ETV Bharat / state

ଭୋଟର ତାଲିକାରୁ ନାଁ ଗାୟବ, ଭୋଟ ନଦେଇ ନିରାଶ ହୋଇ ଫେରିଲେ ଭୋଟର - Voters Failed To cast Their Votes

author img

By ETV Bharat Odisha Team

Published : May 25, 2024, 7:08 PM IST

Voters Failed To cast Their Votes: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟର ଭୋଟ ନ ଦେଇ ଫେରିଛନ୍ତି । ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ

Voters Failed To cast Their Votes
Voters Failed To cast Their Votes (ETV Bharat Odisha)

ଭୁବନେଶ୍ବର: ଆଜି ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟଦାନ । ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ସଚେତନ ଭୋଟର । ମାତ୍ର ଭୋଟ ପରିଚୟପତ୍ର ଥାଇ ଭୋଟ ନ ଦେଇ ଫେରିଛନ୍ତି ଅନେକ ଭୋଟର । ଭୁବନେଶ୍ବରର ବିଭିନ୍ନ ବୁଥରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ସହିଦନଗର‌ ଥାନା ଅଧୀନସ୍ଥ ନମ୍ବର ବୁଥ ୬୮କୁ ବୃଦ୍ଧ ଦମ୍ପତି ମହମ୍ମଦ ଓ୍ବାସିଉଲା ଖାନ ଓ ଅଫରୋଜ ପରବିନ ଆସିଥିଲେ । ମହମ୍ମଦ ଓ୍ବାସିଉଲା ଖାନଙ୍କ ପତ୍ନୀଙ୍କ ନାଁ ଭୋଟର ଲିଷ୍ଟରେ ଥିବା ବେଳେ ତାଙ୍କର ନାଁ ନଥିଲା । ଫଳରେ ସେ ଦୀର୍ଘ ସମୟ ଧରି ଭୋଟ ପରିଚୟ ପତ୍ର ଧରି ଯାଞ୍ଚ ମଧ୍ୟ କରିଥିଲେ । ଏପରିକି ଅନଲାଇନରେ ମଧ୍ୟ ଖୋଜିଲେ ମିଳିଲା ନାହିଁ । ଫଳରେ ପତ୍ନୀ ଅଫରୋଜ ପରବିନ ଭୋଟ ଦେଇ ଫେରିଥିବା ବେଳେ ନିରାଶ ହୋଇ ଫେରିଥିଲେ ମହମ୍ମଦ ଓ୍ବାସିଉଲା ଖାନ ।

Voters Failed To cast Their Votes (ETV Bharat Odisha)

ଏନେଇ ପ୍ରତିକ୍ରିୟା ଦେଇ ମହମ୍ମଦ ଓ୍ବାସିଉଲା ଖାନ କହିଛନ୍ତି, "ଭୋଟର ପରିଚୟ ପତ୍ରରେ ସବୁ ଠିକ୍ ଠାକ୍ ଅଛି । ୬୮ ନମ୍ବର ବୁଥକୁ ଭୋଟ ଦେବା ପାଇଁ ଆସିଥିଲେ । ମୋର ପରିଚୟ ପତ୍ର ଅଛି । ହେଲେ ନା ଲିଷ୍ଟରେ ଆସି ନାହିଁ , କିନ୍ତୁ ମୋ ଠିକଣା ସବୁ ଭୋଟର ପରିଚୟ ପତ୍ର ଅଛି । ଏବେ କହୁଛନ୍ତି ନା ନାହିଁ । ଏବେ କହିବେ ବାହାରୁ ଆସିଛି ।ଏନେଇ ପଚାରିବାରୁ ବୁଥରେ ୩ରୁ ୪ଜଣ କହିଲେ ଏବେ ନାଁ ନାହିଁ ତ କିଛି ହେବନି । ପତ୍ନୀର ଭୋଟର ଲିଷ୍ଟ ଅଛି ସେ ଭୋଟ ଦେଇଛନ୍ତି । କିନ୍ତୁ ପତ୍ନୀର ଭୋଟର ପରିଚୟ ପତ୍ରରେ ସ୍ବାମୀ ହିସାବରେ ତାଙ୍କର ନାଁ ଅଛି ଅଥଚ ଭୋଟର ଲିଷ୍ଟରେ ‌ନା ନ ଥିବାରୁ ଭୋଟ ଦେଇ ପାରୁନି । ଏମିତି କେମିତି ସମ୍ଭବ ।"

ଏହା ମଧ୍ୟ ପଢନ୍ତୁ ... ବୁଥକୁ ଟାଣୁଛି ସେଲଫି ଜୋନ, ଯୁବଠୁ ବୟସ୍କ ସଭିଏଁ ଉତ୍ସାହିତ - Voting In Bhubaneswar

ସେହିପରି ଅନ୍ୟ ଜଣେ ଭୋଟର ମନୋଜ କୁମାର ମଲ୍ଲିକ କହିଛନ୍ତି," ୟୁନିଟ ୯ ଭୋଇ ନଗରରେ ସବୁ ବେଳେ ଲଗାତାର ଭୋଟ ଦିଏ । କିନ୍ତୁ ଏଥର ଭୋଟର ଲିଷ୍ଟରେ ନା ନାହିଁ । ଭୋଟର ପରିଚୟ ପତ୍ର ବି ହାତରେ ଅଛି । ଏବେ ସେହି ଠିକଣା ୟୁନିଟ ୯ ଭୋଇ ନଗର ଓ ଗ୍ରିଡକୋ କଲୋନି ଅଛି । କିନ୍ତୁ ଭୋଟ ଦେଇ ପାରୁନି କାରଣ ଲିଷ୍ଟରେ ନା ନାହିଁ । ଗତ ଥର ଭୋଟ ଦେଇଥିଲି ବାଳକ ଉଚ୍ଚ ବିଦ୍ୟାଳୟରେ । ଏଥର କିନ୍ତୁ ଦୁଃଖିତ ଯେ ଭୋଟ ଦେଇ ପାରୁନି । ନାଗରିକତ୍ବ ସାବ୍ୟସ୍ତ କରିପାରୁନି । କାରଣ ଭୋଟ ଦେଇ ପାରିନଥିବାରୁ ସକାଳୁ ଆସି ମନ ଦୁଃଖ । ଭୋଟ ଜଲଦି ଦେବି ବୋଲି ଆସିଥିଲି କିନ୍ତୁ ଦେଇ ପାରୁନି । କିନ୍ତୁ ନା ସେପଟ ବୁଥ ନା ଏପଟ ବୁଥରେ ନା ଅଛି । ଯାଞ୍ଚ ବାରମ୍ବାର କରି ଖରାଟାରେ ଏପଟ ସେପଟ ହେଉଥାଏ ଅଥଚ ନା ନଥିବାରୁ କହୁଛନ୍ତି ସେପଟ ବୁଥ କୁ ଯାଅ ଦେଖ ସେପଟେ ବି ନାହିଁ ‌ଫେରିଛି ଯିବାକୁ ପଡୁଛି‌ ।"

କେବଳ ସେତିକି ନୁହେଁ ନୟାପଲ୍ଲୀରେ ମଧ୍ୟ ଯେଉଁ ମାନଙ୍କର ବଡ଼ ପରିବାର, ଗୋଟିଏ ଗୋଟିଏ ପରିବାରରେ ୧୫ରୁ ୨୦ ଭୋଟ ରହିଛି ଅନେକ ନାଁ କମିଯାଇଛି । ଏପରିକି ଲୋକ ଜୀବିତ ଅଛନ୍ତି ଭୋଟ ପରିଚୟ ପତ୍ର ମଧ୍ୟ ଅଛି ଅଥଚ ନା ଲିଷ୍ଟରେ ନଥିବାରୁ ଭୋଟ ଦେଇ ନ ପାରି ଫେରିବାକୁ ପଡ଼ିଛି । ଏହିପରି ଅନେକ ବୁଥ ଅଞ୍ଚଳରେ ଅନେକ ଲୋକଙ୍କ ନା ଭୋଟର ଲିଷ୍ଟରୁ କଟିଛି । ଏନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କିଛି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.