ଓଡିଶା

odisha

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ

By

Published : Mar 24, 2021, 10:48 PM IST

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ ହୋଇଛି । ଅଭିଯୁକ୍ତ ନାବାଳକ ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ
ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ

ନୟାଗଡ଼:ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ ହୋଇଛି । ଅଭିଯୁକ୍ତ ନାବାଳକ ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। ତେବେ କୋର୍ଟ ଆଜି(ବୁଧବାର) ନାବାଳକ ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଅପରାଧ ଗଭୀରତା ଆଧାରରେ ଅଭିଯୁକ୍ତର ଆବେଦନ ଖାରଜ କରାଯାଇଥିବା ସୂଚନା ମିଳିଛି।

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ

ଅଭିଯୁକ୍ତକୁ ଏସଆଇଟି ଗିରଫ କରିଥିଲା। ତେବେ ପରବର୍ତ୍ତୀ ସମୟରେ କୋର୍ଟରେ ଅଭିଯୁକ୍ତ ନାବାଳକ ପ୍ରମାଣିତ ହୋଇଥିଲା। 2020 ମସିହା ଜୁଲାଇ ମାସରେ ନୟାଗଡ଼ ଯଦୁପୁରରେ ପରୀକୁ ଉଠାଇ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନାବାଳିକାର ପଡ଼ୋଶୀ ଜଣେ ନାବାଳକୁ ଗିରଫ କରିଥିଲା ଏସଆଇଟି। ଏହି ମାମଲାରେ ଜଣେ ମନ୍ତ୍ରୀଙ୍କ ନାମ ମଧ୍ୟ ଉଠିଥିଲା।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details