ଓଡିଶା

odisha

ବଜ୍ରପାତରେ ନାବାଳକ ମୃତ

By

Published : Jun 1, 2021, 7:24 AM IST

ବଜ୍ରପାତରେ ନାବାଳକ ମୃତ । ମୃତ ନାବାଳକ ଜଣକ ହେଲେ ପଙ୍କଜ ନାଗଙ୍କ ପୁଅ ନରେନ୍ଦ୍ର ନାଗ । ଅଧିକ ପଢନ୍ତୁ...

ବଜ୍ରପାତରେ ନାବାଳକର ମୃତ
ବଜ୍ରପାତରେ ନାବାଳକର ମୃତ

ଭବାନୀପାଟଣା: ଜିଲ୍ଲାର ଗୋଲାମୁଣ୍ଡା ବ୍ଳକ ସିନାମାଲ ଗାଁରେ ଅଘଟଣ । ଘର ସାମ୍ନାରେ ଥିବା ଆମ୍ବ ଗଛ ତଳକୁ ଆମ୍ବ ଗୋଟାଇବାକୁ ଯିବା ବେଳେ ବଜ୍ରପାତରେ ୧୦ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ସିନାପାଲି ଗାଁରେ ପବନ ସାଙ୍ଗକୁ ଘଡଘଡି ସହ ବର୍ଷା ହୋଇଥିଲା । ସେଇ ସମୟରେ ଘର ସାମ୍ନାରେ ପଡିଥିବା ଆମ୍ବ ଗୋଟାଇବାକୁ ଯାଉଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ନାବାଳକର ଅବସ୍ଥା ସଙ୍କଟାପନ୍ନ ହୋଇଥିଲା।

ତୁରନ୍ତ ପରିବାର ଲୋକେ ନାବାଳକଟିକୁ ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details