ଓଡିଶା

odisha

ETV Bharat Impact: ବାଜିଲା ଖବର ପହଞ୍ଚିଲା ପ୍ରଶାସନ, ଦୂର ହେବ ବାସନ୍ତୀ ଅପାଙ୍କ ଦୁଃଖ

By

Published : Apr 13, 2023, 12:27 PM IST

Updated : Apr 13, 2023, 1:03 PM IST

ଦୂର ହେବ 70 ଦଶକର ଅଭିନେତ୍ରୀ ବାସନ୍ତି ଅପା ଓରଫ ସାଗରାବାଳା ପଟ୍ଟନାୟକଙ୍କ ଦୁଃଖ । ଖବର ପ୍ରସାରଣ ପରେ ଅଭିନେତ୍ରୀ ସାଗରବାଳା ପଟ୍ଟନାୟକଙ୍କୁ ସରକାରୀ ସହାୟତା ମିଳିଛି । ଅଧିକ ପଢନ୍ତୁ

actress sagarbala pattnaik got government help
ଅଭିନେତ୍ରୀଙ୍କୁ ସାଗରବାଳାଙ୍କୁ ମିଳିଲା ସରକାରୀ ସହାୟତା

ଦୂର ହେବ ବାସନ୍ତୀ ଅପାଙ୍କ ଦୁଃଖ

ଜଗତସିଂହପୁର: ଇଟିଭି ଭାରତରେ ବାଜିଲା ଖବର ଆଉ ଦୁଃଖରେ ଦିନ କାଟୁଥିବା 70 ଦଶକର ଅଭିନେତ୍ରୀ ସାଗାରବାଳାଙ୍କୁ ମିଳିଲା ସହାୟତା । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତ ମକରପୁର ଗ୍ରାମର ସାଗରବାଳା ପଟ୍ଟନାୟକ ଓରଫ ବାସନ୍ତି ଅପା । 70 ଦଶକରେ ଅନ୍ନପୂର୍ଣା-ବି ଗ୍ରୁପରେ ହିରୋଇନ ସାରା ଓଡ଼ିଶାରେ ସେ ସମୟରେ ଚହଳ ସୃଷ୍ଟି କରିଥିଲେ । ଏବେ ବୟସର ଅପରାହ୍ନରେ ନିଜ ଗାଁ ମୁଁଣ୍ଡରେ ଏକ ନୂଆଣିଆ ଚାଳଘରେ ଚା’ ବିକି ଜୀବନ ଯାପନ କରୁଥିଲେ । ଏ ନେଇ ପ୍ରଥମେ ‘ଇଟିଭି ଭାରତ’ରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ସାଗରବାଳା ପଟ୍ଟନାୟକଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ କଳାକାର ତାଙ୍କୁ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲ୍ଲା ସଂସ୍କୃତି ଅଧିକାରୀ ଗଣମାଧ୍ୟମରୁ ବାସନ୍ତି ଅପାଙ୍କ ବାବଦରେ ଜାଣି ତାଙ୍କୁ ଭେଟିଥିଲେ । ସାଗରବାଳାଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଭତ୍ତା ବାବଦରେ କାଗଜ ପତ୍ର ଯାଞ୍ଚ କରିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ । ସାଗରବାଳା ପଟ୍ଟନାୟକ ଓରଫ ବାସନ୍ତି ଅପାଙ୍କୁ କିଭଳି ସରକାରୀ ସହାୟତା ପ୍ରଦାନ କରାଯିବ ସେ ନେଇ ଆଲୋଚନା କରିବା ସହ ଆସନ୍ତା ମାସ ସୁଦ୍ଧା ତାଙ୍କୁ କଳାକାର ଭତ୍ତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି, ''ଇଟିଭି ଭାରତ ଜରିଆରେ ଜିଲ୍ଲାର ଜଣେ କଳାକାର ବାସନ୍ତି ଅପାଙ୍କ ବିଷୟରେ ଜାଣିବାକୁ ପାଇଥିଲୁ । ସେ ଜଣେ ଭଲ କଳାକାର । ଆଜି ତାଙ୍କୁ ଭେଟିଛୁ । ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରିଛୁ । ସବୁ ତଥ୍ୟ ମଧ୍ୟ ନେଇଛୁ । ଖୁବଶୀଘ୍ର ତାଙ୍କୁ କଳାକାର ଭତ୍ତା ପ୍ରଦାନ କରାଯିବ ।'' ବାସନ୍ତି ଅପାଙ୍କୁ ସହାୟତା ହାତ ବଢିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି । ‘ଇଟିଭି ଭାରତ’କୁ ଧନ୍ୟବାଦ ଦେଇଛନ୍ତି ସାଗରବାଳା । ଏବେ ସେ ବହୁତ ଖୁସି ଥିବା କହିଛନ୍ତି ।

ଏହା ବି ପଢନ୍ତୁ...କନ୍ଦାଇ ଦେଲା ଭାଗ୍ୟ, ଚା’ ବିକୁଛନ୍ତି 70 ଦଶକର ହିରୋଇନ

ଗତ ମାର୍ଚ୍ଚ ମାସ 31 ତାରିଖରେ 70 ଦଶକର ଅଭିନେତ୍ରୀ ସାଗରବାଳା ପଟ୍ଟନାୟକ ଓରଫ ବାସନ୍ତି ଅପା ଦୁଃଖ ଭରା ଜୀବନକୁ ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ କରାଯାଇଥିଲା । 1965 ମସିହାରେ ପରିବାରର ପ୍ରତିବନ୍ଧକ ଭାଙ୍ଗି ସେ ଅଭିନୟ ଜଗତରେ ପାଦ ରଖିଥିଲେ । ଏହାପରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ମୁଖ୍ୟ ନାୟିକା ବାସନ୍ତୀ ଅପା ତାଙ୍କର ଚମତ୍କାର ଅଭିନୟ ଜରିଆରେ ଓଡିଶାବାସୀକୁ ବିମୋହିତ କରିଥିଲା । ଶେଷ ଶ୍ରାବଣ, ଅମଡା ବାଟ, ପ୍ରଭୃତି ଅନେକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ । ହେଲେ ସମୟ ଚକରେ ତାଙ୍କ ଜୀବନର ଗତିପଥ ବଦଳିଯାଇଥିଲା । ଭାଗ୍ୟ ତାଙ୍କୁ କନ୍ଦାଇ ଦେଇଥିଲା । ପେଟପାଟଣା ପାଇଁ ଗାଁମୁଣ୍ଡରେ ଏକ ଚା' ଦୋକାନ କରି ପରିବାର ଚଳାଉଥିଲେ । ତାଙ୍କର ଦୁର୍ଦ୍ଦଶାକୁ ନେଇ ପ୍ରଥମେ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହୋଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated :Apr 13, 2023, 1:03 PM IST

ABOUT THE AUTHOR

...view details