ଓଡିଶା

odisha

ମଠଖାଇ ନାଟ୍ୟ ମହୋତ୍ସବ ଉଦଯାପିତ

By ETV Bharat Odisha Team

Published : Jan 12, 2024, 10:00 AM IST

mathkhai mahotsav

Mathkhai Mahotsav:ବଲାଙ୍ଗୀର: ଜିଲ୍ଲାରେ ଉଦଯାପିତ ହୋଇଯାଇଛି 15 ତମ ସର୍ବଭାରତୀୟ ମଠଖାଇ ନାଟ୍ୟ ମହୋତ୍ସବ । ଶେଷ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମଞ୍ଚସ୍ଥ ହୋଇଥିଲା କୋଷଳି ନାଟକ "ଭାବ ନୁ ଅଭାବ"। ପାରିବାରିକ କାହାଣୀ ଉପରେ ଆଧାରିତ ଏହି ନାଟକ ଦର୍ଶକଙ୍କ ମନକୁ ଛୁଇଁଥିଲା । ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ। 15 ବର୍ଷ ଧରି ଏହି ନାଟକ ମହୋତ୍ସବ ଆୟୋଜନକୁ ସଫଳ ଭାବରେ ସମ୍ପାଦନ  କରୁଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ,  ଅନେକ  ନାଟକ ଓ କଳାକାରଙ୍କ ସମାବେଶ ଏଠାରେ ହୋଇଥିଲା।  ଏହା ଦ୍ୱାରା ନାଟକ କଳା ଓ କଳାକାରଙ୍କୁ ସୁଯୋଗ ମିଳିବା ସହ ସେମାନଙ୍କ ବିକାଶ ହେବ । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ କଳା ଓ କଳାକାରଙ୍କୁ ସମ୍ମାନ ଦେଇ ଆସିଛନ୍ତି । କଳାର ବିକାଶ ପାଇଁ  ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥି ବୋଲି କହିଥିଲେ ମନ୍ତ୍ରୀ । ସେହିପରି ମଠଖାଇ ନାଟ୍ୟ ମହୋତ୍ସବର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ଯେ, 15 ବର୍ଷ ଧରି ଏହି ଜାତୀୟ ନାଟ୍ୟ ମହୋତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଏହା ସଫଳ ହୋଇଛି।   ସମାଜର ବିକାଶ ପାଇଁ ନାଟକ ଜରୁରୀ । ଏଥର ରାଜ୍ୟ ସରକାର ମଧ୍ୟ ଏଥିରେ ସହଯୋଗ କରିଥିବାରୁ  ଧନ୍ୟବାଦ।  ଚଳିତ ଥର କେବଳ ପଶ୍ଚିମ ଓଡ଼ିଶାର ନାଟକ ଗୁଡିକୁ ଏଠି ସୁଯୋଗ ଦିଆ ଯାଇଥିଲା। ଯାହାଦ୍ୱାରା ଏଠିକାର ନାଟକ କଳା ଓ କଳାକାର ଉପକୃତ ହୋଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ-'ମଠଖାଇ' ନାଟ୍ୟ ମହୋତ୍ସବ ଆରମ୍ଭ, ପ୍ରଥମ ଦିନରେ ଜମିଲା ନାଟକ 'ମଧୁ ବିଦ୍ୟା'

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details