ଖୋର୍ଦ୍ଧା: ଗୋରୁ ଚୋରାଚାଲାଣରେ ସମ୍ପୃକ୍ତ ଅଛନ୍ତି ଥାନା ଅଧିକାରୀ ଏବଂ କର୍ମଚାରୀ । ଯାହାର ତଥ୍ୟ ପୁରା ପ୍ରମାଣ ସହ ଏସପିଙ୍କୁ ଦିଆଯାଇଥିଲା । ହେଲେ କେବଳ ଜଣେ କନେଷ୍ଟବଳଙ୍କୁ ସସପେଣ୍ଡ କରି ଚୁପ ବସିଛନ୍ତି ଏସପି୍ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ ବିଭୂତି ଦାସ ଏବଂ ବେଗୁନିଆ ଜନ କଲ୍ୟାଣ ମଞ୍ଚ ସଭାପତି ଅକ୍ଷୟ ରଥ ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ବେଗୁନିଆ ଥାନା ଅଧିକାରୀ ଲକଡାଉନ ସମୟରେ ଗୋଚାଲାଣକାରୀଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା । ଜବତ ହୋଇଥିବା ଗୋରୁଙ୍କୁ ଗୋଶାଳା ଛାଡିବା ପରିବର୍ତ୍ତେ କନେଷ୍ଟବଳଙ୍କ ମାଧ୍ୟମରେ ବ୍ୟବସାୟ କରିଥିଲେ ଅଧିକାରୀ । ଏହାର ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ଘଟଣାରେ ସମ୍ପୃକ୍ତ କନେଷ୍ଟବଳଙ୍କ ବିରୋଧରେ ଏସପି କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ଥାନା ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।