ଓଡିଶା

odisha

ସଡକ ସୁରକ୍ଷା ଚିନ୍ତା, ଜଗତସିଂହପୁରରେ ବର୍ଷକୁ ଯାଉଛି 17 ଶହ ଜୀବନ

By

Published : Feb 17, 2021, 5:16 PM IST

ଜଗତସିଂହପୁର ଜିଲ୍ଲାରେ ସଡକ ସୁରକ୍ଷାକୁ ନେଇ ବାଇକ ରାଲି । ଜିଲ୍ଲାରେ ଦୁର୍ଘଟଣା ରୋକିବାକୁ ସଚେତନତା ପାଇଁ କରିବା ପାଇଁ ବାଇକ ରାଲି କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ବର୍ଷକୁ ବାଇକ ଦୁର୍ଘଟଣାରେ 1700 ଲୋକ ପ୍ରାଣ ହରାଉଛନ୍ତି । ଅଧିକ ପଢନ୍ତୁ...

jagatsinghpur road safety abiyaan
ସଡକ ସୁରକ୍ଷା ଚିନ୍ତା, ଜିଲ୍ଲାରେ ବର୍ଷକୁ ଯାଉଛି 17 ଶହ ଜୀବନ

ଜଗତସିଂହପୁର: ଜିଲ୍ଲାରେ ସଡକ ସୁରକ୍ଷାକୁ ନେଇ ବାଇକ ରାଲି । ଆରକ୍ଷୀ ଅଧୀକ୍ଷକ ଆର ପ୍ରକାଶ ପତାକା ଦେଖାଇ ବାଇକ ରାଲିକୁ ଆରମ୍ଭ କରିଥିଲେ। ଦୁର୍ଘଟଣା ରୋକିବାକୁ ସଚେତନତା ପାଇଁ କରିବା ପାଇଁ ବାଇକ ରାଲି କରାଯାଇଛି ।

ସଡକ ସୁରକ୍ଷା ଚିନ୍ତା, ଜିଲ୍ଲାରେ ବର୍ଷକୁ ଯାଉଛି 17 ଶହ ଜୀବନ

ଜାନୁଆରୀ 18ରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷା ଅଭିଯାନ ଆଜି ଉଦଯାପିତ ହୋଇଛି। ଜିଲ୍ଲାରେ ପ୍ରତ୍ୟେକ ବର୍ଷ ବାଇକ ଦୁର୍ଘଟଣାରେ 17 ଶହ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ଜଣାପଡିଛି। ନିଶାଶକ୍ତ ଅବସ୍ଥାରେ ବାଇକ ଚାଳନା, ବିନା ହେଲମେଟ ଓ ବେପରୁଆ ଗାଡି ଚାଳନା ଯୋଗୁଁ ବ୍ୟାପକ ଭାବରେ ଧନଜୀବନ ନଷ୍ଟ ହେଉଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବାଇକ ରାଲି ଆୟୋଜନ କରାଯାଇଛି। ଏହି ବାଇକ ରାଲି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ବାହାରି ତିର୍ତ୍ତୋଲ ରଘୁନାଥପୁର ଦେଇ ଜଗତସିଂହପୁରରେ ପହଞ୍ଚିଥିଲା। ଏଥିରେ ପୋଲିସ କର୍ମଚାରୀ ଓ ପରିବହନ ବିଭାଗର କର୍ମକର୍ତା ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details