ଓଡିଶା

odisha

କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

By

Published : Jan 26, 2023, 12:40 PM IST

Updated : Jan 26, 2023, 1:28 PM IST

କନ୍ଧମାଳ ମହୋତ୍ସବର ପ୍ରଥମ ଦିନ ଶେଷ ହୋଇଯାଇଛି । ମୋହିଲା ମଧ୍ୟପ୍ରଦେଶର ବଧାଇ ନୃତ୍ୟ । ଅଧିକ ପଢନ୍ତୁ

Kandhamal mahotsav
Kandhamal mahotsav

Kandhamal mahotsav

ଫୁଲବାଣୀ: ବହୁ ଆଡମ୍ବର ସହ କନ୍ଧମାଳ ଷ୍ଟାଡିୟମରେ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଛି । ପ୍ରଥମ ଦିନରେ ଏଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ମେଳା ଉଦଘାଟିତ ହୋଇଥିବାରୁ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ସବୁବେଳେ ଦେଶବାସୀଙ୍କୁ ଆକୃଷ୍ଠ କରିଛି । ଓଡ଼ିଶାର କଳା, ସଂସୃତି, ଐତିହ ଓ ପରମ୍ପରାର ପ୍ରତୀକ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳେ । ଏହି ଐତିହ୍ୟ ପରମ୍ପରାର ସାକ୍ଷୀ ପାଲଟିଛି କନ୍ଧମାଳ ମହୋତ୍ସବ । ପ୍ରଥମ ଦିନରେ ମଞ୍ଚରେ ମଧ୍ୟପ୍ରଦେଶର ବଧାଇ ନୃତ୍ୟ ଲୋକଙ୍କ ମନ ମୋହିଛି ।

ବୁଧବାର ସକାଳ 11ଟା ବେଳେ ପ୍ରଥମେ ସହରର ଅଧିଷ୍ଟାତ୍ରୀ ଦେବି ମା ନାରାୟଣୀ ମନ୍ଦିରରେ ରଖାଯାଇଥବା ମଶାଲ ଜ୍ୟୋତିକୁ ନେଇ ଶୋଭା ଯାତ୍ରା କରାଯାଇଥିଲା। ସହର ପରିକ୍ରମା କରାଇବା ପରେ ଏହା ମଶାଲକୁ କନ୍ଧମାଳ ଷ୍ଟାଡିୟମ ଅଣା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା କନ୍ଧମାଳ ଉତ୍ସବ । ଏହି ମେଳାରେ ୨୫୦ଟି ଷ୍ଟଲ୍‌ ଲାଗିଛି। ବିକ୍ରିବଟା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ପାଞ୍ଚ ଦିନ ଧରି ଜାରି ରହିବ କନ୍ଧମାଳ ମହୋତ୍ସବ ।

ପଥମ ରଜନୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ପଦୀପ ପ୍ରଜ୍ବଳନ କରି ଉତ୍ସବର ଉଦଘାଟନ କରିଥଲେ । ସମ୍ନାନିତ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରୋଦନ ମଲିକ ଓ ଉତ୍ସବରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଜିଲ୍ଲା ପରିଷଦର ଅଧକ୍ଷା ନନ୍ଦୀନି ମଳିକ ପମୁଖ ମଞ୍ଚାସୀନ ଥଲେ ।

ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲାକୁ ଏକ ପରମ୍ପରା ଓ ସଂସ୍କୃତି ସମ୍ପନ୍ନସ୍ଥଳୀ ସହ ପର୍ଯ୍ୟଟନର ସହର ରୂପେ ବିବେଚନା କରି ଏଠାକାର ମାଟିର ମହତ ଗଣୁଗାନ କରିଥଲେ । ସେହିପରି ଜି.ଉଦୟଗିରି ବିଧାୟକ ଜିଲ୍ଲାରେ ଏକ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରିବାକୁ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଅନୁରୋଧ କରିଥିଲେ ।

କନ୍ଧମାଳରେ ପୂର୍ବାପେକ୍ଷା ଭାବର ଆଦାନ ପ୍ରଦାନ ସହ ସଂସ୍କୃତି ପରମ୍ପରା ଓ ପର୍ଯ୍ୟଟନ କ୍ଷେତ୍ରରେ ବହୁ ଉନ୍ନତି ହୋଇଛି ବୋଲି କହିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଲୋକକଳା ମହୋତ୍ସବ, କୃଷିମେଳା ଓ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ଯୋଗ ଦେଇ ଚିତାକର୍ଷକ ନୃତ୍ୟ ତଥା ଲୋକ ନୃତ୍ୟ, ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ମଖ୍ୟଅତିଥିଙ୍କୁ ସମେତ ମଞ୍ଚାସୀନ ଅତିଥିଗଣ ପଲ୍ଲିଶ୍ରୀମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥବା ଷ୍ଟଲ୍‌ ପରିଦର୍ଶନ କରି ପଶଂସା କରିଥଲେ ।

ସେହିପରି ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ସମଗ୍ର ଷ୍ଟାଡିୟମ । ସାଂସ୍କୃତିକ ଏବଂ ବିଭିନ୍ନ ନାଚଗୀତରେ ଦୁଲୁକିଲା ଅଞ୍ଚଳ । ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଏହି କନ୍ଧମାଳ ମହୋତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ତଥା କନ୍ଧମାଳ ମୋହତ୍ସବ ଆୟୋଜନ କମିଟି ଅଧ୍ୟକ୍ଷ ଇଶ୍ବର ଆଶିଷ ପାଟିଲ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଉତ୍ସବର ଆୟୋଜନ ହୋଇଛି ।

ଇଟିଭି ଭାରତ, କନ୍ଧମାଳ

Last Updated :Jan 26, 2023, 1:28 PM IST

ABOUT THE AUTHOR

...view details