ଓଡିଶା

odisha

ଯାତାୟାତରେ ବାଧା ସାଜିଥିଲା ବରଗଛ, କାଟିବା ପରେ 4 ପଞ୍ଚାୟତକୁ ଫିଟିଲା ବାଟ

By

Published : Jan 12, 2021, 5:38 PM IST

ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ପୁଲେଶ୍ବର ଗାଁରୁ କେଞ୍ଜିରିଆ ପାଲିକୁ ବାଟ ଫିଟିଛି। ସ୍ଥାନୀୟ ପ୍ରଶାସନର ଉଦ୍ୟମରେ 4ଟି ପଞ୍ଚାୟତର ଲୋକଙ୍କ ଗମନାଗମନ ପାଇଁ ପଥ ପରିଷ୍କାର ହୋଇଛି।

ଗଛକାଟି 4ଟି ପଞ୍ଚାୟତ ଲୋକଙ୍କ ପାଇଁ  ଫିଟିଲା ବାଟ
ଗଛକାଟି 4ଟି ପଞ୍ଚାୟତ ଲୋକଙ୍କ ପାଇଁ ଫିଟିଲା ବାଟ

ସୁବର୍ଣ୍ଣପୁର: ଆଭ୍ୟନ୍ତରୀଣ ଅଞ୍ଚଳକୁ ଗମନାଗମନ ସୁବିଧା ହେଲା, 4ଟି ପଞ୍ଚାୟତ ଲୋକଙ୍କ ପାଇଁ ବାଟ ଫିଟିଲା । ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ପୁଲେଶ୍ବର ଗାଁରୁ କେଞ୍ଜିରିଆ ପାଲିକୁ ବାଟ ଫିଟିଛି। ସ୍ଥାନୀୟ ପ୍ରଶାସନର ଉଦ୍ୟମରେ 4ଟି ପଞ୍ଚାୟତର ଲୋକଙ୍କ ଗମନାଗମନ ପାଇଁ ପଥ ପରିଷ୍କାର ହୋଇଛି।

ଏହି ଅଞ୍ଚଳର କେଞ୍ଜିରିଆ ପାଲି , ବହଳପଦର, ଦୁର୍ଜନ ତାଇଲା, ଲୁତୁରପଙ୍କ ଆଦି ପଞ୍ଚାୟତର ଲୋକଙ୍କ ପାଇଁ ବାରଝୁଲା ଗାଁର ଗୃହ ଓ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ଥିବା ଏକ ବରଗଛ ଲୋକଙ୍କ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି କରୁଥିଲା।

ଗଛକାଟି 4ଟି ପଞ୍ଚାୟତ ଲୋକଙ୍କ ପାଇଁ ଫିଟିଲା ବାଟ

ପୁଲେଶ୍ବରରୁ କେଞ୍ଜିରିଆପାଲି ପ୍ରାୟ 3 କିଲୋମିଟର ପକ୍କା ରାସ୍ତା ତିଆରି ସରିଥିବା ବେଳେ ବରଗଛ ପାଇଁ ଗାଡିମୋଟର ଯାଆସ କରି ପାରୁନଥିଲା। ଏହି ରାସ୍ତାକାମରେ ପ୍ରାୟ 3 କୋଟି 65 ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ସରିଥିବାବେଳେ କିଛି ଗାଁଲୋକ ଗଛ କଟାକୁ ବିରୋଧ କରୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ତେବେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ 144 ଧାରା ଜାରି କରାଯାଇ ଗଛ କଟାଯାଇଛି। ଗଛଟି କଟାଯିବାରୁ 4ଟି ପଂଚାୟତର ଲୋକଙ୍କ ପାଇଁ ଗମନାଗମନ ସମସ୍ୟାର ସମାଧାନ ହୋଇ ପାରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details