ଓଡିଶା

odisha

ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ

By

Published : May 9, 2021, 8:20 PM IST

ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା ଜଗତସିଂହପୁର ପୋଲିସ । ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

two murder accused arrested by jagatsinghpur police
ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଜଗତସିଂହପୁର:ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଥିବା ଦୁଇ ଅଭିଯୁକ୍ତ ଗିରଫ । ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଚାରି ପୋଲିଆ ନିକଟସ୍ଥ ଚାନ୍ଦଗର୍ଡରେ ଥିବା ଚେଷ୍ଟା ନାମକ ଏକ ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁଖ୍ୟ ହତ୍ୟାକାରୀ ରାଜକିଶୋର ଦାସ ଓରଫ ରାଜା ଓ ତାର ସହଯୋଗୀ ଉମାକାନ୍ତ ସ୍ବାଇଁକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ହତ୍ୟାକାଣ୍ଡକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସଡିପିଓ ପ୍ରିୟରଞ୍ଜନ ଶତପଥି ପ୍ରକାଶ କରିଛନ୍ତି ଯେ ଚାନ୍ଦଡଗ ନିକଟରେ ଥିବା ଚେଷ୍ଟା ନାମକ ଏକ ନିଶାନିବାରଣ କେନ୍ଦ୍ରରେ ଲାଲା ସାହିର ସେକ ଜାବର ନାମକ ଏକ ଯୁବକଙ୍କୁ ତାର ପରିବାର ଲୋକେ ରଖିଥିଲେ। ମାସିକ 14 ହଜାର ଟଙ୍କା ନେଇ ଅଭିଯୁକ୍ତ ରାଜା, ଜାବରକୁ ସୁସ୍ଥ କରିବାର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଗତ ଶନିବାର ଦିନ ହଠାତ ଜାବରର ମୃତ୍ୟୁ ହୋଇ ଯାଇଥିବା ଖବର ପରିବାର ଲୋକେ ଶୁଣିଥିଲେ। ଏହି ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଜାବରକୁ ପିଟି ପିଟି ହତ୍ୟା କରାଯାଇଥିବା ଅନ୍ୟ ଅନ୍ତବାସୀ ମନେ କହିଥିଲେ। ଜାବରର ମୃତ୍ୟୁ ହୋଇଥିବା ଜାଣି ଦୁଇ ଅଭିଯୁକ୍ତ ରାଜ କିଶୋର ଦାସ ଓ ତାର ସହଯୋଗୀ ଉମାକାନ୍ତ ସ୍ବାଇଁ ଫେରାର ହୋଇଯାଇଥିଲେ।

ପୋଲିସ ଘଟଣାର ଛାନଭିନ କରିବା ସହ ଅଭିଯୁକ୍ତଙ୍କ ଫୋନକୁ ଟ୍ରାକ କରି ଭୁବନେଶ୍ବରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ ଓ ପିଟି ମାରିବାରେ ବ୍ୟବହାର କରିଥିବା ଲୁହା ପାଇପକୁ ଜବତ କରିଛି। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details