ଓଡିଶା

odisha

ତିର୍ତ୍ତୋଲ ଉପନିର୍ବାଚନ, ଛିଡୁନି ତିନି ଦଳର ହିସାବ

By

Published : Sep 30, 2020, 11:00 PM IST

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦିନଧାର୍ଯ୍ୟ କରିବା ପରେ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳରେ ପ୍ରାର୍ଥୀ ଚୟନ ଶେଷ ହୋଇନାହିଁ ଦଳୀୟ ମୋହଲରେ ଜୋରଦାର କସରତ ଚାଲିଛି କିନ୍ତୁ ଛିଡୁନି ତିନି ଦଳର ହିସାବ । ଅଧିକ ପଢନ୍ତୁ...

ତିର୍ତ୍ତୋଲ ଉପନିର୍ବାଚନ, ଛିଡୁନି ତିନି ଦଳର ହିସାବ
ତିର୍ତ୍ତୋଲ ଉପନିର୍ବାଚନ, ଛିଡୁନି ତିନି ଦଳର ହିସାବ

ଜଗତସିଂହପୁର: ଆସନ୍ତା ନଭେମ୍ବର 3 ତାରିଖକୁ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜାତୀୟ ନିର୍ବାଚନ ଆୟୋଗ ଦିନଧାର୍ଯ୍ୟ କରିବା ପରେ ଏବେ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଛିଡୁନି ତିନି ଦଳର ହିସାବ ।

ତିର୍ତ୍ତୋଲ ସଂରକ୍ଷିତ ଆସନ ପାଇଁ ପ୍ରାର୍ଥୀ ଚୟନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳରେ ଝଡ ପୂର୍ବରୁ ନୀରବତା ଦେଖାଦେଇଛି। 2009 ସୀମା ପୁନର୍ଗଠନ ଓ ଆସନ ସଂରକ୍ଷଣ ଲାଗୁହେବା ପରେ କ୍ରମାଗତ ଭାବେ ଶାସକ ବିଜେଡି ଏହି ଆସନ ଅକ୍ତିଆର କରିଛି। 2009 ସାଧାରଣ ନିର୍ବାଚନରେ ବିଜେଡ଼ିର ନବାଗତ ପ୍ରା ଥୀ ରବିନ୍ଦ୍ର ନାଥ ଭୋଇ 82 ହଜାର 282 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ରାଜ କିଶୋର ବେହେରା 34 ହଜାର 182 ଖଣ୍ଡ ଭୋଟ ରେ ପରାସ୍ତ ହୋଇ ଥିଲେ। ସେହିପରି 2014 ରେ ରବୀନ୍ଦ୍ର ଭୋଇଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ସ୍ଥାନରେ ନବାଗତ ମହିଳା ପ୍ରାର୍ଥୀ ରାଜଶ୍ରୀ ମାଲିକଙ୍କୁ ବିଜେଡି ପ୍ରାଥି କରିଥିଲା। ସେ 88 ହଜାର 4 ସହ 53 ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲେ। ମାତ୍ର କଂଗ୍ରେସ ପ୍ରାର୍ଥୀ ରାଜ କିଶୋର ବେହେରା 53 ହଜାର 505 ଖଣ୍ଡ ଭୋଟ ପାଇଥିଲେ।

ତିର୍ତ୍ତୋଲ ଉପନିର୍ବାଚନ, ଛିଡୁନି ତିନି ଦଳର ହିସାବ

ସେହିଭଳି 2019 ସାଧାରଣ ନିର୍ବାଚନରେ ଜିଲ୍ଲା ବିଜେଡି ସଭାପତି ଵିଷ୍ଣୁ ଦାସ 93 ହଜାର 217 ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିବାବେଳେ ବିଜେପି ପ୍ରାଥି ରମାକାନ୍ତ ଭୋଇ 39 ହାଜର 975 ଭୋଟ ପାଇ ଦ୍ବିତୀୟ ସ୍ଥାନ ରେ ରହିଥିଲେ। ତେବେ କଂଗ୍ରେସ ଏହି ଆସନ ରୁ ଅମାନତ ହରାଇଥିଲା। ଏହି ଆସନ ପାଇ ବିଜେଡି ପକ୍ଷରୁ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ନାମ ଆଗରେ ଥିବା ବେଳେ ପୂର୍ବତନ ସାଂସଦ କୂଳମଣୀ ସାମଲ ଓ ବର୍ତ୍ତମାନ ର ସାଂସଦ ଙ୍କ ସ୍ବାମୀ ଆଶୁତୋଷ ମାଲିକ ଆଶାୟି ଥିବା କୁହାଯାଉଛି।

ସେହିପରି ବିଜେପି ପକ୍ଷରୁ ଆଶାୟୀ ପ୍ରାର୍ଥୀ ଭାବେ ରମାକାନ୍ତ ଭୋଇ, ସଦ୍ୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରା ଓ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ଲବି ରେ ଥିବା ଜଣାପଡ଼ିଛି। ତେବେ କଂଗ୍ରେସ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ନେତୃତ୍ବରେ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details