ଓଡିଶା

odisha

ଡିସେମ୍ବରରେ ରାଜ୍ୟ ଆଇନଜୀବୀ ସଂଘର ୫୨ତମ ଅଧିବେଶନ, ଫୁଲବାଣୀରେ ବ୍ୟାପକ ପ୍ରସ୍ତୁତି

By ETV Bharat Odisha Team

Published : Sep 18, 2023, 7:17 PM IST

Updated : Sep 18, 2023, 8:04 PM IST

ଫୁଲବାଣୀଠାରେ ଆୟୋଜିତ ହେବ ରାଜ୍ୟ ଆଇନଜୀବୀ ସଂଘର ୫୨ତମ ଅଧିବେଶନ । ନିମନ୍ତ୍ରିତ ହେବେ ରାଷ୍ଟ୍ରପତିଙ୍କ ସହ ସୁପ୍ରିମକୋର୍ଟ ମୂଖ୍ୟ ବିଚାରପତି । ଡିସେମ୍ବର ୨୯ ରୁ୩୦ ହେବ ଏହି ଅଧିବେଶନ । ଅଧିକ ପଢ଼ନ୍ତୁ

ଫୁଲବାଣୀରେ ଆୟୋଜିତ ହେବ ରାଜ୍ୟ ଆଇନଜୀବୀ ସଂଘ ର ୫୨ ତମ ଅଧିବେଶନ
ଫୁଲବାଣୀରେ ଆୟୋଜିତ ହେବ ରାଜ୍ୟ ଆଇନଜୀବୀ ସଂଘ ର ୫୨ ତମ ଅଧିବେଶନ

ଫୁଲବାଣୀରେ ଆୟୋଜିତ ହେବ ରାଜ୍ୟ ଆଇନଜୀବୀ ସଂଘ ର ୫୨ ତମ ଅଧିବେଶନ

ଫୁଲବାଣୀ: ରାଜ୍ୟ ଆଇନଜୀବୀ ସଂଘର ୫୨ତମ ଅଧିବେଶନ ଚଳିତ ବର୍ଷ ଫୁଲବାଣୀରେ ଆୟୋଜିତ ହେବ । ସ୍ଥାନୀୟ ବାର୍‌ ଆସୋସିଏସନ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ଓକିଲ ସଂଘ ଓ ରାଜ୍ୟ ଓକିଲ ସଂଘ ତରଫରୁ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଡିସେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ରହିଥିବା ରାଜ୍ୟ ଓକିଲ ସଙ୍ଘ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଫୁଲବାଣୀ ବାର ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଅଧିବେଶନରେ ରାଜ୍ୟର ୧୬୫ଟି ବାର ଆସୋସିଏସନର ୩ ହଜାରରୁ ଉର୍ଦ୍ଧ୍ବ ଆଇନଜୀବୀ ଯୋଗଦେବେ । ରାଜ୍ୟର ପ୍ରାୟ ୪୦ ହଜାର ଆଇନଜୀବୀଙ୍କୁ ପ୍ରତିନିଧିତ୍ଵ କରୁଥିବା ସଂଘର ବିଭିନ୍ନ ସମସ୍ୟା ଉପରେ ଏହି ଅଧିବେଶନରେ ଆଲୋଚନା କରାଯିବ ନେଇ ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ବିଶେଷ କରି ଓଡ଼ିଶାରେ ଆଇନଜୀବୀ ଏକାଡେମୀ ସ୍ଥାପନ, ଓକିଲମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମାରାଶି ବ୍ୟବସ୍ଥା ଓ କର୍ଳିପସ ଫଣ୍ଡ ରାଶି ବୃଦ୍ଧି ଭଳି ଦାବିଗୁଡ଼ିକ ଉପରେ ଚଳିତ ଅଧିବେଶନରେ ଗୁରୁତ୍ୱ ଦିଆଯିବ। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟ ଓ ଜିଲ୍ଲା ସଂଘ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Parliament Special Session: ପୁରୁଣା ସଂସଦ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ ନୂଆପିଢିକୁ ପ୍ରେରଣା ଦେବ

ଅନ୍ୟମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ ମୂଖ୍ୟ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ୧୯୮୪ ଓ ୨୦୧୦ ମସିହାରେ ଫୁଲବାଣୀଠାରେ ରାଜ୍ୟ ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପାଇଁ ଏହା ଆୟୋଜିତ ହେବାକୁ ଯାଉଛି । ଫୁଲବାଣୀ ଓକିଲ ସଂଘ ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଘର ସହଯୋଗୀ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମିଶ୍ର, ସଞ୍ଜିତ କୁମାର ପାଣିଗ୍ରାହୀ, କମଳ କୁମାର ବେହେରା ସମେତ ରାଜ୍ୟ ଓ ଜିଲ୍ଲା ସଂଘର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated :Sep 18, 2023, 8:04 PM IST

ABOUT THE AUTHOR

...view details