ଓଡିଶା

odisha

ନୂତନ ଆଇନ ପ୍ରତ୍ୟାହାର ଦାବି; କନ୍ଧମାଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ

By ETV Bharat Odisha Team

Published : Jan 7, 2024, 7:24 AM IST

Drivers protest in Kandhamal: ନୂତନ ହିଟ ଆଣ୍ଡ ରନ ଆଇନ ପ୍ରତ୍ୟାହାର ଦାବିରେ କନ୍ଧମାଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ନୂଆ ଆଇନକୁ ପ୍ରତ୍ୟାହାର ଓ 10 ଦଫା ଦାବି ପୂରଣ କରିବାକୁ କନ୍ଧମାଳ ଜିଲ୍ଲା ଡ୍ରାଇଭର ସଂଘର ଧାରଣା । ଅଧିକ ପଢନ୍ତୁ

ନୂତନ ନିୟମ ପ୍ରତ୍ୟାହାର ଦାବିରେ କନ୍ଧମାଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ
ନୂତନ ନିୟମ ପ୍ରତ୍ୟାହାର ଦାବିରେ କନ୍ଧମାଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ

ଫୁଲବାଣୀ: ନୂତନ ହିଟ ଆଣ୍ଡ ରନ ଆଇନ ପ୍ରତ୍ୟାହାର ଦାବିରେ କନ୍ଧମାଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ସରକାରଙ୍କ ନୂତନ ହିଟ ଆଣ୍ଡ ରନ ଆଇନକୁ ନେଇ ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କନ୍ଧମାଳ ଜିଲ୍ଲାର ଡ୍ରାଇଭର ସଂଘ ପକ୍ଷରୁ ଏହି ନୂତନ ଆଇନକୁ ତୀବ୍ର ବିରୋଧ କରାଯିବା ସହ ଏହି ନୂଆ ଆଇନକୁ ଯଥାଶୀଘ୍ର ସରକାର ପ୍ରତ୍ୟାହାର କରନ୍ତୁ ଏବଂ ଓଡିଶା ଡ୍ରାଇଭର ମହାସଂଘର 10 ଦଫା ଦାବି ପୂରଣ କରିବାକୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ଶୀଘ୍ର ପୂରଣ କରନ୍ତୁ ବୋଲି ଦାବି କରି କନ୍ଧମାଳ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଶନିବାର ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି ।

ସରକାରଙ୍କ ନୂଆ ନିୟମ ଦ୍ବାରା ଜଣେ ଡ୍ରାଇଭର ଯଦି 10 ବର୍ଷ କାରାଦଣ୍ଡ ଭୋଗିବ ତେବେ ତା'ର ପରିବାର ଅବସ୍ଥା କ'ଣ ହେବ ଏବଂ ତା' ପରିବାର କିଭଳି ପ୍ରତିପୋଷଣ ହେବ । ଡ୍ରାଇଭିଂ କଲେ ଡ୍ରାଇଭରଙ୍କ ପରିବାର ଚଳୁଥିବା ବେଳେ 7 ଲକ୍ଷ ଟଙ୍କା ଜରିମାନା କେଉଁଠୁ ଏକ ଡ୍ରାଇଭର ଆଣିଦେବେ ବୋଲି କନ୍ଧମାଳ ସଂଘର ଡ୍ରାଇଭରମାନେ ପ୍ରଶ୍ନ କରିଛନ୍ତି । ତେଣୁ ନୂତନ ଆଇନରେ ଗାଡି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ 10 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ 7 ଲକ୍ଷ ଟଙ୍କାର ଜରିମାନା ନିୟମକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି । ନଚେତ୍ ସମସ୍ତ ଡ୍ରାଇଭର ଡ୍ରାଇଭିଂ ଛାଡି ମୂଲ ଲାଗି ଚଳିବୁ ବୋଲି ଡ୍ରାଇଭର ସଂଘ କହିଛି ।

ଡ୍ରାଇଭରମାନେ କହିଛନ୍ତି ଯେ, ଆମେ ରାତିଦିନ ଅନିଦ୍ରା ରହି ଅହରହ ପରିଶ୍ରମ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ନୂତନ ଆଇନ କରି ସରକାର ଆମ ପ୍ରତି ଅନ୍ୟାୟ କରିଛନ୍ତି । ତେବେ କନ୍ଧମାଳ ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଥିବାରୁ ଜିଲ୍ଲାରେ ଗାଡ଼ିମୋଟର ଚଳାଚଳ ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଓ ପରିବହନ କ୍ଷେତ୍ରରେ ବ୍ୟାପକ ସମସ୍ୟା ଦେଖାଯାଇଛି । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଷ୍ଟିୟରିଂ ଛାଡ଼ର ପ୍ରଭାବ: ଅନୁଗୋଳରେ ବସ ଚଳାଚଳ ଠପ, ଲୋକେ ହନ୍ତସନ୍ତ

ଅନ୍ୟପଟେ ବର୍ତ୍ତମାନ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଚାଲିଥିବା ବେଳେ ଆନ୍ଦୋଳନ ଯୋଗୁଁ ଅନେକ ଏସଏଚଜି ଗ୍ରୁପ ଓ ପ୍ରତିଯୋଗୀ ଠିକ୍ ସମୟରେ ପହଞ୍ଚି ପାରୁନଥିବା ଓରମାସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଅନ୍ୟପଟେ ଯାତ୍ରୀମାନେ ମଧ୍ୟ ସରକାରଙ୍କ ଏହି ନୂତନ ନିୟମକୁ ବିରୋଧ କରିବା ସହ ଡ୍ରାଇଭରମାନେ ପ୍ରତିଦିନ 60ରୁ 70 ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଯାତ୍ରା କରାଇଥାନ୍ତି ସେମାନେ ଜାଣିଶୁଣି ଦୁର୍ଘଟଣା ଘଟାଇ ନଥାନ୍ତି, ଦୁର୍ଘଟଣା ଘଟେ ତେଣୁ ସରକାର ଏହି ନିୟମ ପରିବର୍ତ୍ତନ କରନ୍ତୁ ବୋଲି ସାଧାରଣ ଜନତା ପ୍ରତିକ୍ରିୟା ଦେଇଛନ୍ତି l

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details