ଓଡିଶା

odisha

ଖୋର୍ଦ୍ଧାରେ ଅମଲା ସଂଘର ବିକ୍ଷୋଭ, ଗ୍ରେଡ ପେ ବୃଦ୍ଧି ଦାବିରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

By

Published : Nov 15, 2022, 9:43 PM IST

ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଅମଲା ସଂଘ। ସମାନ କାମକୁ ସମାନ ଦରମା ଦାବି ନେଇ ଆଜି ମଧ୍ୟାହ୍ନରେ ଶତାଧିକ ଅମଲା ହାତରେ ପ୍ଲାକାର୍ଡ ଧରି ଗ୍ରେଡ ପେ ବୃଦ୍ଧି ଦାବି କରିଥିଲେ । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଂଘର ବିକ୍ଷୋଭ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଂଘର ବିକ୍ଷୋଭ

ଖୋର୍ଦ୍ଧା : ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଅମଲା ସଂଘ। ସମାନ କାମକୁ ସମାନ ଦରମା ଦାବି ନେଇ ଆଜି ମଧ୍ୟାହ୍ନରେ ଶତାଧିକ ଅମଲା ହାତରେ ପ୍ଲାକାର୍ଡ ଧରି ଗ୍ରେଡ ପେ ବୃଦ୍ଧି ଦାବି କରିଥିଲେ । ଏନେଇ ଟାଉନ ହାଇସ୍କୁଲ ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଗ୍ରେଡପେ ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିଥିଲା ଓଡ଼ିଶା ଅମଲା ସଂଘ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଂଘର ବିକ୍ଷୋଭ

ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ କାର୍ଯ୍ୟ କରିବାକୁ ପଡୁଛି । ଯାହାଫଳରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଅତୀତରୁ ଓଡିଶା ଅମଲା ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଜିଲ୍ଲାୱାରୀ ଅମଲା ମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ୯୩୦୦ ଟଙ୍କା ଓ ଗ୍ରେଡପେ ୪୨୦୦ ଟଙ୍କା ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି ।

ହେଲେ ସରକାରୀ ବୈମାତୃକ ମନୋଭାବ ଓ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଦାବି ପୂରଣ ହେଉନାହିଁ । ୨୦୧୭ ମସିହା ଠାରୁ ଅମଲାମାନଙ୍କୁ ସ୍ନାତକ ସହିତ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି କରାଯାଇନାହିଁ । ତେଣୁ ଅମଲାଙ୍କୁ ଯୋଗ୍ୟତା ଅନୁସାରେ ୯ ହଜାରେ ୩ ଶହ ଟଙ୍କା ଓ ଗ୍ରେଡ ପେ ୪ ହାଜର ୨ ଶହ ଟଙ୍କା ଦେବାକୁ ବହୁବାର ଦାବି କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ସେମାନଙ୍କ କଥା ଦାବିକୁ ଶୁଣୁନଥିବା ଅଭିଯୋଗ ସହ ଆସନ୍ତା ୨୭ ତାରିଖ ଦିନ ଭୁବେଶ୍ଵରଠାରେ ଏକ ବିରାଟ ସମାଗମ କରାଯାଉଥିବା କହିଛନ୍ତି ।

ଏ ଅବସରରେ ରାଜ୍ୟ ସଂଘ ତରଫରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଅମଲା ସଂଘର ଦାବି ନଶୁଣିଲେ ଆଗମୀ ଦିନରେ ଆନ୍ଦୋଳନଙ୍କୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଅମଲା ସଂଘ ସଭାପତି ନାରାୟଣ ଦାସ କହିଛନ୍ତି, '' ଆସନ୍ତା ୨୭ ତାରିଖରେ ରାଜ୍ୟସ୍ତରରେ ୩୦ ହଜାର ଅମଲା ଭୁବନେଶ୍ୱରରେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦୋଳନ କରିବେ । ଦୀର୍ଘବର୍ଷ ହେଲା ଆମେ କାମ କରିଲୁଣି । ହେଲେ ଆମର ଗ୍ରେଡ ପେ ବୃଦ୍ଧି ପାଇଁ ସରକାର କୌଣିସି ପଦକ୍ଷେପ ନେଉନାହାଁନ୍ତି । ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ଆମକୁ ୧୯୦୦ 'ଗ୍ରେଡ଼ ପେ'ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦିଆଯାଉ । ଆମକୁ ଯେଉଁ ୧୯ଶହ ଗ୍ରେଡ ପେ ଦିଆଯାଉଛି ତାହା ପରିବର୍ତ୍ତେ ୪୨ଶହ ଗ୍ରେଡ ପେ ଦିଆଯାଉ।''

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details