ETV Bharat / bharat

Parliament Special Session: ପୁରୁଣା ସଂସଦ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ ନୂଆପିଢିକୁ ପ୍ରେରଣା ଦେବ

author img

By ETV Bharat Odisha Team

Published : Sep 18, 2023, 1:38 PM IST

ସଂସଦ ସ୍ବତନ୍ତ୍ର ଅଧିବେଶନରରେ ଲୋକସଭାରେ ଅଧିବେଶନକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ପୁରୁଣା ସଂସଦ ନୂଆ ପିଢିକୁ ପ୍ରେରଣା ଦେବ । ଅଧିକ ପଢନ୍ତୁ

pm modi in Special Session of Parliament
Parliament Special Session

ନୂଆଦିଲ୍ଲୀ: ପୁରୁଣା ସଂସଦ ଭବନ ଛାଡିବା ଅନୁଭବ ହୋଇ ରହିବ । ମୁଁ ଯେବେ ପ୍ରଥମ ସଂସଦକୁ ଆସିଥିଲି ମୁଣ୍ଡିଆ ମାରି ଆସିଥିଲି । ଦେଶ ପାଇଁ ଆଗକୁ ବଢିବାର ସମୟ ଆସିଛି । ଐତିହାସିକ ଭବନକୁ ବିଦାୟ ଦେବାର ସମୟ ଆସିଛି । ପୁରୁଣା ସଂସଦ ନୂଆ ପିଢିକୁ ପ୍ରେରଣା ଦେବ । ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ସଂକଳ୍ପ ନେଇ ଆଗକୁ ବଢିବା । ଭାରତ ଗୌରବ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ସବୁଆଡେ ଭାରତୀୟଙ୍କ ଉପଲବ୍ଧିକୁ ନେଇ ଚର୍ଚ୍ଚା ଚାଲିଛି । ପୁରୁଣା ସଂସଦ ଭବନ ଦେଇଥିବା ବିଶ୍ବାସ ନେଇ ନୂଆ ସଂସଦ ଭବନ ଯିବା । ଜି20 ସଫଳତା ଦେଶର ସଫଳତା । ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । 75 ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା ସହ ଲୋକସଭାରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Special Session of Parliament | In Lok Sabha, PM Modi says, "...All of us are saying goodbye to this historic building. Before independence, this House was the place for the Imperial Legislative Council. After independence, this gained the identity of Parliament House.… pic.twitter.com/GRWUlr69U2

    — ANI (@ANI) September 18, 2023 " class="align-text-top noRightClick twitterSection" data=" ">

ଲୋକସଭାରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି,'' ଏହି ସଂସଦରୁ ବିଦାୟ ନେବା ଅତ୍ୟନ୍ତ ଭାବୁକ କ୍ଷଣ । ପରିବାର ବି ଯଦି ପୁରୁଣା ଘର ଛାଡି ନୂଆ ଘର ଯାଏ ତେବେ ବହୁତ ସ୍ମୃତି ସାଥୀରେ ନିଏ । ଆମେ ଯେବେ ଏହି ସଦନ ଛାଡି ଯାଉଛି ଆମ ମନ ମସ୍ତିଷ୍କରେ ମଧ୍ୟ ଅନେକ ସ୍ମୃତି ରହିଛି । ଖଟାମିଠା ଅନୁଭବ ରହିଛି କଥାକଟିର ମାହୋଲ ରହିଛି ପୁଣି ଉତ୍ସବର ଅନୁଭବ ବି ରହିଛି । ସବୁ ସ୍ମୃତି ଆମ ସହିତ ରହିବ । ସ୍ବାଧୀନ ଭାରତର ନବନିର୍ମାଣ ସହ ଯୋଡି ହୋଇଥିବା ଅନେକ ଘଟଣା ଏହି 75 ବର୍ଷରେ ଏହି ସଦନ ଦେଖିଛି । ବିଦେଶୀ ଶାସକ ଏହାକୁ ତିଆରି କରିଥିଲେ ମାତ୍ର ଏଥିରେ ଅର୍ଥ, ପରିଶ୍ରମ ଓ ଝାଳ ଭାରତୀୟଙ୍କର ରହିଛି ।''

  • #WATCH | Special Session of the Parliament | Prime Minister Narendra Modi says "Bidding goodbye to this building is an emotional moment...Many bitter-sweet memories have been associated with it. We have all witnessed differences and disputes in the Parliament but at the same… pic.twitter.com/dWN87wWAJs

    — ANI (@ANI) September 18, 2023 " class="align-text-top noRightClick twitterSection" data=" ">

ବାଜପେୟୀଙ୍କ କଥା ମନେ ପକାଇଲେ ମୋଦି: ସଂସଦର ସ୍ବତନ୍ତ୍ର ଅଧିବେଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ସଂସଦରେ ଅଟଳ ବିହାରୀ ବାଜପେୟୀ କହିଥିବା ସେହି କଥା ଆଜି ବି ଗୁଞ୍ଜରିତ ହେଉଛି । ସଂସଦରେ ବାଜପେୟୀ କହିଥିଲେ 'ସରକାର ଆସିବ ଯିବ, ଦଳ ଆସିବ ଯିବ କିନ୍ତୁ ଦେଶ ରହିବା ଦରକାର ।' ଏହି ସମୟରେ ତାଳିରେ କମ୍ପିଥିଲା ସଂସଦ ଭବନ । ସବକା ସାଥ ସବକା ବିକାଶର ମନ୍ତ୍ରୀ ଅନେକ ଐତିହାସିକ ନିର୍ଣ୍ଣୟ ଓ ସ୍ଥାୟୀ ସମାଧାନ ଏହି ସଂସଦରେ ହୋଇଛି । ଧାରା 370 ଏହି ସଦନ କାରଣକୁ ହୋଇଥିବା ଗର୍ବର ସହିତ କହିବ । ୱାନ ନେଶନ ୱାନ ଟ୍ୟାକ୍ସ ଜିଏସଟିର ନିର୍ଣ୍ଣୟ ମଧ୍ୟ ଏହି ସଦନରେ ହୋଇଛି । ୱାନ ରାଙ୍କ ୱାନ ପେନସନ ମଧ୍ୟ ଏହି ସଦନ ଦେଖିଛି । କୌଣସି ବିବାଦ ବିନା ଗରିବଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ପ୍ରଥମ ଥର ହୋଇଥିଲା । ଏ ସେହି ସଦନ ଯେଉଁଠି ପଣ୍ଡିତ ନେହେରୁଙ୍କ 'At the stroke of the midnight' ଆମକୁ ପ୍ରେରଣା ଦେବ ।''

  • #WATCH | Special Session of Parliament | In Lok Sabha, PM Modi says, "There was a terror attack (on the Parliament). This was not an attack on a building. In a way, it was an attack on the mother of democracy, on our living soul. The country can never forget that incident. I also… pic.twitter.com/QL4RN09BM9

    — ANI (@ANI) September 18, 2023 " class="align-text-top noRightClick twitterSection" data=" ">

ସଂସଦ ଉପରେ ଆତଙ୍କୀ ଆକ୍ରମଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ: ଗଣତନ୍ତ୍ରର ମନ୍ଦିର ସଂସଦ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଲୋକତନ୍ତ୍ରର ଏହି ସଦନରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହା କେବଳ ଗୋଟିଏ ଘର ଉପରେ ଆକ୍ରମଣ ନୁହେଁ ଏହା ଗଣତନ୍ତ୍ରର ମାଆ ଉପରେ ଆକ୍ରମଣ ଥିଲା । ଦେଶ ଏହି ଘଟଣାକୁ କେବେ ଭୁଲି ପାରିବ ନାହିଁ । ଆତଙ୍କୀଙ୍କ ସହ ଲଢି ଲଢି ସଦନକୁ ବଞ୍ଚାଇବାକୁ ଛାତିରେ ଗୁଳି ଖାଇ ପ୍ରାଣବଳି ଦେଇଥିବା ସେହି ମହାନ ଆତ୍ମାଙ୍କୁ ପ୍ରଣାମ କରୁଛି । ସେମାନେ ଆଜି ଆମ ସହିତ ନାହାନ୍ତି ହେଲେ ବହୁତ ବଡ ରକ୍ଷା କରିଛନ୍ତି ।''

  • #WATCH | Special Session of the Parliament | Prime Minister Narendra Modi says, "...The echoes of Pandit Nehru's "At the stroke of the midnight..." in this House will keep inspiring us. In this House itself, Atal ji had said, "Sarkarein aayegi-jaayegi, partiyan banegi-bigdegi,… pic.twitter.com/MdYI4p6MfC

    — ANI (@ANI) September 18, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''କୋଭିଡ ମହାମାରୀ ସମୟରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଭିତରେ ବି ଅନେକ ସାଂସଦରେ ଅଧିବେଶନରେ ଯୋଗ ଦେଇ ଦାୟିତ୍ବ ତୁଲାଇଛନ୍ତି । ହ୍ବିଲ ଚେୟାର ମଧ୍ୟ ସାଂସଦଙ୍କୁ ଆସିବାକୁ ପଡିଛି । ଅନେକଙ୍କୁ ଡାକ୍ତରଙ୍କୁ ବାହାରେ ରଖି ସଂସଦକୁ ଆସିଛନ୍ତି । ଆମ ସାଂସଦ କୋରୋନା ସଂଙ୍କଟରେ ସଂସଦକୁ ଆସି ତାଙ୍କ କର୍ତ୍ତବ୍ୟ କରିଛନ୍ତି । ଭାରତର ବିକାଶ ଯାତ୍ରା ପ୍ରଭାବିତ ହୋଇନାହିଁ । ସ୍ବାଧୀନତା ପରେ ଅନେକ ସମାଲୋଚକ ଭାବୁଥିଲେ କଣ ଭାରତ ଏକ ହୋଇ ରହିପାରିବ ଦେଶର କଣ ହେବ ଆମେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି । ଏହି ସଂସଦର ଶକ୍ତି ଏହା କରି ଦେଖାଇଛି । ଲୋକଙ୍କ ବିଶ୍ବାସ ଏହା କରି ଦେଖାଇଛି ।''

ଏହା ବି ପଢନ୍ତୁ...Parliament Special Session: ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଐତିହାସିକ ନିର୍ଣ୍ଣୟର ଅବସର ଏହି ଅଧିବେଶନ

ସେହିପରି ସଂସଦ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଲୋକସଭା ବାଚସ୍ପତି ଓମ ବିର୍ଲା ନୂଆଦିଲ୍ଲୀରେ ଅନୁଷ୍ଠିତ ଜି20 ଶିଖର ସମ୍ମିଳନୀର ସଫଳତା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି । ଜି20 ସମ୍ମିଳନୀର ସଫଳତା ପ୍ରତି ଭାରତୀୟଙ୍କୁ ଗର୍ବିତ କରିଛି । ବୈଷୟିକ ସ୍ତରରେ ଦେଶର ନେତୃତ୍ବକୁ ନୂଆ ଦିଗ ଦେଇଛି ।

ନୂଆଦିଲ୍ଲୀ ଘୋଷଣାନାମା ବିଶ୍ବନେତାଙ୍କ ଦ୍ବାରା ଗ୍ରହଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଗ୍ଲୋବାଲ ସ୍ତରରେ ଭାରତ ସ୍ବର ସାଜିଛି । ଆଫ୍ରିକାନ ୟୁନିୟନ ସ୍ଥାୟୀ ସଦସ୍ୟ ହୋଇଛି । ଏହି ସମ୍ମିଳନୀ ଆକାର, ଭବ୍ୟତାରେ ଅଦ୍ଭୂତପୂର୍ବ ଥିଲା । ଏଥିରୁ ବିଶ୍ବକୁ ଭାରତର ବିଭିଦତା, ଲୋକତାନ୍ତ୍ରିକ ଶକ୍ତି ଦେଖିବାକୁ ମିଳିଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ମଧ୍ୟରେ ଜି20 ସମ୍ମିଳନୀର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.