଡ଼ି ବଦଳରେ ପାଲିଙ୍କି। ଆଧୁନିକ ଗୀତ ବଦଳରେ ସଂକୀର୍ତ୍ତନରେ କମ୍ପୁଥିଲା ମଣ୍ଡପ । ଖୋର୍ଦ୍ଧା ଓ ପୁରୀରୁ ସମସ୍ତ ମଠ ମନ୍ଦିରରେ ଥିବା ପ୍ରାୟ ୧୦୮ ଜଣ ସାଧୁସନ୍ଥ ଏହି ବିବାହରେ ବରଯାତ୍ରୀ ସାଜି ବରବଧୂଙ୍କୁ ଆଶୀର୍ବାଦ ଦେଇଛନ୍ତି। ସେମାନଙ୍କ ଆସିବା ଠାରୁ ନେଇ ଭୋଜନ ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ବିଶ୍ବାସ ରହିଛି ନୂତନ ଜୀବନଧାରଣ ପାଇଁ ବରବଧୂଙ୍କୁ ୩୬ କୋଟି ଦେବତା ଆଶୀର୍ବାଦ ଦେଇଥାନ୍ତି । ଆଉ ଏହି ବିଶ୍ବାସକୁ ପାଥେୟ କରି ଏହି ଡାକ୍ତର ଦମ୍ପତିଙ୍କ ବିବାହରେ ସାମିଲ ହୋଇଛନ୍ତି ବ୍ରହ୍ମଚାର୍ଯ୍ୟ ବ୍ରତ ଧାରଣ କରିଥିବା ସାଧୁସନ୍ଥ ।

ତେବେ ଏହି ବାହାଘର ଏଥିପାଇଁ ନିଆରା ଥିଲା କାରଣ ଆଜିକାଲିର ବ୍ୟୟ ବହୁଳ ଓ ଆକର୍ଷଣୀୟ ବିବାହକୁ ଛାଡି ପାରମ୍ପରିକ ଢୋଲ ମହୁରି ବଜାଇ ବର ବାହାରିଥିଲା ଶୋଭାଯାତ୍ରାରେ। ନା ବାଜୁଥିଲା ଡିଜେ, ନା ହେଉଥିଲା କୌଣସି ଆଧୁନିକ ଉନ୍ମାଦ ନାଚ । ଏହା ପରେ ବି ବିବାହକୁ ସମସ୍ତେ ଉପଭୋଗ କରିଛନ୍ତି । ଆଉ ଏମିତି ଏକ ନିରାଡ଼ମ୍ବର ବିବାହକୁ ନେଇ ବେଶ ଖୁସି ବି ଅଛନ୍ତି ଡାକ୍ତର ଦମ୍ପତି । ଡାକ୍ତରୀ ପାଠ ପଢି ବି ନିଜ ସଂସ୍କୃତି ଓ ସଭ୍ୟତାକୁ ସମ୍ମାନ ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଡାକ୍ତରୀ ଦମ୍ପତି ଆଗାମୀ ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କାରଣ ଏମାନେ ପାଶ୍ଟାତ୍ୟ ସମାଜ ପ୍ରତି ଆକୃଷ୍ଟ ହୋଇନାହାନ୍ତି କି ଆଜିର ତଥାକଥିତ ଢଙ୍ଗରେ ଆଡ଼ମ୍ବରପୂର୍ଣ୍ଣ ଭାବେ ବାହା ହୋଇନାହାନ୍ତି। ସେଥିପାଇଁ ତ ନିଆରା ଢଙ୍ଗରେ ବା ସମ୍ପୂର୍ଣ ପାରମ୍ପରିକ ଢଙ୍ଗରେ ହେଉଥିବା ଏହି ବାହାଘର ଯୁବପିଢି ଓ ଆତ୍ମୀୟ ସ୍ବଜନଙ୍କ ପାଇଁ ଏପରି ଏକ ନିଆରା ବାହାଘର । ଯାହା ସମସ୍ତଙ୍କ ପାଇଁ ଏକ ସଂସ୍କୃତି ସୁରକ୍ଷା ପାଇଁ ପଥ ପ୍ରଦର୍ଶକ ସାଜିଛି।  

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details