ETV Bharat / state

70 ଭାଗ କର୍ମଚାରୀ ପୋଷ୍ଟାଲ ବାଲଟ ଭୋଟିଂ ଦେଇପାରୁ ନାହାନ୍ତି: ବିଜେପି - lok sabha election 2024

author img

By ETV Bharat Odisha Team

Published : May 25, 2024, 6:42 PM IST

BJP On Voting: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ତେବେ 31 ହଜାର ପୋଷ୍ଟାଲ ବାଲଟ ମିଳିବାକୁ ନେଇ ପ୍ରଶ୍ନ କରିଛି ବିଜେପି । ଅନ ସ୍ପଟ ସରକାରୀ କର୍ମଚାରୀଙ୍କୁ ଭୋଟ ଦେବା ପାଇଁ ସୁବିଧା କରାଯାଉ ବୋଲି ଦାବି କରିଛି ଦଳ । ଅଧିକ ପଢନ୍ତୁ

LOK SABHA ELECTION 2024
LOK SABHA ELECTION 2024 (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ପ୍ରକ୍ରିୟାକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । ଗୋଟିଏ ବୁଥରେ ସର୍ବନିମ୍ନ 10 ଜଣ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି । କିନ୍ତୁ ସେଥିରୁ 70 ଭାଗ ଅଧିକାରୀ ଭୋଟ ଦେଇ ପାରୁନାହାଁନ୍ତି । ଭୋଟିଂ କାର୍ଯ୍ୟରେ ନିୟୋଜିତ ମାତ୍ର 30 ଭାଗ ସରକାରୀ କର୍ମଚାରୀ ଭୋଟ ଦେଇ ପାରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଆଜି ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି 10 ହଜାର 700 ବୁଥରେ ଭୋଟ ହେଉଛି ।

LOK SABHA ELECTION 2024 (ETV Bharat Odisha)

ସିଇଓଙ୍କ ସୂଚନା ଅନୁସାରେ 31 ହଜାର ପୋଷ୍ଟାଲ ବାଲଟ ମିଳିଛି । ଗୋଟିଏ ବୁଥରେ 6 ଜଣ ଭୋଟ କାର୍ଯ୍ୟରେ, 2 ଜଣ ପୋଲିସ ଏବଂ 2 ଜଣ ଡ୍ରାଇଭର କାର୍ଯ୍ୟ କରୁଛନ୍ତି । ଏମାନଙ୍କୁ ହିସାବ କଲେ 31 ହଜାର କେମିତି ହେବ ବୋଲି ପ୍ରଶ୍ନ କଲା ବିଜେପି । କେବଳ ଆଜି ହିଁ 1 ଲକ୍ଷରୁ କର୍ମଚାରୀ ଭୋଟିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେଣୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ହେଉଥିବା ପ୍ରକ୍ରିୟାରେ ତ୍ରୁଟି ଅଛି ବୋଲି ଅଭିଯୋଗ କରିଛି ବିଜେପି । ସେଥିପାଇଁ 1 ତାରିଖ ଦିନ ହେବାକୁ ଥିବା ଭୋଟିଂ ବେଳେ ପ୍ରକ୍ରିୟା ସୁଧାର କରାଯାଉ । ପୂର୍ବରୁ କର୍ମଚାରୀ ମାନେ 12B ଫର୍ମ ଆବେଦନ କରିଛନ୍ତି । କିନ୍ତୁ ପୋଷ୍ଟ ଅଫିସ ମାଧ୍ୟମରେ ଯେଉଁ 13B ଫର୍ମ ତାଙ୍କ ପାଖରେ ପହଞ୍ଚିବା କଥା ତାହା ପହଞ୍ଚିପାରୁ ନାହିଁ । ତେଣୁ ଅନ ସ୍ପଟ ସରକାରୀ କର୍ମଚାରୀଙ୍କୁ ଭୋଟ ଦେବା ପାଇଁ ସୁବିଧା କରାଯାଉ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଦାୟିତ୍ଵ ନିଅନ୍ତୁ ବୋଲି କହିଛନ୍ତି ବିଜେପି ନେତା ସମୀର ମହାନ୍ତି ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୩ଟା ସୁଦ୍ଧା ୪୮.୪୪ % ମତଦାନ ହୋଇଛି । ଆନନ୍ଦପୁରରେ ୫୭.୨୫%, ଚମ୍ପୁଆରେ ୫୨.୩୫ %, ଘସିପୁରାରେ ୫୩.୮୫%, କରଞ୍ଜିଆରେ ୫୧.୦୫%, କେନ୍ଦୁଝରରେ ୪୯.୮୬%, ପାଟଣାରେ ୫୫.୨୩%, ତେଲକୋଇରେ ୫୩.୨୧% ମତଦାନ ହୋଇଛି ।

ଏହା ମଧ୍ୟ ପଢନ୍ତୁ....ତୃତୀୟ ପର୍ଯ୍ୟାୟ ନିର୍ବାଚନ: 5ଟା ସୁଦ୍ଧା 59.60% ଭୋଟିଂ - Odisha Third Phase Election

ସେହିପରି ଅନୁଗୋଳରେ ୫୦.୮୦%, ଢେଙ୍କାନାଳରେ ୪୪.୨୫%, ହିନ୍ଦୋଳରେ ୫୦.୮୩%, କାମାକ୍ଷାନଗରରେ ୫୦.୮୮%, ପାଲଲହଡାରେ ୬୨.୧୩%, ପରଜଙ୍ଗରେ ୪୫.୮୭%, ତାଳଚେରରେ ୫୨.୦୦% ମତଦାନ ହୋଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.