ETV Bharat / state

ଭୀଷଣ ବାତ୍ୟାର ରୂପ ନେବ ଅବତାପ, ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା - Odisha Weather

author img

By ETV Bharat Odisha Team

Published : May 25, 2024, 5:57 PM IST

Odisha Weather Update: ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ଗଭୀର ଅବତାପ । ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅଧିକ ପଢ଼ନ୍ତୁ

ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା (ETV Bharat Odisha)

ଭୁବନେଶ୍ବର: ଗତକାଲି ସୃଷ୍ଟି ହୋଇଥିବା ଅବପାତ ଆଜି ଭୀଷଣ ଅବପାତର ରୂପ ନେଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇଛି । ଆଜି ୨୫ ସନ୍ଧ୍ୟାରେ ଏହା ପୂର୍ବ କେନ୍ଦ୍ରୀୟ ଓ ଏହାସହ ଲାଗି ରହିଥିବା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ୨୬ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି ।

ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା (ETV Bharat Odisha)

ପରେ ୨୬ ତାରିଖ ମଧ୍ୟରାତ୍ରିରେ ସାଗର ଦ୍ଵୀପ ଓ ଖେପୂପରା ମଧ୍ୟରେ ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଦେଇ ଭୀଷଣ ବାତ୍ୟା ହେଇ ଅତିକ୍ରମ କରିବ । ଅବପାତଟି ଭୀଷଣ ବାତ୍ୟାରେ ପରିଣତ ହେବା ପରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ । ଏହାସହ ୧୩୫ କିମିର ଝଟକା ପବନ ବି ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସମସ୍ତ ୪ଟି ଯାକ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନାହିଁ । ହେଲେ କିଛି ସ୍ଥାନରେ ବର୍ଷାର ପ୍ରଭାବ ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା; କାଲି ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ ! - Cyclone Remal

ଆଗାମୀ ୪୮ ଘଣ୍ଟା ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଦେଖିବାକୁ ମିଳିବ । ବିଶେଷ କରି ଓଡ଼ିଶାର ଉତ୍ତର ଉପକୂଳର ଅନେକ ସ୍ଥାନରେ ବର୍ଷା ହେବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏରୁ ଦୁଇଟି ଯାଗାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଅର୍ଥାତ 26 ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଯାଗାରେ ବର୍ଷା ରହିବ । ବିଶେଷ କରି ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାସହ ଓଡ଼ିଶାର ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ମଝିରେ ମଝିରେ ଝଟକା ପବନ ୬୦ କିମି ରହିବ । ବାଲେଶ୍ୱର, ଭଦ୍ରକ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ପୂର୍ବାନୁମାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.