ଓଡିଶା

odisha

Amit Shah Odisha Visit: ମଣିପୁର ହିଂସା ପାଇଁ ହୋଇପାରେ ବିରୋଧ, ସୁରକ୍ଷା ଟାଇଟ୍‌

By

Published : Aug 4, 2023, 8:29 PM IST

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାରି ମଧ୍ୟରେ ମଣିପୁର ହିଂସା ନେଇ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଆଶଙ୍କା ଦେଖାଦେଇଛି । ଯାହାକପ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଅଧିକ ପଢ଼ନ୍ତୁ

Security arrangements for Amit Shah Odisha Visit
Security arrangements for Amit Shah Odisha Visit

Security arrangements for Amit Shah Odisha Visit

ଭୁବନେଶ୍ବର: ମଣିପୁର ହିଂସାକୁ ନେଇ ଦେଶବ୍ୟାପୀ ତାତି । ଏହାରି ଭିତରେ ଅଚାନକ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବେଳେ ମଣିପୁର ହିଂସା ନେଇ ବିରୋଧ ପ୍ରଦର୍ଶନ କରିପାରନ୍ତି ବିରୋଧୀ । ତେଣୁ ସୁରକ୍ଷା ଦାୟିତ୍ବ ଦୃଷ୍ଟିରୁ କମିଶନରେଟ ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ୍‌ । କାରଣ ମଣିପୁର ହିଂସାକୁ ନେଇ ଓଡ଼ିଶାରେ ପୂର୍ବରୁ ଦେଖିବାକୁ ମିଳିଛି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର । ଯେହେତୁ କଂଗ୍ରେସ ସମେତ ବାମପନ୍ଥୀ ଦଳ ଓ ଆମ୍‌ ଆଦମୀ ପାର୍ଟି ପୂର୍ବରୁ ଏନେଇ ବିରୋଧ କରିଛନ୍ତି, ତେଣୁ ଏହି ସମୟରେ ଗୃହମନ୍ତ୍ରୀଙ୍କ ଶୃଙ୍ଖଳିତ ଭ୍ରମଣ ଓ ପରିଦର୍ଶନ ପୋଲିସ ପାଇଁ ଗୁରୁ ଦାୟିତ୍ବ ହୋଇଛି ।

ତେବେ ଗୃହମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ପୁରା ପ୍ରସ୍ତୁତ ରହିଛି । ବିଶେଷ କରି ଇଣ୍ଟେଲିଜେନ୍ସକୁ ଅଧିକ ଫୋକସ ଦିଆଯାଉଛି । କେଉଁଠି କ'ଣ ଖବର ରହିଛି, କିଏ ବିରୋଧ କରିବା ପାଇଁ ଯୋଜନା କରୁଛି ସେନେଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଛି । ଏନେଇ ଗୃହମନ୍ତ୍ରୀଙ୍କ ଶୁକ୍ରବାର ଆଗମନଠାରୁ ରାତ୍ରି ରହଣୀ ଓ ଶନିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ନେଇ ପୋଲିସ ଏକ ସିକ୍ୟୁରିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଗୃହମନ୍ତ୍ରୀଙ୍କ ନିଜସ୍ବ ସୁରକ୍ଷା ଅଧିକାରୀଙ୍କ ସହ ମିଳିତ ସହଯୋଗରେ ପୁରା ସୁରକ୍ଷା ପ୍ରସ୍ତୁତି କରାଯାଇଛି । ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି, "ପୋଲିସ ପକ୍ଷରୁ ଭୁବନେଶ୍ବରରେ ଗୃହମନ୍ତ୍ରୀଙ୍କ ଭ୍ରମଣସ୍ଥଳ ଓ ରହଣୀସ୍ଥଳ ଯାଞ୍ଚ କରାଯାଇଛି । କାରକେଡ୍‌ ରିହଲସଲ ସହ ମିଟିଂ ସ୍ଥାନରେ ସିକ୍ୟୁରିଟି କଡାକଡି ହୋଇଛି । ରାସ୍ତାରେ‌ ଯିବାବେଳେ ଲୋକଙ୍କ ଉପରେ ନଜର ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ଅଧିକ ନଜର ରଖାଯାଇଛି । ଏନେଇ ସୁରକ୍ଷା ଦାୟିତ୍ବରେ ନିଜେ ଡିସିପି ଓ ୭ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୪ ଇନସ୍ପେକ୍ଟର, ୭୬ ଅଫିସର, ୩୧ ପ୍ଲାଟୁନ ଫୋର୍ସ, ୧୧୭ ଏପିଆର କନଷ୍ଟେବଳ, ୧୨୦ କନଷ୍ଟେବଳ, ୩ଟି କ୍ବିକ୍‌ ରେସ୍ପନ୍ସ ଟିମ ସହ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌ ମଧ୍ୟ ନିୟୋଜିତ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...Amit Shah To Visit Odisha: ଆଜି ଓଡିଶା ଆସୁଛନ୍ତି ଅମିତ ଶାହ

ସିକ୍ୟୁରିଟି ପ୍ରୋଟୋକଲ ଅନୁସାରେ ବା ସ୍କେଲ ଅନୁସାରେ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ସହ ଡବଲ ଲେୟାର୍‌ରେ ରାଜ୍ୟ ପୋଲିସ ରହିବେ । ଆଣ୍ଟି ସାର୍ବୋଟେଜ ଚେକ୍ କଡାକଡି କରାଯିବ । ଯାହା ଗୁଇନ୍ଦା ତଥ୍ୟ ରହିଛି, ସେନେଇ ଚେକ କରାଯିବ । ଦଳୀୟ କାର୍ଯକ୍ରମ ପାଇଁ ଭୁବନେଶ୍ବରକୁ ଅନେକ କର୍ମୀ ଆସିବେ । ସେଥିପାଇଁ ଆୟୋଜକଙ୍କ ସହ ଯୋଗାଯୋଗ କରି ଦଳୀୟ କର୍ମୀ କେଉଁ ରୁଟ୍‌ରେ ପାର୍ଟି ଅଫିସ ଆସିବେ, କେତେ ଲୋକ ଆସିବେ, ବସରେ ଆସିଲେ ପାର୍କିଂ କେଉଁଠି କରିବେ ଏବଂ ସାଧାରଣ ଲୋକଙ୍କ ଯାତାୟତ କିପରି ପ୍ରଭାବିତ ନହେବ ସେନେଇ ଟ୍ରାଫିକ ସମସ୍ୟା ଆଦି ଦୃଷ୍ଟିରୁ ମଧ୍ୟ ସବୁ ବ୍ୟବସ୍ଥା ଉପରେ ଧ୍ୟାନ ଦେଇ ବ୍ୟବସ୍ଥା କରାଯାଉଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ସେ କହିଛନ୍ତି, "ରେଗୁଲାର ଆମେ ଭିଭିଆଇପି ଭିଜିଟ୍‌ ଆରେଞ୍ଜମେଣ୍ଟ କରିଛୁ । ଡେଡିକେଟେଡ ସିକ୍ୟୁରିଟି ରହୁଛି, ଅଭିଜ୍ଞତା ରହିଛି । କୋର୍ଡିନେସନ ଅଛି ଆଉ ମିଶିକି ଟିମ୍ ଆରେଞ୍ଜମେଣ୍ଟ ସବୁ ପ୍ରକାର ଇଣ୍ଟେଲିଜେନସକୁ ରିସିଭ କରିବା ସହ ସେଗୁଡ଼ିକୁ ଭେରିଫାଏ କରି ବ୍ୟବସ୍ଥା କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details