ଓଡିଶା

odisha

ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

By ETV Bharat Odisha Team

Published : Nov 23, 2023, 5:43 PM IST

ଷୋଡଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନ ଶୀତ ଅଧିବେଶନର ଆଜି ଥିଲା ତୃତୀୟ ଦିବସ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ବିଧାୟକ ମାନେ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ ଉଠାଇ ନିଷ୍ପତ୍ତି ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର ଦାବି କରି ୱେଲକୁ ଆସି ହଟ୍ଟଗୋଳ କରିଥିଲେ । ଅଧିକ ପଢନ୍ତୁ

ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ, ବିଜେପି ବିଧାୟକଙ୍କ ରାଜଭବନ ପଦଯାତ୍ରା
ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ, ବିଜେପି ବିଧାୟକଙ୍କ ରାଜଭବନ ପଦଯାତ୍ରା

ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ, ବିଜେପି ବିଧାୟକଙ୍କ ରାଜଭବନ ପଦଯାତ୍ରା

ଭୁବନେଶ୍ବର: ଆଦିବାସୀ ଜମି ହସ୍ତାନ୍ତର ବିଲ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ହେବାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିଜେପିର ହଟଗୋଳ ଜାରି ରହିଛି । ପ୍ରସଙ୍ଗକୁ ଦଳ ବିଧାନସଭାରେ ମୁଦ୍ଦା କରିଥିବା ବେଳେ ଗୃହ ଅଚଳ କାରଣରୁ ବିଧାୟକ ମାନେ ବିଧାନସଭାରୁ ଚାଲି ଚାଲି ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଷୋଡଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନ ଶୀତ ଅଧିବେଶନର ଆଜି ଥିଲା ତୃତୀୟ ଦିବସ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ବିଧାୟକ ମାନେ ଆଦିବାସୀ ଜମି ହସ୍ତାନ୍ତ ପ୍ରସଙ୍ଗ ଉଠାଇ ନିଷ୍ପତ୍ତି ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର ଦାବି କରି ୱେଲକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ତୁରନ୍ତ ବିଧାନସଭାକୁ ସିଧା ଅପରାହ୍ନ 4ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ କରିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପି ସଦସ୍ୟ ସରକାରଙ୍କ ବିରୋଧର ବିଷୋଦଗାର କରିବା ସହିତ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଆଦିବାସୀଙ୍କ ଜମି କିଣା ବିକା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଦାବିରେ ବିଧାନସଭାରେ ହଟ୍ଟଗୋଳ କରୁଛନ୍ତି ।

ଅଧିକ ପଢନ୍ତୁ- ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ସ୍ବାର୍ଥ ପାଇଁ ନିଆଁ ଜଳିବ'

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମି ହସ୍ତାନ୍ତର, ବନ୍ଧକ ଓ ଉପହାର ନେଇ ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ଏ ସଂକ୍ରାନ୍ତରେ ଦୀର୍ଘଦିନ ଧରି ସେମାନଙ୍କର ରହିଆସିଥିବା ଦାବିକୁ ସରକାର ପୂରଣ କରିଥିଲେ। ଅନୁସୂଚିତ ଜନଜାତି ବର୍ଗର ଜମି ହସ୍ତାନ୍ତର ସରଳ ହେବା ପ୍ରକ୍ରିୟା ଉପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ଆଦିବାସୀ ଭାଇମାନେ ପୂର୍ବରୁ ଅସୁବିଧା ସମୟରେ ଜମିକୁ ନିଜ କାମରେ ଲଗାଇ ପାରୁ ନଥିଲେ। ଏବେ ସେ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଏହା ଦ୍ବାରା ଆଦିବାସୀ ବର୍ଗ ଉପକୃତ ହେବେ । କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଥିଲା । ହେଲେ ବିରୋଧୀଙ୍କ ବିରୋଧ ଦେଖି ଏହି ନିଷ୍ପତ୍ତିକୁ ସରକାର ଗୋଟିଏ ଦିନ ପରେ ସ୍ଥଗିତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details