ଓଡିଶା

odisha

ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ, ଧାରା 144 ସତ୍ତ୍ବେ ପ୍ରବଳ ଭିଡ

By

Published : Oct 27, 2020, 9:53 AM IST

ମା ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ଭିନ୍ନ ସ୍ବନ୍ତ୍ରତା ରହିଛି। ଏହି ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଅଧିକ ପଢନ୍ତୁ...

ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ, ଧାରା 144 ସତ୍ତ୍ବେ ପ୍ରବଳ ଭିଡ
ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ, ଧାରା 144 ସତ୍ତ୍ବେ ପ୍ରବଳ ଭିଡ

ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ଭିନ୍ନ ସ୍ବନ୍ତ୍ରତା ରହିଛି। ଏହି ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। କହିବାକୁ ଗଲେ ଲାଖମରା ପର୍ବ ଏକ ବିଜୟ ଯାତ୍ରା ବା ରାଜ୍ୟଜୟର ପ୍ରତୀକ।

ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ, ଧାରା 144 ସତ୍ତ୍ବେ ପ୍ରବଳ ଭିଡ

ତେବେ କୋଭିଡ କଟକଣା ଓ ୧୪୪ ଧାରା ବଳବତ୍ତର ଥିବା ସତ୍ତ୍ୱେ ଲାଖମରା ପର୍ବରେ ଜନ ସମାଗମ ଦେଖିବାକୁ ମିଳିଥିଲା। ବିଜୟା ଦଶମୀ ତିଥିରେ ମାଣିକେଶ୍ବୀରଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ। ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତ୍ରକୁ ଧରି ବାହୁକ, ମୁଣ୍ଡଛିନା ,ସେବାୟତ ସହ ଜେନାବାଦ୍ୟର ତାଳେ ତାଳେ ମନ୍ଦିରରୁ ବାହାରି ଭବାନୀପାଟଣା ସହର ର ଥିବା ଲାଖମରା ପଡିଆକୁ ଯାଇଥିଲେ।

ଲାଖମରା ପଡ଼ିଆରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚ୍ଚନା ଓ ଛାଗଲ ବଳି ଦିଆଯାଉଥିଲା। ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜ ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରି କରିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ। ଏକ ସୁଉଚ୍ଚ କମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡି ରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ବ ହୋଇଥାଏ ପ୍ରତିଯୋଗିତା । ମାଟି ହାଣ୍ଡିରେ ମାଣିକେଶ୍ୱରୀଙ୍କ ପ୍ରସାଦ ଥାଏ । ଏହି ପ୍ରତିଯୋଗିତା ରେ ଅନେକ ଯୁବକ ସାମିଲ ହୋଇଥାନ୍ତି।ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟ ଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟଭିଷେକ କରାଇଥାନ୍ତି। ପରେ ପରେ ମୂଳାଷ୍ଟମୀ ଠାରୁ ମାଣିକେଶ୍ୱରୀଙ୍କ ମୁଣ୍ଡବସା ପର୍ବରୁ ଆରମ୍ଭ ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ୱାର ରେ କଣ୍ଟାବାଡ଼ ଦିଆଯାଇଥାଏ।

ଆସନ୍ତା କୁମାର ପୂର୍ଣ୍ଣମୀ ରେ ଦେବୀଙ୍କ କଣ୍ଟାବାଡ଼ ଫିଟା ଅନୁଷ୍ଠିତ ହେବ। ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା । କିନ୍ତୁ ଏଥର କୋରୋନା କଟକଣା ଯୋଗୁଁ ଅନୁଷ୍ଠିତ ପ୍ରତିଯୋଗିତାରେ ଜନ ସାଧାରଣ ସାମିଲ ହୋଇନଥିଲେ କିନ୍ତୁ ମନ୍ଦିରରୁ ଲାଖବିନ୍ଧା ପଡିଆ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details