ଓଡିଶା

odisha

ଭାରତ ବିପକ୍ଷରେ ହକି ଖେଳିଲେ ଭାରତର ପୁଅ ଆନନ୍ଦ ଗୁପ୍ତେ, ପରିବାର ଲୋକଙ୍କ ମଧ୍ୟରେ ଖୁସି

By

Published : Mar 16, 2023, 6:41 AM IST

ଗତକାଲି ହକି ପ୍ରୋ ଲିଗରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ ଖେଳିଲେ ମହାରାଷ୍ଟ୍ର ପୁଣେରେ ଜନ୍ମିତ ଆନନ୍ଦ ଗୁପ୍ତେ । ତେବେ ପୁଅକୁ ଖେଳୁଥିବା ଦେଖି ପରିବାର ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ଭାରତ ବିପକ୍ଷରେ ହକି ଖେଳିଲେ ଭାରତର ପୁଅ ଆନନ୍ଦ ଗୁପ୍ତେ
ଭାରତ ବିପକ୍ଷରେ ହକି ଖେଳିଲେ ଭାରତର ପୁଅ ଆନନ୍ଦ ଗୁପ୍ତେ

ଭାରତ ବିପକ୍ଷରେ ହକି ଖେଳିଲେ ଭାରତର ପୁଅ ଆନନ୍ଦ ଗୁପ୍ତେ

ରାଉରକେଲା: ଜନ୍ମ ଭାରତରେ, ପରିବାର ଭାରତୀୟ । କିନ୍ତୁ ସେ ଖେଳାଳି ଅଷ୍ଟ୍ରେଲିଆର । ଭାରତର ଯୁବକ ହୋଇ ବର୍ତ୍ତମାନ ଅଷ୍ଟ୍ରେଲିଆ ପାଇଁ ଖେଳୁଛନ୍ତି ହକି । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତରେ ଆସି ନିଜ ଘରେ ନିଜ ଦେଶ ବିପକ୍ଷରେ ଖେଳିଥିଲେ ଯୁବକ । ହଁ ଆଜ୍ଞା, ଆମେ କହୁଛୁ ଜଣେ ଏମିତି ଖେଳାଳିଙ୍କ କଥା । ସେ ହେଉଛନ୍ତି ମହାରାଷ୍ଟ୍ରର ପୁଣେରେ ଜନ୍ମ ହୋଇଥିବା ଆନନ୍ଦ ଗୁପ୍ତେ । ଯିଏ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ପାଇଁ ଖେଳୁଛନ୍ତି । ଅଷ୍ଟ୍ରେଲିଆ ଦଳ ପାଇଁ ଖେଳି ଭାରତ ବିପକ୍ଷରେ ଖେଳ ପ୍ରଦର୍ଶନ କରିଥିଲେ ମୂଳ ଭାରତୀୟ ଆନନ୍ଦ ଗୁପ୍ତେ । ଏନେଇ ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ଖୁସି ପ୍ରକାଶ କରିଥିଲେ ତାଙ୍କ ଜେଜେ ମାଆ ମନ୍ଦାକିନୀ ଗୁପ୍ତେ ।

ହକି ପ୍ରୋ ଲିଗ୍‌ରେ ଗତକାଲିର ହାଇ ଭୋଲ୍ଟେଜ ମ୍ୟାଚରେ ଭାରତ ବିପକ୍ଷରେ ପୁଣି ନିଜର ଖେଳର ଉତ୍କର୍ଷତା ପ୍ରଦର୍ଶନ କରିଥିଲେ ଆନନ୍ଦ ଗୁପ୍ତେ । ଏହା ପୂର୍ବରୁ ଭାରତ ବିପକ୍ଷରେ ପ୍ରୋ ଲିଗରେ ମ୍ୟାଚ ଖେଳି ସମସ୍ତ ଭରତୀୟଙ୍କୁ ଆକୃଷ୍ଟ କରିଛନ୍ତି ଆନନ୍ଦ । ତେବେ ନିଜ ନାତିର ଖେଳ ଦେଖିବାକୁ ସୁଦୂର ପୁଣେରୁ ରାଉରକେଲା ଆସିଛନ୍ତି ଆନନ୍ଦଙ୍କ ଜେଜେ ମାଆ ମନ୍ଦାକିନୀ ଗୁପ୍ତେ । ତାଙ୍କ ପୁଅ ନୀତିନ ଗୁପ୍ତେ ଡାକ୍ତର ହୋଇ ଡେଣ୍ଟିଷ୍ଟ ଭାବରେ ଅଷ୍ଟ୍ରେଲିଆରେ କାର୍ଯ୍ୟ କରନ୍ତି । ତେବେ ଆନନ୍ଦ ମଧ୍ୟ ପୁଣେରେ ଜନ୍ମ । କିନ୍ତୁ ମୂଳରୁ ଅଷ୍ଟ୍ରେଲିଆରେ ରହି ଆସିଛନ୍ତି । ତେବେ ସେଠାରେ ରହି ଖେଳ ପ୍ରଦର୍ଶନ କରି ଭାରତ ବିପକ୍ଷରେ ଖେଳିଥିଲେ ଆନନ୍ଦ ଗୁପ୍ତେ । ଆଉ ଭାରତ ବିପକ୍ଷରେ ନିଜ ପୁଅର ପ୍ରଦର୍ଶନ ଦେଖିବାକୁ ରାଉରକେଲାରେ ପହଞ୍ଚିଥିଲେ ଆନନ୍ଦଙ୍କ ପରିବାର ।

ଆନନ୍ଦଙ୍କ ଜେଜେ ମାଆ କହିଛନ୍ତି, "ତାଙ୍କ ନାତି ଯେଉଁ ଦଳ ପାଇଁ ଖେଳିବ ଖେଳୁ, ସେ ଏଠାକୁ ତାଙ୍କ ନାତିକୁ ସପୋର୍ଟ କରିବା ପାଇଁ ଆସିଛନ୍ତି ।" ଗତକାଲି ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ମ୍ୟାଚ ଖେଳିଥିଲା । ତେଣୁ ଯେଉଁ ଦଳ ଜିତିଲେ ମଧ୍ୟ ଆନନ୍ଦଙ୍କ ଜେଜେ ମାଆ ଖୁସି ବୋଲି କହିଥିଲେ । କାରଣ ଭାରତ ହେଉଛି ନିଜର ଦେଶ । ଭାରତ ଜିତିଲେ ମଧ୍ୟ ଖୁସିର କଥା ଏବଂ ଅନ୍ୟ ପକ୍ଷରେ ନାତି ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଖେଳିବ । ତେଣୁ ଅଷ୍ଟ୍ରେଲିଆ ଜିତିଲେ ମଧ୍ୟ ଖୁସି । ତେବେ ଆନନ୍ଦ ଗୁପ୍ତେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ତାଙ୍କ ଜେଜେ ମାଆ ଆଶା ରଖିଥିବା ପ୍ରକାଶ କରିଛନ୍ତି । ଯେଉଁ ଦଳ ଜିତିଲେ ଜିତୁ, କିନ୍ତୁ ନାତି ଭଲ ପ୍ରଦର୍ଶନ କରୁ ବୋଲି ସେ କହିଛନ୍ତି । କାରଣ ଖେଳର କୌଣସି ସୀମା ନଥାଏ । ତେବେ ଭାରତ ବିପକ୍ଷରେ ନାତି ଖେଳୁଥିବାରୁ ସେ ଟିକିଏ ନର୍ଭସ ଲାଗୁଛି ବୋଲି କହିଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details