ଓଡିଶା

odisha

ପିହୁ ନିଖୋଜ ମାମଲା, ଜବାବ ରଖିବେ DGP

By

Published : Aug 19, 2021, 9:28 PM IST

ବହୁଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ଘଟଣା । ମାମଲା ସମ୍ପର୍କରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଡିଜିପିଙ୍କୁ ମାନବାଧିକାର କମିଶନଙ୍କ ନୋଟିସ । ଅଧିକ ପଢନ୍ତୁ...

ପିହୁ ନିଖୋଜ ମାମଲାର ଜବାବ ରଖିବେ DGP
ପିହୁ ନିଖୋଜ ମାମଲାର ଜବାବ ରଖିବେ DGP

ଯାଜପୁର: ବହୁଚର୍ଚ୍ଚିତ ଯାଜପୁର ଶିଶୁକନ୍ୟା ପିହୁ ନିଖୋଜ ଘଟଣା । ମାମଲା ସମ୍ପର୍କରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କଲେ ଜାତୀୟ ମାନବାଧିକାର କମିଶନ । ୨୦୨୦ ମସିହା ଅଗଷ୍ଟ ୯ ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଛି ମଧୂସୁଦନପୁର ଗାଁର ପିହୁ । ଏହି ନିଖୋଜ ଘଟଣାକୁ ପ୍ରାୟ ଏକ ବର୍ଷ ବିତିଥିଲେ ମଧ୍ୟ ଶିଶୁକନ୍ୟାର ଟେର ପାଉନି ପୋଲିସ ।

ପିହୁ ନିଖୋଜ ମାମଲାର ଜବାବ ରଖିବେ DGP

ପରିବାର ଲୋକଙ୍କ କହିବା ମୁତାବକ, ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ଦୀର୍ଘ ସମୟ ଧରି ଚାରିଆଡେ ଖୋଜାଖୋଜି ପରେ କୌଣସି ପତ୍ତା ନ ମିଳିବାରୁ ବାପାମାଆ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପିହୁର ମାଆ ନିଜ ଝିଅକୁ ଖୋଜି ପାଇବାକୁ ବାରମ୍ବାର ଜିଲ୍ଲା ଏସପି, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଡିଜିପି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ପାଇନଥିଲେ । ଏହାପରେ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନ ଆବେଦନକୁ ଗ୍ରହଣ କରି ୪ ସପ୍ତାହ ମଧ୍ୟରେ ଡିଜିପିଙ୍କୁ କେସ୍ ସମ୍ପର୍କରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details