ଓଡିଶା

odisha

Horoscope: ଏହି ରାଶି ପାଇଁ ଆଜି ଶୁଭବାର, ହୋଇପାରେ ଅର୍ଥଲାଭ

By ETV Bharat Odisha Team

Published : Aug 24, 2023, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

ମେଷ: ଆପଣଙ୍କର ଆଧ୍ୟାତ୍ମିକ ଇଚ୍ଛା ଭୌତିକ ଇଚ୍ଛାଠାରୁ ବଳବାନ ହୋଇପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ନିଜର ବ୍ୟବହାର ଓ ବାକ୍ୟାଳାପ ସମୟରେ ସତର୍କତା ଅବଲମ୍ୱନ କରନ୍ତୁ। ଗଣେଶଙ୍କ ମତରେ ଆପଣ ନିଜର କଥା କହିବାର ଶୈଳୀକୁ ମାର୍ଜିତ କରିବାକୁ ଚେଷ୍ଟା କରନ୍ତୁ। ନଚେତ୍ ଆପଣଙ୍କ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ। ନୂତନ କର୍ମର ଶୁଭାରମ୍ଭ କରନ୍ତୁ ନାହିଁ। ଦୁର୍ନାମ ରଚୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ କୌଣସି ଏକ ଉତ୍ସରୁ ଅର୍ଥପ୍ରାପ୍ତି ହେବାର ଯୋଗ ଅଛି।

ବୃଷ: ଆଜି ବିବାହ ଯୋଗ ରହିଛି । ଭ୍ରମଣର ଯୋଜନା କରିପାରନ୍ତି । ବିଦେଶରେ ଥିବା ସମ୍ପର୍କୀୟଙ୍କ ସୁଖବର ଖୁସିର କାରଣ ହେବ । ଆର୍ଥିକ ଖର୍ଚ୍ଚ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମିଥୁନ: ଆଜିର ଦିନ ଉତ୍କଣ୍ଠାପୂର୍ଣ୍ଣ ହେବ । ପାରିବାରିକ ଜୀବନ ଶାନ୍ତ ଓ ଆନନ୍ଦଦାୟକ ହେବ । ପୁରୁଣା କାମ ଶେଷ କରିବେ । ପ୍ରଶଂସା ପାଇବେ । ଖର୍ଚ୍ଚ ବଢିବ । ଅର୍ଥ ସଦୁପୋଯୋଗ କରିବାର ନିଷ୍ପତ୍ତି ନେବେ । ଶରୀର ସୁସ୍ଥ ରହିବ । ଅଯଥା ପ୍ରତିଦ୍ୱନ୍ଦିତା ମୁଳକ ପରିସ୍ଥିତି ଉପୁଜିବ । କିନ୍ତୁ କାହାରିକୁ କଟୁକଥା କହନ୍ତୁ ନାହିଁ ।

କର୍କଟ: ଆଜି ମନକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ। ଶାରୀରିକ ଓ ମାନସିକ ଅବସ୍ଥା ଖରାପ ହୋଇପାରେ। ମସ୍ତିଷ୍କ ତଥା ପେଟ ପାଇଁ ଗୋଳମାଳରେ ପଡିପାରନ୍ତି । ହଠାତ ଖର୍ଚ୍ଚ କରିବେ । ନୂଆ କାମ ଓ ଯାତ୍ରା କରନ୍ତୁ ନାହିଁ ।

ସିଂହ: ଆପଣଙ୍କ ପାଇଁ ଦିନଟି ସୁନ୍ଦର ଅଟେ। ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ। ଦେହ ଓ ମନ ଭଲ ରହିବ। ବିଚଳିତ ହେଲେ ନକାରତ୍ମକ କଥା ଚିନ୍ତା କରିବେ। ମାଆଙ୍କ ଦେହ ଭଲ ରହିବ ନାହିଁ। ନିଦ ଭଲ ହେବ ନାହିଁ। ମହିଳାମାନେ ପାଣି ପ୍ରତି ସତର୍କ ରୁହନ୍ତୁ। ଖାଦ୍ୟ ସମୟରେ ମିଳିବ ନାହିଁ। କର୍ମ କ୍ଷେତ୍ରରେ କଷ୍ଟ ମିଳିବ।

କନ୍ୟା: କିଛି କରିବା ଆଗରୁ ଦୁଇଥର ଭାବନ୍ତୁ। ସାଙ୍ଗଙ୍କ ସହ ଦିନଟି ଭଲରେ କାଟିବେ। ଭାବବିହ୍ୱଳ ହେବେ। ଅନ୍ତରଙ୍ଗ ଲୋକଙ୍କ ସହ ମିଶିବେ। ପୁଅ ସାଙ୍ଗ ସାହାଯ୍ୟ କରିବେ। କୌଶଳ କରି କାର୍ଯ୍ୟ ହାସଲ କରିବେ। ଯନ୍ତ୍ରତନ୍ତ୍ରର ପ୍ରୟୋଗ କରି କାମ ହାସଲ କରିବେ।

ତୁଳା: ମନ ବିଚଳିତ ରହିବ। ନୂଆ କାମ କରିବାରେ ମନ ଦ୍ୱନ୍ଦରେ ରହିବ। ସାଙ୍ଗଙ୍କ ସହ ଶତ୍ରୁତା ଯୋଗୁଁ ବିଚଳିତ ରହିବେ। ସୁନ୍ଦର କାର୍ଯ୍ୟ ହାସଲ ବେଳେ ମନ ସ୍ଥିର ରହିବା ଆବଶ୍ୟକ। ଯାତ୍ରା ଆଗକୁ କରିବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ଓ ସମ୍ପର୍କ ଭଲ ରହିବ ନାହିଁ।

ବିଛା: ଅନ୍ୟ ଦିନ ପରି ଭଲ ରହିବ। ମନ ଓ ଶରୀର ଭଲ ରହିବ। ପରିବାର ବର୍ଗଙ୍କ ସହ ମନ ଖୁସି ରହିବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଉପକାର ପାଇବେ। ପ୍ରେମିକ ପ୍ରେମିକାଙ୍କ ସହ ମଧୁର ସମ୍ପର୍କ ରହିବ। ସୁସମ୍ୱାଦ ପ୍ରାପ୍ତି ହେବ। ଯାତ୍ରା ଶୁଭ ହେବ। ପ୍ରେମାଳାପ ମଧୁରତାର ସହିତ ହେବ।

ଧନୁ: ଆଜି ଏକ କଷ୍ଟଦାୟକ ଦିନ ହେବ। ଘରେ ପାଟିତୁଣ୍ଡ ହେବ। ଘରେ ସମସ୍ତଙ୍କ ସହିତ ମିଳିମିଶି ରୁହନ୍ତୁ। ରାଗରୁଷା ଠାରୁ ନିବୃତ ରୁହନ୍ତୁ। ସାବଧାନ ଆଜି ଦୁର୍ଘଟଣା ଘଟିପାରେ । ଶାରୀରିକ ସମସ୍ୟା ଦେଖାଦେବ ଓ ଖର୍ଚ୍ଚ ବଢିବ ।

ମକର: ଭଲପାଉଥିବା ବ୍ୟକ୍ତି ତଥା ସାଙ୍ଗଙ୍କ ସହିତ ଖୁସିରେ ଦିନ କାଟିବେ । ଏହି ଦିନ ସାମାଜିକ, କାର୍ଯ୍ୟକଳାପ ତଥା ସମସ୍ତ କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ସୁବିଧାରେ ନିଜ ଜୀବନ ସାଥୀ ଖୋଜି ପାଇବେ ଏବଂ ବିବାହ ପାଇଁ ସ୍ଥିର କରିପାରିବେ । ବୁଲି ଯାଇପାରନ୍ତି । ପରିବାରରେ କୌଣସି ଶୁଭ କାମ ସମ୍ପୂର୍ଣ୍ଣ ହୋଇପାରେ ।

କୁମ୍ଭ: ଆଜି ସୁଫଳଦାୟକ ଦିନ ଅଟେ । ଅତି ସୁବିଧାର ସହ ସମସ୍ତ କାମ ସାରିବେ, ଯାହା ପାଇଁ ଆପଣ ଖୁସି ରହିବେ। କାର୍ଯ୍ୟସ୍ଥଳରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନିଜ କାମରେ ତୃପ୍ତ କରିବେ । ଯାହା ପାଇଁ ଏହା ପଦୋନ୍ନତି କରାଇବାରେ ସହାୟକ ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଅର୍ଥ ଲାଭ ହୋଇପାରେ । ପରିବାରରେ ଖୁସିର ଲହରୀ ଖେଳିବ ।

ମୀନ: ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ । ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରାଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ ।

ABOUT THE AUTHOR

...view details