ଓଡିଶା

odisha

୪ ସପ୍ତାହରେ ସତ୍ୟପାଠ ଦାଖଲ କର: ସୁପ୍ରିମକୋର୍ଟ

By

Published : Feb 22, 2021, 6:48 PM IST

ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହର ମହଲତ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅଧିକ ପଢ଼ନ୍ତୁ...

supreme court given 4 week time to odisha government in nayagarh pari murder case
ପରୀ ହତ୍ୟାକାଣ୍ଡ; ରାଜ୍ୟ ସରକାରଙ୍କୁ ୪ ସପ୍ତାହରେ ସମୟ ଦେଲେ ସୁପ୍ରିମ କୋର୍ଟ

ଭୁବନେଶ୍ବର:ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହର ମହଲତ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି 4 ସପ୍ତାହ ମଧ୍ୟରେ ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ପରୀର ମାଆ ସୌଦାମିନୀ ସାହୁ। ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସୌଦାମିନୀ ସାହୁଙ୍କ ଆବେଦନକୁ ସ୍ବୀକାର କରି କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପରୀ ମାମଲାକୁ ନେଇ ସମସ୍ତ ତଥ୍ୟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ। ଏଥିରେ ନୟାଗଡ଼ ପୋଲିସର ତଦନ୍ତ ରିପୋର୍ଟ ଠାରୁ ଆରମ୍ଭ କରି ଏସଆଇଟି ତଦନ୍ତ ରିପୋର୍ଟ ସାମିଲ ରହିବ।

ବର୍ତ୍ତମାନ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ଟମ୍ ପରୀ ହତ୍ୟାକାଣ୍ଡର ତଦନ୍ତ କରୁଛି। ଏହି ମାମଲାରେ ଜଣେ ଅଭଯୁକ୍ତଙ୍କୁ ଗିରଫ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତ ନାବାଳକ ବୋଲି କୋର୍ଟରେ ପ୍ରମାଣିତ ହୋଇଛି। ପ୍ରଥମେ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା। ଏଲଭିଏ ଟେଷ୍ଟ ଉପରେ ଶୁଣାଣି ପୂର୍ବରୁ ଏସଆଇଟି ଏଥିରୁ ଓହରିଯାଇଥିଲା। ନୟାଗଡ଼ର ଏହି ହତ୍ୟାକାଣ୍ଡକୁ ନେଇ ବହୁ ବାଦ ବିବାଦ ଲାଗି ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details