ଓଡିଶା

odisha

ବାଲିଗୁଡ଼ା ଅଞ୍ଚଳରେ ଭାଇଚାରାର ନିଆରା ନିଦର୍ଶନ, ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ସମସ୍ତ ପୂଜା ମଣ୍ଡପ

By ETV Bharat Odisha Team

Published : Oct 23, 2023, 6:31 AM IST

ପାର୍ବଣରେ ଉତ୍ସବମୁଖର କନ୍ଧମାଳର ବାଲିଗୁଡ଼ା ସହର । ସହରର ଅଧିଷ୍ଠାତ୍ରୀ ଦେବୀ ମା'ପାଟ୍ଟଖଣ୍ଡା ପାଖରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

ବାଲିଗୁଡ଼ା ଅଞ୍ଚଳରେ ଭାଇଚାରାର ନିଆରା ନିଦର୍ଶନ, ଧୁମଧାମରେ ପାଳନ ଚାଲିଛି ନବରାତ୍ର ପର୍ବ
ବାଲିଗୁଡ଼ା ଅଞ୍ଚଳରେ ଭାଇଚାରାର ନିଆରା ନିଦର୍ଶନ, ଧୁମଧାମରେ ପାଳନ ଚାଲିଛି ନବରାତ୍ର ପର୍ବ

ବାଲିଗୁଡ଼ା ଅଞ୍ଚଳରେ ଭାଇଚାରାର ନିଆରା ନିଦର୍ଶନ, ଧୁମଧାମରେ ପାଳନ ଚାଲିଛି ନବରାତ୍ର ପର୍ବ

ଫୁଲବାଣୀ :ପାର୍ବଣରେ ଉତ୍ସବମୁଖର ହୋଇ ଉଠି ପୁରା କନ୍ଧମାଳ ଜିଲ୍ଲା । ବିଶେଷ କରି ବାଲିଗୁଡ଼ା ସହରରେ ପ୍ରମୁଖ ୨ଟି ଶକ୍ତି ପୀଠରେ ଚାଲିଛି ମା'ଦୁର୍ଗାଙ୍କ ପୂଜା । ସହର ଦୁର୍ଗା ମନ୍ଦିର, ବରାଳ ଦେବୀ ମନ୍ଦିର ଏବଂ ମା'ପାଟ୍ଟଖଣ୍ଡା ପାଖରେ ଚାଲିଛି ନବରାତ୍ର ପୂଜା । ଏହାସହ ସହରର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ଜାରି ରହିଛି ମା' ଜଗତଜନନୀ ଦୁର୍ଗାଙ୍କ ପୂଜା । ପାରମ୍ପରିକ ରୀତିନୀତିରେ ଚାଲିଛି ମା'ଙ୍କ ଆରଧାନା । ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ପାଳନ କରାଯାଏ । ଦଶହରା ପର୍ବ ଏଠାରେ ଏକ ଭାଇଚାରାର ପରମ୍ପରା ପରିଣତ ହୋଇଛି ।

ବାଲିଗୁଡ଼ା ସହରର ମା'ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଓ ଇଲେକ୍ଟ୍ରି ସାହି ମଣ୍ଡପରେ ପୂଜା ପାଉଛନ୍ତି ଜଗତ ଜନନୀ ମା ଦୁର୍ଗା । ଏହି ଅବସରରେ ବାଲିଗୁଡ଼ା ଅଞ୍ଚଳରେ ଭକ୍ତିଭାବ ପରିବେଶ ସୃଷ୍ଟି ହେବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହା ସହ ଅଞ୍ଚଳବାସୀଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ବିଭିନ୍ନ ପୂଜା କମିିଟି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ସୁସଜ୍ଜିତ ତୋରଣ ସହ ରଙ୍ଗିନ ଆଲୋକ ମାଳାରେ ଝଲସୁଛି ସହର । ମା'ଙ୍କ ନବ ଦିନାତ୍ମକ ପର୍ବରେ ପ୍ରତିଦିନ ବରାଳ ଦେବୀ ପୀଠ ଓ ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଲାଗୁଛି । ବିଶେଷକରି ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଉପରେ ଅଞ୍ଚଳ ବାସୀ ନିବିଡ଼ ବିଶ୍ଵାସ ରହିଛି । ବିଶ୍ୱାସ ରହିଛି ମା' ନିକଟରେ ଭକ୍ତଙ୍କର ସହ ପୂଜାର୍ଚ୍ଚାନା କଲେ ମା' ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ଦୁର୍ଗାପୂଜାରେ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା, ଏଠାରେ ଗୋଷାଣୀ ରୂପରେ ପୂଜା ପାଆନ୍ତୀ ମାଆ ଦୁର୍ଗା

ମା' ପାଟଖଣ୍ଡା ପୂଜା କମିଟି ସଦସ୍ୟ ପବିତ୍ର ମୋହନ ପାଢୀ କହିଛନ୍ତି,"ଆଜକୁ ପ୍ରାୟ ୫୫ରୁ ୫୬ ବର୍ଷ ହେବ ଏଠାରେ ଦୁର୍ଗା ପୂଜା ଆୟୋଜନ କରାଯାଉଛି । ଆଜି ମା'ଙ୍କ ପୀଠରେ ମାହାଅଷ୍ଟମୀ ପୂଜା ଆୟୋଜିତ ହୋଇଛି, ଆସନ୍ତା କାଲି ପୂଜା ମଣ୍ଡପରେ ଅଷ୍ଟମୀ ପୂଜା ଆୟୋଜନ କରାଯିବ । ମା'ଙ୍କ ପୀଠରୁ ଆଜ୍ଞାମାଳ ଆସିଲା ପରେ ହିଁ ମଣ୍ଡପରରେ ପୂଜା କରାଯିବ । ଏଠାରେ ଦଶହରା ପରେ ଦିନ ମହାଭାରତ ନାଟକ ଆୟୋଜନର ପରମ୍ପରା ରହିଛି । ଏହି ନାଟକ ୧୮ରୁ ୨୪ ଘଣ୍ଟା ଧରି ଚାଲିବ । ପାର୍ବଣ ସମୟରେ ଶାନ୍ତା ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷାରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details